ପ୍ରମୂଖ ଖବର
  • ଖୁବ୍‌ଶୀଘ୍ର ସରିବ ନିର୍ବାଚନ ପ୍ରକ୍ରିୟା, ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପିକୁ ମିଳିବ ନୂଆ ରାଜ୍ୟ ସଭାପତି
  • ||
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା ପଡ଼ିଲା ମହଙ୍ଗା, ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ

Published By : Harapriya Sethi | January 29, 2025 9:48 AM

ଭୁବନେଶ୍ୱର, ୨୯/୦୧: ମହଙ୍ଗା ପଡିଲା ସରକାରୀ ନିର୍ଦ୍ଦେଶକୁ ଅବମାନନା । କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ଉଚ୍ଚଶିକ୍ଷା ବିଭାଗ । ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବରେ ନିର୍ଦ୍ଦେଶ ଜାରି କରାଯାଇଛି ।

ସୂଚନା ମୁତାବକ, ସରକାରୀ ନିର୍ଦ୍ଦେଶକୁ ପାଳନ ନକରିବା ପଡ଼ିଲା ମହଙ୍ଗା । ଉଚ୍ଚଶିକ୍ଷା ବିଭାଗର ବାରମ୍ବାର ତାଗିଦ୍ ପରେ ବି ରାଜ୍ୟର ୬୩ଟି ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟକ୍ଷ ନିଜ କଲେଜ ଆକାଉଣ୍ଟକୁ କାପା ପୋର୍ଟାଲରେ ଅପଡ଼େଟ୍‌ କରିନାହାନ୍ତି । ତେଣୁ ୨୦୨୪-୨୫ ବର୍ଷ ପାଇଁ କଲେଜ ଆକାଉଣ୍ଟ ଅପଡେଟ୍‌ କରିବାକୁ ନିର୍ଦ୍ଦେଶ ଥିଲେ ବି ଏସବୁକୁ କଲେଜ ଅଧ୍ୟକ୍ଷ ମାନିନାହାନ୍ତି। ଯେଉଁଥିପାଇଁ ଚଳିତ ମାସ ଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ବିଭାଗ ଦରମା ବନ୍ଦ ରଖିଛି । ଯାଜପୁର ଜିଲ୍ଲାର ସର୍ବାଧିକ ୧୧ଟି କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.