ଭୁବନେଶ୍ବର,୨୯ /୦୧: ପାଠ ପଢାରେ ଫ୍ଲପ୍ କିନ୍ତୁ ଫୋନ ଚଲାଇବାରେ ମାଷ୍ଟର । ଗୋଟିଏ ପରେ ଗୋଟିଏ ଶ୍ରେଣୀକୁ ଉଠୁଛନ୍ତି ହେଲେ କିଛି ଲାଭ ନାହିଁ । ତୃତୀୟ ଓ ପଞ୍ଚମ ଶ୍ରେଣୀ ପିଲା ଦ୍ବିତୀୟ ଶ୍ରେଣୀ ବହି ପଢ଼ି ପାରୁନାହାନ୍ତି । ଖାଲି ସେତିକି ନୁହେଁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଫେଡ଼ାଣ, ହରଣ ଆସୁନାହିଁ କିନ୍ତୁ ସ୍ମାର୍ଟ ଫୋନ୍ରେ ଏକଦମ୍ ସକ୍ରିୟ । ଦ୍ୱିତୀୟ ଶ୍ରେଣୀ ବହି ପଢ଼ିବାରେ ଅସମର୍ଥ ୬୦% ତୃତୀୟ ଶ୍ରେଣୀ ପିଲା । ବିଶେଷ କରି ବହି ପଢ଼ିବାରେ ବେସରକାରୀ ସ୍କୁଲ ପିଲାଙ୍କଠୁ ସରକାରୀ ସ୍କୁଲ ପିଲା ଅଧିକ ଅସମର୍ଥ । କିଛି ଏମିତି ସ୍ଥିତି ରହିଛି ସରକାରୀ ସ୍କୁଲ ପିଲାଙ୍କ ଜ୍ଞାନ । ଅସର୍ ଦେଇଥିବା ରିପୋର୍ଟରୁ କିଛି ଏମିତି ତଥ୍ୟା ସାମ୍ନାକୁ ଆସିଛି ।
ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଅସର) ସର୍ଭେ ୨୦୨୪ ଅନୁସାରେ, ପଞ୍ଚମ ଶ୍ରେଣୀର ପଢ଼ୁଥିବା ପିଲାଙ୍କ ମଧ୍ୟରୁ ୬୦ ପ୍ରତିଶତ ପିଲା ବହିକୁ ସ୍ପଷ୍ଟ ଭାବେ ପଢ଼ି ପାରୁନାହାନ୍ତି ।୬୩ ପ୍ରତିଶତ ତୃତୀୟ ଶ୍ରେଣୀ ପିଲାଙ୍କୁ ଫେଡ଼ାଣ ଆସୁନଥିବା ବେଳେ ୬୮% ପଞ୍ଚମ ଶ୍ରେଣୀ ଓ ୫୦ % ଅଷ୍ଟମ ଶ୍ରେଣୀ ପିଲାଙ୍କୁ ହରଣ ଆସୁନି । କିନ୍ତୁ ଆଶ୍ଚର୍ଯ୍ୟର କଥା ସ୍ମାର୍ଟ ଫୋନ୍ରେ ପିଲାମାନେ ବେଶ୍ ପାରଙ୍ଗମ । ଫେସ୍ବୁକ୍, ଇନ୍ଷ୍ଟାଗ୍ରାମରେ ପ୍ରୋଫାଇଲ୍ ଫଟୋ ବଦଳଠୁ ଆରମ୍ଭ କରି ଅନ୍ୟର ଆକାଉଣ୍ଟକୁ ବ୍ଲକ୍ ମାରିବାରେ ସିଦ୍ଧହସ୍ତ । ପାସ୍ୱାର୍ଡ ବଦଳ ମଧ୍ୟ ଜାଣିଛନ୍ତି ହେଲେ ବହି ପଢ଼ିବାକୁ ଅସମର୍ଥ । ଅସର ପକ୍ଷରୁ ଓଡ଼ିଶାର ୩୦ଟି ଜିଲ୍ଲାରେ ସ୍କୁଲ ପିଲାଙ୍କୁ ନେଇ ସର୍ଭେରୁ ଏପରି ତଥ୍ୟ ମିଳିଛି ।
ଏହା ବି ପଢନ୍ତୁ...କୋକାକୋଲା ଡ୍ରିଙ୍କ୍ସରେ ମାତ୍ରାଧିକ କେମିକାଲ୍, ୟୁରୋପରୁ ପାନୀୟ ଫେରାଇ ନେଲା କମ୍ପାନୀ
