ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସୀମାନ୍ତରେ ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିସ ସୂଚନାଦାତା ସନ୍ଦେହରେ ଅଙ୍ଗନୱାର୍ଡି ସହାୟତାଙ୍କୁ ହତ୍ୟା

Published By : Gurupada Nath | December 7, 2024 11:16 PM

ମାଲକାନଗିରି,୭/୧୨ : ସୀମାନ୍ତରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି । ପୁଲିସ ସୂଚନା ଦାତା ସନ୍ଦେହରେ ଜଣେ ଅଙ୍ଗନୱାଡି ସହାୟତାଙ୍କୁ ନିର୍ମମ ଭାବେ ହତ୍ୟା କରିଥବା ଜଣାପଡିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ଗତକାଲି ରାତିରେ ନକ୍ସଲମାନେ ଜିଲ୍ଲାର ବାସାଗୁଦା ପୋଲିସ ଷ୍ଟେସନ ପରିସରରେ ଥିବା ତିମାପୁରର ଚିଡପାରା ଗ୍ରାମରେ ଅଙ୍ଗନୱାଡି ସହାୟକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। 

ଘଟଣା ପରେ ଅଞ୍ଚଳରେ ଆତଙ୍କ ଓ ଉତେଜନା ଦେଖାଦେଇଛି । ମିଳିଥିବା ସୂଚନା ଅନୁଯାୟୀ ହତ୍ୟା ସମୟରେ ମୃତକଙ୍କ ପୁଅ ମଧ୍ୟ ଉପସ୍ଥିତ ଥିଲେ । ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ନକ୍ସଲମାନେ ବାଡ଼ିରେ ପିଟିଥିଲେ। ପୋଲିସ କହିଛି ଯେ, ