ପ୍ରମୂଖ ଖବର
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଉଦ୍ଧାର ହେଲା ଆଉ ଜଣେ ଶିଶୁ ଶ୍ରମିକ, ଜଳଖିଆ ଦେକାନରେ କରୁଥିଲା କାମ

ବାଲିଅନ୍ତା ଥାନା ୧୪/୦୯: ଉଦ୍ଧାର ହେଲା ଆଉ ଜଣେ ଶିଶୁ ଶ୍ରମିକ। ମୟୂରଭଞ୍ଜରୁ ଚାଲାଣ ହୋଇ ଆସି ଜଳଖିଆ ଦେକାନରେ କରୁଥିଲା କାମ। ସ୍ଵେଚ୍ଛାସେବୀ ସଂଗଠନ ଓ ପୋଲିସ କର୍ମୀଙ୍କ ମିଳିତ ଚଢାଉ ପରେ ଉଦ୍ଧାର ହୋଇଛି ଶିଶୁ।

ଗତ କାଲି ବାଲିଅନ୍ତା ପୋଲିସ ଷ୍ଟେସନରେ ଆଉ ଏକ ଶିଶୁ ଶ୍ରମିକ ମାମଲା ରଜ୍ଜୁ ହୋଇଛି। ଗତ ୧୨ ତାରିଖରେ ରୁଚିକା ସମାଜ ମଙ୍ଗଳ ସଂଗଠନର ସ୍ଵେଚ୍ଛାସେବୀ ଓ ବାଳକାଟି ପୋଲିସ କର୍ମୀ ମିଳିତ ଭାବେ ବାଳକାଟି ସାଇପନ୍ ଛକ ଠାରେ ଏକ ଜଳଖିଆ ଦୋକାନ ଉପରେ ଚଢ଼ାଉ କରିଥିଲେ। ସେଠାରୁ ଜଣେ ୧୨ବର୍ଷର ଶିଶୁ ଶ୍ରମିକଙ୍କୁ କାମ କରୁଥିବା ଅବସ୍ଥାରେ ଉଦ୍ଧାର କରିଥଲେ। ପିଲାଟିକୁ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ଗରିବ ଶ୍ରମିକ ପରିବାରରୁ ଚାଲାଣ ହୋଇ ବାଲିଅନ୍ତା ଅଞ୍ଚଳରେ କାମରେ ନିଯୁକ୍ତି କରାଯାଇଥିଲା। ପିଲାକୁ କାଉନସେଲିଂ ପରେ ଜଣା ଯାଇଛି ଯେ ତାର ବାପା ମା ଦୁଇ ଜଣ ଯାକ ବାଲିଅନ୍ତା ଅଞ୍ଚଳରେ ଏକ ଇଟା ଭାଟିରେ ଶ୍ରମିକ ଭାବେ କାମ କରନ୍ତି। ଦାରିଦ୍ର୍ୟର କଷାଘାତରେ ସନ୍ତୁଳିତ ହୋଇ ବାପା ମା ଗାଁ ଛାଡିଥିବା ବେଳେ ପିଲାଟି ମଧ୍ୟ ବିଦ୍ୟାଳୟ ଛାଡ଼ି ଶିଶୁ ଶ୍ରମିକ ଭାବରେ ନିୟୋଜିତ ହୋଇଥିବାର ସୂଚନା ମିଳିଛି। 

ଶିଶୁ ଶ୍ରମିକଟି ଉଦ୍ଧାର ପରେ ତାକୁ ଖୋର୍ଦ୍ଧା ଶିଶୁ କଲ୍ୟାଣ ସମିତିରେ ଉପସ୍ଥିତ କରାଯାଇ ଭୈରବୀ କ୍ଳବ୍ ଓପନ ସେଲଟରରେ କାଉନସେଲିଂ ନିମନ୍ତେ ରଖା ଯାଇଅଛି।  ଗତ ଜୁନ ମାସ ଠାରୁ ଏପର୍ଯ୍ୟନ୍ତ କମିଶନରେଟ ପୋଲିସ ଓ ଶ୍ରମ ଅଧିକାରୀଙ୍କ ସହାୟତାରେ ପ୍ରାୟ ୩୯ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଅଛି ଓ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ପ୍ରାୟ ୨୮ ଟି ମାମଲା ରୁଜୁ କରାଯାଇଛି। ଏହି ସମସ୍ତ ପିଲାଙ୍କୁ ଶିଶୁ କଲ୍ୟାଣ ସମିତିରେ ଉପସ୍ଥିତ କରାଯାଇ ଓପନ ସେଲଟର ମାନଙ୍କରେ ରଖାଯାଇ କାଉନସେଲିଂ କରାଯାଇଛି । ତେବେ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରି ଥଇଥାନ କରିବା ଦିଗରେ କମିଶନରେଟ ପୋଲିସ, ଶ୍ରମ ଅଧିକାରୀ, ଚାଇଲ୍ଡଲାଇନ ଓ ରୁଚିକା ଭଳି ସ୍ଵେଚ୍ଛାସେବୀ ସଂଗଠନ ମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଏହି ଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନ କରାଗଲେ ଶିଶୁ ଶ୍ରମିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମାନେ ଆଶା ବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.