ପ୍ରଥମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ମଧ୍ୟରୁ ୩୫.୩ % ପିଲା ଅକ୍ଷର ପଢ଼ିପାରୁଛନ୍ତି ଓ ମାତ୍ର ୧୮% ପିଲା ଶବ୍ଦ ପଢ଼ି ଜାଣନ୍ତି । ୬୫ ପ୍ରତିଶତ ପିଲା ଅକ୍ଷର ଜାଣନ୍ତି ନାହିଁ ଓ ୮୨% ପିଲା ଶବ୍ଦ ପଢ଼ିପାରନ୍ତି ନାହିଁ । ତୃତୀୟ ଶ୍ରେଣୀର ପଢ଼ୁଥିବା ୬୦% ପିଲାଙ୍କୁ ଦ୍ୱିତୀୟ ଶ୍ରେଣୀର ବହି ଜଣାନାହିଁ । ସବୁଠୁ ଚିନ୍ତା ବଢ଼ାଇଛି ଯେ, ସରକାରୀ ସ୍କୁଲରେ ପଢ଼ୁଥିବା ମାତ୍ର ୩୭.୭ ପ୍ରତିଶତ ପିଲା ଦ୍ୱିତୀୟ ଶ୍ରେଣୀ ବହି ପଢ଼ିପାରୁଛନ୍ତି ହେଲେ ବାକି ୬୨% ସରକାରୀ ପିଲା ବହି ପଢ଼ି ପାରନ୍ତି ନାହିଁ । ଘରୋଇ ସ୍କୁଲରେ ପଢ଼ୁଥିବା ପିଲାଙ୍କ ମଧ୍ୟରୁ ୫୮.୨% ପିଲା ବହି ପଢ଼ିପାରୁଛନ୍ତି । ସେହିପରି ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୫୯.୪% ପିଲା ଦ୍ୱିତୀୟ ଶ୍ରେଣୀର ବହି ପଢ଼ିପାରୁଛନ୍ତି । ଏଥିରୁ ୫୭.୨% ପିଲା ସରକାରୀ ଓ ୮୨.୩% ପିଲା ଘରୋଇ ସ୍କୁଲର ପିଲା ଦ୍ୱିତୀୟ ଶ୍ରେଣୀର ବହି ପଢ଼ି ପାରୁଛନ୍ତି । ସେହିପରି ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୭୬% ପିଲା ଦ୍ୱିତୀୟ ଶ୍ରେଣୀ ବହି ପଢ଼ିପାରୁଥିବା ବେଳେ ୨୪% ପିଲାଙ୍କୁ ବହି ପଢ଼ା ଜଣାନାହିଁ ।
ସେହିପରି ତୃତୀୟ ଶ୍ରେଣୀରେ ପଢ଼ୁଥିବା ସରକାରୀ ସ୍କୁଲର ମାତ୍ର ୩୪.୬ ପ୍ରତିଶତ ପିଲାଙ୍କୁ ଫେଡ଼ାଣ ଜଣା ଅଛି ଅର୍ଥାତ୍ ବାକି ୬୬ ପ୍ରତିଶତ ପିଲାଙ୍କୁ ଫେଡ଼ାଣ ଜଣାନାହିଁ । କିନ୍ତୁ ସେହି କ୍ଷେତ୍ରରେ ଘରୋଇ ସ୍କୁଲରେ ପଢ଼ୁଥିବା ୬୩ ପ୍ରତିଶତ ପିଲା ଫେଡ଼ାଣ ଜାଣନ୍ତି । ଅନ୍ୟପଟେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ହରଣ ଜଣାନାହିଁ । ସରକାରୀ ସ୍କୁଲରେ ପଢ଼ୁଥିବା ୨୯.୭ ପଞ୍ଚମ ଶ୍ରେଣୀ ପିଲାଙ୍କୁ ହରଣ ଜଣାଥିବା ବେଳେ ବାକି ୭୦ ପ୍ରତିଶତ ପିଲା ହରଣରେ ଦୁର୍ବଳ । ସେହିପରି ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୪୭.