ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଏସିଆ କପ୍‌-୨୦୨୩: ଶନିବାର ଭାରତ-ପାକ ମ୍ୟାଚ୍‌ରେ ବର୍ଷା ଆଶଙ୍କା

କାଣ୍ଡି,୦୧/୦୯: ଚଳିତ  ଏସିଆ କପ୍‌ରେ ଶନିବାର ଦିନ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ  ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍‌କୁ  ନେଇ କ୍ରିକେଟ୍‌ ପ୍ରେମୀଙ୍କ ଉତ୍ସୁକତା ବଢି  ଯାଇଛି । ଇତି ମଧ୍ୟରେ କାଣ୍ଡି ସହରର  ସବୁ ହୋଟେଲ ପୂର୍ଣ୍ଣ ହୋଇସାରିଛି ।  ମ୍ୟାଚ୍‌ ଦେଖିବା ପାଇଁ ବହୁ ଦର୍ଶକ  ଶ୍ରୀଲଙ୍କାରେ ପହଞ୍ଚି ହୋଟେ ରୁମ୍‌ କବ୍‌ଜା  କରିସାରିଛନ୍ତି । ମାତ୍ର ବର୍ଷା ଆଶଙ୍କା  ସବୁ ସମର୍ଥକଙ୍କ ମନରେ ନିରାଶ ଭରି  ଦେଇଛି । ଶନିବାର ଦିନ କାଣ୍ଡି ସହରରେ  ୮୦ପ୍ରତିଶତ ବର୍ଷା ସମ୍ଭାବନା ରହିଥିବା  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସୂଚନା ମୁତାବିକ, ଏସିଆ  କପ୍‌ରେ ଭାରତ ବିପକ୍ଷ ହାଇ ଭୋଲଟେଜ  ମୁକାବିଲା ପାଇଁ ପାକିସ୍ତାନ ଦଳ ଇତି ମଧ୍ୟରେ  ଶ୍ରୀଲଙ୍କାରେ ଆସି ପହଞ୍ଚିଛି । ଶନିବାର ଦିନ  ଉଭୟ ଦଳ ମଧ୍ୟରେ ଭେଟ ହେବ । ଶୁକ୍ରବାର ଅଭ୍ୟାସ କରିବ । ଭାରତୀୟ ଦଳ  ଦିନକ ପୂର୍ବରୁ ଶ୍ରୀଲଙ୍କାରେ ପହଞ୍ଚି ଅଭ୍ୟାସ ଚଳାଇଛି । 

ପାକିସ୍ତାନ ପ୍ରଥମ ମ୍ୟାଚ୍‌ରେ  ନେପାଳକୁ ୧୧୧ ରନ୍‌ରେ ହରାଇ ପଏଣ୍ଟ  ଖାତା ଖୋଲି ସାରିଛି । ଭାରତୀୟ ଦଳ  ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍‌ ଖେଳିନାହିଁ ।  ଶ୍ରୀଲଙ୍କା ଆସିବା ପୂର୍ବରୁ ଭାରତୀୟ ଦଳ ବେଙ୍ଗାଲୁରୁ ଠାରେ ୬ଦିନ ଧରି ଅଭ୍ୟାସ  କରିଥିଲା । ପାକିସ୍ତାନର ପେସ୍‌ ବାହିନୀଙ୍କୁ ନଜରରେ ରଖି ଅଭ୍ୟାସ ଶିବିରରେ ସ୍ୱତନ୍ତ୍ର  ଅଭ୍ୟାସ କରାଯାଇଥିଲା । ସହିନ ଆଫ୍ରିଦିଙ୍କ  ପାଇଁ ଭାରତୀୟ ଦଳର ବ୍ୟାଟରମାନେ  ନେଟ୍ସରେ ଏକାଧିକ ବାମ ହାତି ପେସ୍‌  ବୋଲରଙ୍କୁ ସାମ୍ନା କରିଥିଲେ । ସେହିପରି  ହ୍ୟାରିସ ରୌଫଙ୍କ ଦ୍ରୁତ ବୋଲିଂର ସାମ୍ନା  କରିବା ପୂର୍ବରୁ ଦଳର ଷ୍ଟାର ବ୍ୟାଟରମାନେ  ନେଟ୍‌ରେ ଉମ୍ରାନ ମଲିକଙ୍କ ବୋଲିଂରେ  ଅଭ୍ୟାସ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.