ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କୋକାକୋଲା ଡ୍ରିଙ୍କ୍‌ସରେ ମାତ୍ରାଧିକ କେମିକାଲ୍, ୟୁରୋପରୁ ପାନୀୟ ଫେରାଇ ନେଲା କମ୍ପାନୀ

Published By : Rasmita Pradhan | January 29, 2025 8:44 AM

ନୂଆଦିଲ୍ଲୀ, ୨୯/୦୧ : ଥଣ୍ଡା ପାନୀୟ ବା କୋଲ୍ଡ ଡ୍ରିଙ୍କ୍‌ସ କୋକାକୋଲାରେ ମାତ୍ରାଧିକ କେମିକାଲ୍। କୋକାକୋଲାରେ ‘କ୍ଲୋରେଟ୍‌’ ନାମକ ଏକ କେମିକାଲ ମାତ୍ରାଧିକ ମିଶୁଥିବା କମ୍ପାନୀ ନଜରକୁ ଆସିଛି। ଯେଉଁଥିପାଇଁ କମ୍ପାନୀ ୟୁରୋପର ଏକାଧିକ ଦେଶରୁ ନିଜ ପାନୀୟ ଉତ୍ପାଦ ଫେରାଇନେବା ଲାଗି ନିଷ୍ପତ୍ତି ନେଇଛି। ବେଲ୍‌ଜିୟମ, ଲକ୍ସମବର୍ଗ ଏବଂ ନେଦରଲ୍ୟାଣ୍ଡ୍‌ସରୁ କମ୍ପାନୀ ଏହାର କୋଲ୍ଡ ଡ୍ରିଙ୍କ୍‌ସ ଫେରାଇ ନେବ। ବ୍ରିଟେନରେ କେବଳ ୫ ପ୍ରଡକ୍ଟ ଲାଇନ ପଠାଯାଇଥିଲା ଏବଂ ତାହା ପୂର୍ବରୁ ହିଁ ବିକ୍ରି ହୋଇସାରିଛି। ଏବେ ବିକ୍ରି ହୋଇ ନ ଥିବା ଉତ୍ପାଦକୁ ଫେରାଇ ଅଣାଯିବାକୁ ପଦକ୍ଷେପ ନିଆଯାଉଛି।

ରିପୋର୍ଟ ଅନୁସାରେ, କୋକାକୋଲା ଏହାର କୋକ୍‌, ଫାଣ୍ଟା, ସ୍ପ୍ରାଇଟ୍‌, ଟ୍ରପିକୋ ଏବଂ ମିନିଟ୍‌ ମେଡ୍‌ ବ୍ରାଣ୍ଡ୍‌ର ଉତ୍ପାଦ ବଜାରରୁ ଫେରାଇ ନେବ। କ୍ଲୋରିନ୍‌ ବେସ୍‌ଡ ଡିସ୍‌ଇନ୍‌ଫେକ୍‌ଟାଣ୍ଟ୍‌ସକୁ ୱାଟର ଟ୍ରିଟ୍‌ମେଣ୍ଟ ଏବଂ ଫୁଡ୍‌ ପ୍ରୋସେସିଂରେ ବ୍ୟବହାର କରାଗଲେ କ୍ଲୋରେଟ୍‌ କେମିକାଲ ବନିଥାଏ। ମାତ୍ରାଧିକ କ୍ଲୋରେଟ୍‌ ଯୋଗୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ । ବିଶେଷ କରି ଛୋଟ ପିଲାଙ୍କଠାରେ ଏଥିଯୋଗୁ ଥାଇରଏଡ ରୋଗ ଦେଖାଦେଇଥାଏ । କାରଣ ଏହା ଶରୀରରେ ହର୍‌ମୋନ ସନ୍ତୁଳନକୁ ପ୍ରଭାବିତ କରେ । କୋଲ୍ଡ ଡ୍ରିଙ୍କ୍‌ସରେ ମାତ୍ରାଧିକ କ୍ଲୋରେଟ୍‌ ରହିବା ଦ୍ୱାରା ବାନ୍ତି, ଝାଡ଼ା ହେବା ସହ ରକ୍ତରେ ଅମ୍ଳଜାନ ଗ୍ରହଣ କରିବାର କ୍ଷମତା ହ୍ରାସ ପାଇଥାଏ । ତେଣୁ ଏହା ଶରୀର ପ୍ରତି ଗୁରୁତର ବିପଦ ସୃଷ୍ଟି କରିପାରେ । 

ଏହି ଖବରଟିକୁ ପଢନ୍ତୁ-ମହାକୁମ୍ଭରେ ବଡ ଅଘଟଣ ; ଦଳଚକଟାରେ ୧୫ ମୃତ, ଅମୃତ ସ୍ନାନ ପାଇଁ ଜମିଥିଲା ଭିଡ

ବ୍ରିଟେନ୍‌ ଖାଦ୍ୟ ମାନକ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, କୋକାକୋଲାର ଏହି ମାମଲାର ଯାଞ୍ଚ କରାଯାଉଛି। ଯଦି ଏଥିରେ କୌଣସି ଅସ୍ୱାସ୍ଥ୍ୟକର ପଦାର୍ଥ ମିଳେ, ତେବେ ଜରୁରି ପଦକ୍ଷେପ ନିଆଯିବ। ଏଥିସହ କୋଲ୍ଡ ଡ୍ରିଙ୍କ୍‌ସରୁ ଏପରି ପଦାର୍ଥକୁ ହଟାଯିବାକୁ ନିର୍ଦ୍ଦେଶ ଜାରି ହେବ। ଗ୍ରାହକଙ୍କୁ ମଧ୍ୟ ଏ ବାବଦରେ ସୂଚନା ଦିଆଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.