ପ୍ରମୂଖ ଖବର
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ମାଉଣ୍ଟ କାଙ୍ଗ ୟାତସେ, ଡୋଜୋ ଜଙ୍ଗୋ ଆରୋହଣ କଲେ ଅନୀତା

ଭୁବନେଶ୍ୱର,୦୯/୦୯: ଓଡ଼ିଆ  ମହିଳା ପର୍ବତାରୋହୀ  ଅନିତା ସ୍ୱାଇଁ  ଗୋଟିଏ ସପ୍ତାହରେ  ୨୦,୦୦୦ ଫୁଟରୁ  ଅଧିକ ଉଚ୍ଚ ଦୁଇଟି ପର୍ବତ ଆରୋହଣ  କରିବାରେ ସଫଳ ହୋଇଛନ୍ତି।  ପ୍ରଥମେ ସେ ଗତ ୨  ତାରିଖରେ ମାଉଣ୍ଟ  କାଙ୍ଗ ୟାତସେ  (୨୦, ୬୦୦  ଫୁଟ) ଶୀର୍ଷରେ ପହଞ୍ଚିଥିଲେ । ସେହିପରି ଗତ ୬ ତାରିଖରେ  ଡୋଜୋ ଜଙ୍ଗୋ (୨୦,୫୦୦ ଫୁଟ) ଆରୋହଣ କରିଥିଲେ ।  

ଅନୀତା ହେଉଛନ୍ତି ‘ଆସା’ର ସଦସ୍ୟା । ଟାଟା ଷ୍ଟିଲର ଏହି ଦୁଇ ପର୍ବତ  ଆରୋହଣ ପାଇଁ ସମସ୍ତ ସହାୟତା ଯୋଗାଇ ଦେଇଥିଲେ । ଅବସର ପ୍ରାପ୍ତ  ଲେଫ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ‘ଆସା’ ସମ୍ପାଦକ ଏଭରେଷ୍ଟ  ଆରୋହୀ ଗଣେଶ ଚନ୍ଦ୍ର ଜେନା, ଶକ୍ତି ରଞ୍ଜନ ମହାନ୍ତି, ବିକ୍ରମ ଦାସ  ଏବଂ ଉପଦେଷ୍ଟା ଅଶୋକ ମହାନ୍ତି ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.