୧ ପ୍ରତିଶତ ସରକାରୀ ସ୍କୁଲର ପିଲାଙ୍କୁ ହରଣ ଜଣାଥିବା ବେଳେ ବାକି ୫୩ ପ୍ରତିଶତ ପିଲା ଏଥିରେ ଅକ୍ଷମ । ଅନ୍ୟପଟେ ସ୍ମାର୍ଟ ଫୋନ୍ ବ୍ୟବହାରରେ ପିଲାମାନେ ସକ୍ରିୟ ଅଟନ୍ତି ।ସେହିପରି ତୃତୀୟ ଶ୍ରେଣୀରେ ପଢ଼ୁଥିବା ସରକାରୀ ସ୍କୁଲର ମାତ୍ର ୩୪.୬ ପ୍ରତିଶତ ପିଲାଙ୍କୁ ଫେଡ଼ାଣ ଜଣା ଅଛି ଅର୍ଥାତ୍ ବାକି ୬୬ ପ୍ରତିଶତ ପିଲାଙ୍କୁ ଫେଡ଼ାଣ ଜଣାନାହିଁ । କିନ୍ତୁ ସେହି କ୍ଷେତ୍ରରେ ଘରୋଇ ସ୍କୁଲରେ ପଢ଼ୁଥିବା ୬୩ ପ୍ରତିଶତ ପିଲା ଫେଡ଼ାଣ ଜାଣନ୍ତି । ଅନ୍ୟପଟେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ହରଣ ଜଣାନାହିଁ । ସରକାରୀ ସ୍କୁଲରେ ପଢ଼ୁଥିବା ୨୯.୭ ପଞ୍ଚମ ଶ୍ରେଣୀ ପିଲାଙ୍କୁ ହରଣ ଜଣାଥିବା ବେଳେ ବାକି ୭୦ ପ୍ରତିଶତ ପିଲା ହରଣରେ ଦୁର୍ବଳ ଅଟନ୍ତି ।
ଅନ୍ୟପଟେ ସ୍ମାର୍ଟ ଫୋନ୍ ବ୍ୟବହାରରେ ପିଲାମାନେ ସକ୍ରିୟ ଅଟନ୍ତି । ଓଡ଼ିଶାର ୭୩.୭ ପ୍ରତିଶତ ଘରେ ସ୍ମାର୍ଟ ଫୋନ୍ ରହିଛି । ୮୩.୨ ପ୍ରତିଶତ ଲୋକଙ୍କ ଘରେ ତାଙ୍କ ପିଲାଙ୍କ ପାଇଁ ସ୍ୱତନ୍ତ୍ର ସ୍ମାର୍ଟ ଫୋନ୍ ରହିଛି । ଏଥିରୁ ୮୦.୯ ପ୍ରତିଶତ ପିଲା ସ୍ମାର୍ଟ ଫୋନ୍ ବ୍ୟବହାର ଜାଣନ୍ତି । ହେଲେ ଏଥିରୁ ମାତ୍ର ୬୧.୭ ପ୍ରତିଶତ ପିଲା ଅନ୍ଲାଇନ୍ ଶିକ୍ଷା ସଂପର୍କିତ ତଥ୍ୟର ବ୍ୟବହାର କରନ୍ତି । ୭୭.୬ ପ୍ରତିଶତ ପିଲା ସୋସିଆଲ୍ ମିଡିଆରେ ସକ୍ରିୟ ରହନ୍ତି । ଏଥିରୁ ୫୭ ପ୍ରତିଶତ ପିଲାଙ୍କୁ ଅନ୍ୟ ଆକାଉଣ୍ଟକୁ ବ୍ଲକ୍ କିମ୍ବା ରିପୋର୍ଟ କରିବା ଜଣା ଅଛି । ୫୧.୯ ପ୍ରତିଶତ ପିଲାଙ୍କୁ ନିଜର ପ୍ରୋଫାଇଲ୍ ଫଟୋ ବଦଳ କରି ଲକ୍ କରିବା ଜଣା ଅଛି । ସେହିପରି ୫୮.୬ ପ୍ରତିଶତ ପିଲା ନିଜର ପାସ୍ୱାର୍ଡ ବଦଳାଇ ଜାଣନ୍ତି । ୭୧.୪ ପ୍ରତିଶତ ପିଲାଙ୍କୁ ଇଣ୍ଟରନେଟ୍ ବ୍ରାଉଜିଂ ଜଣାଅଛି । ୮୫.୯ ପ୍ରତିଶତ ପିଲା ୟୁଟ୍ୟୁବ୍ ଭିଡିଓ ଦେଖୁଥିବା ବେଳେ ଏଥିରୁ ୯୩.୧ ପ୍ରତିଶତ ପିଲା ଏହାକୁ ସେୟାର କରିବା ଜାଣନ୍ତି ।