ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଦେଖାଇଲେ ଦେଶଭକ୍ତି... ଅଞ୍ଜୁ ପାକିସ୍ତାନରେ​‌ ପାଳନ କଲେ ୧୪ ଅଗଷ୍ଟ,ଭାରତରେ ସୀମା ଉଡାଇଲେ ତ୍ରୀରଙ୍ଗା

ନୂଆଦିଲ୍ଲୀ,୧୪।୮: ସୀମା ହାଇଦର ଓ ଅଞ୍ଜୁ... ଏହି ଦୁଇଟି ନାଁର ଚର୍ଚ୍ଚା ଆଜିକାଲି ସବୁ ସ୍ଥାନରେ ରହିଛି। ବିଶେଷ ଭାବରେ ଭାରତ ଓ ପାକିସ୍ତାନରେ ରହିଛି। ଅଞ୍ଜୁ ନିଜର ପ୍ରେମିକ ପାଇଁ ଭାରତରୁ ପାକିସ୍ତାନ ଚାଲି ଆସିଛନ୍ତି, ସେଭଳି ସୀମା ହାଇଦର ମଧ୍ୟ ନିଜର ପ୍ରେମିକ ପାଇଁ ପାକିସ୍ତାନରୁ ଭାରତ ପଳାଇ ଆସିଛନ୍ତି। ତେବେ​‌ ଏହା ଭିତରେ ଖବର ଆସିଛି ଯେ, ଅଞ୍ଜୁ ପାକିସ୍ତାନରେ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ସେଭଳି ସୀମା ମଧ୍ୟ ଭାରତରେ  ତ୍ରୀରଙ୍ଗା  ଧରି ହିନ୍ଦୁସ୍ତାନ ଜିନ୍ଦାବାଦର ନାରା ଦେଇଛନ୍ତି।

ନ୍ୟୁଜ ଏଜେନ୍ସି ଅନୁସାରେ, ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶରେ ପହଞ୍ଚିଥିବା ଅଞ୍ଜୁ ସେଠାରେ ସ୍ବାଧୀନତା ଉତ୍ସବ ପାଳନ କରିଛନ୍ତି। ଅଞ୍ଜୁ ଏଠାରେ ନସରୁଲାହ ସହ ମିଶି ପାକିସ୍ତାନର ୟୋମ୍‌-ଇ-ଆଜାଦୀ(ସ୍ବାଧୀନତା ଦିବସ)ର କେକ୍ କାଟିଛନ୍ତି। ଏହି ସମୟରେ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଜିୟୋ ନ୍ୟୁଜ ଅଞ୍ଜୁ ଇଣ୍ଟରଭ୍ୟୁ ନେଇଥିଲା। ଅଞ୍ଜୁଙ୍କୁ ଫାତିମା ଓ ନସରୁଲାହଙ୍କୁ ତାଙ୍କର ସ୍ବାମୀ ବୋଲି କହି ସମ୍ବୋଧିତ କରିଥିଲା। ଉଲ୍ଲେଖନୀୟ ଯେ, ପାକିସ୍ତାନରେ ୧୪ ଅଗଷ୍ଟରେ ସ୍ବାଧୀନତା ଦିବସ ପାଳନ କରାଯାଇଥାଏ। ସେଭଳି ଭାରତରେ ୧୫ ଅଗଷ୍ଟରେ ସ୍ବାଧୀନତା ଦିବସ ପାଳନ କରାଯାଏ।

ଅଞ୍ଜୁ ବହୁବାର ଧର୍ମ ପରିବର୍ତ୍ତନ କରି ଇସଲାମ୍ ଗ୍ରହଣ କରିଛନ୍ତି ଓ ନସରୁଲାହଙ୍କୁ ବିବାହ କରିବାର କଥା ଖାରଜ କରିଛନ୍ତି, କିନ୍ତୁ ଜିଓ ନ୍ୟୁଜ ସହିତ ଆଲୋଚନା ବେଳେ ସେ ଏହା ଉପରେ କୌଣସି ଆପତ୍ତି ପ୍ରକାଶ କରିନଥିଲେ। ଏହି ସମୟରେ ସେ ପାକିସ୍ତାନକୁ ଖୁବ୍ ପ୍ରଶଂସା କରିଥିଲେ। ଅଞ୍ଜୁ କହିଛନ୍ତି, ପାକିସ୍ତାନ ଆସି ମୋତେ ବହୁତ ଖୁସି ଲାଗୁଛି। ଏଠାର ଲୋକଙ୍କ ସଂସ୍କୃତି ବହୁତ ଭଲ। ପାକିସ୍ତାନର ଅତିଥି ସତ୍କାର ଖୁବ୍ ଭଲ।’

{"id":611025,"width":977,"height":550,"sizeSlug":"full","linkDestination":"none"}

ଅନ୍ୟପକ୍ଷେ ଯଦି କଥା ହେବା ତେବେ ସୀମା ହାଇଦର ମଧ୍ୟ ସଚିନଙ୍କ ସହିତ ନୋଏଡାର ରବୁପୁରା ସ୍ଥିତ ନିଜ ଘରେ ରବିବାର ତ୍ରୀରଙ୍ଗା ଭଳି ଶାଢୀ,ମଥାରେ ଜୟ ମାତାଜୀ ଲେଖା ହୋଇଥିବା ଚୁନରୀ ବାନ୍ଧି ଉଡାଇଥିଲେ ତ୍ରୀରଙ୍ଗା। ଏହି ସମୟରେ ତାଙ୍କର ଚାରୋଟି ସନ୍ତାନ ସଚିନ୍‌, ସଚିନ୍‌ଙ୍କ ବାପା ନେତ୍ରପାଳ ଓ ଓକିଲ ଏପି ସିଂହ ମଧ୍ୟ ଥିଲେ। ସୀମା ଓ ତାଙ୍କ ପିଲାମାନେ ହିନ୍ଦୁସ୍ତାନ ଜିନ୍ଦାବାଦର ସ୍ଲୋଗାନ୍ ଦେଇଥିଲେ। ଏହା ସହିତ ପାକିସ୍ତାନ ମୁର୍ଦ୍ଦାବାଦ ମଧ୍ୟ କହିଥିଲେ। ସୀମା କହିଛନ୍ତି, ଆଜି ମୁଁ ନିଜର ଘରେ ତ୍ରୀରଙ୍ଗା ଉଡାଇଛି ଓ ଏବେ ମୁଁ ଭାରତର। ଯଦି ସୁଯୋଗ ମିଳିବ ତେବେ ‘ଗଦର-୨’ ଫିଲ୍ମ ଦେଖିବାକୁ ଯିବି। ସୀମା ହାଇଦର ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୟ ନାରା ମଧ୍ୟ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.