ପ୍ରମୂଖ ଖବର
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ମହାକୁମ୍ଭରେ ବଡ ଅଘଟଣ ; ଦଳଚକଟାରେ ୧୫ ମୃତ, ଅମୃତ ସ୍ନାନ ପାଇଁ ଜମିଥିଲା ଭିଡ

Published By : Ankita S | January 29, 2025 7:26 AM

ଲକ୍ଷ୍ନୌ,୨୯ /୦୧: ପ୍ରୟାଗରାଜ ମହାକୁମ୍ଭରେ ବଡ ଅଘଟଣ । ତ୍ରିବେଣୀ ସଙ୍ଗମରେ ବୁଡ ପକାଇବା ବେଳେ ଦଳାଚକଟା । ଅଘଟଣରେ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ମୌନୀ ଅମାବାସ୍ୟା ପାଇଁ ପ୍ରବଳ ଭିଡ ଜମିଥିଲା ।  ବିଳମ୍ବିତ ରାତି ପ୍ରାୟ ୧ଟାରେ ଅଘଟଣ ଘଟିଛି । କିଏ ଜାଣିଥିଲା ଏହି ଅମୃତ ସ୍ନାନ ସେମାନଙ୍କ ଶେଷ ଯାତ୍ରା ହେବ ବୋଲି । ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି  । ଅବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଘଟଣ ପରେ ସାହି ସ୍ନାନ ବାତିଲ କରାଯାଇଛି ।

ମୌନୀ ଅମାବାସ୍ୟା ଭିଡରୁ ଅଘଟଣ- ପବିତ୍ର ମୌନୀ ଅମାବାସ୍ୟା ପାଇଁ ତୀର୍ଥରାଜ ପ୍ରୟାଗରାଜ ମହାକୁମ୍ଭରେ ୨ୟ ଅମୃତ ସ୍ନାନ ହେବାର ଥିଲା । ଏହି ଅବସରରେ ସଙ୍ଗମ ଘାଟରେ ଅମୃତ ସ୍ନାନ କରିବାକୁ କୋଟି କୋଟି ଶ୍ରଦ୍ଧାଳୁଙ୍କର ସମାଗମ ଥିଲା । ପ୍ରାୟ ୧୦ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆକଳନ କରାଯାଉଥିଲା । ଅମୃତ ସ୍ନାନ ପାଇଁ ଜମିଥିବା ପ୍ରବଳ ଭିଡ ଯୋଗୁଁ ବଡ ଅଘଟଣ ଘଟିଛି । ଦଳାଚକଟାରେ ୧୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଳା ପରିସରରେ ଥିବ ସେକ୍ଟର ୨ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦଳାଚକଟା ପରେ ଅମୃତ ସ୍ନାନ ରଦ୍ଦ ହୋଇଛି । ସତର୍କତାମୂଳକ ପଦକ୍ଷେପ ନେଇ ଅମୃତ ସ୍ନାନ ରଦ୍ଦ କରିଛି ଆଖଡା ପରିଷଦ ।

ମହାକୁମ୍ଭର ସାଧ୍ବୀ ନିରଞ୍ଜନ ଜ୍ୟୋତି କହିଛନ୍ତି, ଏହା ବହୁତ ଦୁଃଖଦ ଘଟଣା । ଯାହା ବି ଘଟିଲା ତାହା ଠିକ୍ ନୁହେଁ ।  କୁମ୍ଭମେଳାରେ ପ୍ରାୟ ୧୦ କୋଟି ଲୋକଙ୍କ ସମାଗମ ହୋଇଛି । ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅମୃତ ସ୍ନାନକୁ ରଦ୍ଦ କରାଯାଇଛି ।  ଆଗକୁ କଣ ହେବ ସେ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ । ଆବଶ୍ୟକରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଫଳରେ ଏହି ଅଘଟଣ ଘଟିଛି ।

ଏହା ବି ପଢନ୍ତୁ...ବାଗପତରେ ବଡ଼ ଅଘଟଣ : ମଞ୍ଚ ଭୁଶୁଡ଼ି ୭ ଶ୍ରଦ୍ଧାଳୁ ମୃତ, ୮୦ ଆହତ

ଯୋଗୀ ସହ କଥା ହେଲେ ମୋଦି- ମୌନୀ ଅମାବାସ୍ୟାରେ ତ୍ରିବେଣୀ ସଙ୍ଗମରେ ବୁଡ ପକାଇବା ନେଇ ପ୍ରବଳ ଭିଡ ଜମିଥିଲା । ଫଳରେ ଏହି ଅଘଟଣ ଘଟିଛି । ଏହାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଘଟଣାକୁ ନେଇ  ଦୁଃଖ ପ୍ରକାଶ କରିବା ସହ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଘଣ୍ଟାଏ ମଧ୍ୟରେ ଯୋଗୀ ଆଦିତ୍ୟନାଥଙ୍କ ସହିତ ୨ ଥର କଥା ହୋଇଛନ୍ତି । ମନିଟରିଂ କରିବା ସହ ସ୍ଥିତିକୁ ସମ୍ପର୍କରେ ପଚାରି ବୁଝୁଛନ୍ତି ପ୍ରଧାନମନ୍ତ୍ରୀ  । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସ୍ଥିତି ସମ୍ପର୍କରେ କଥା ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.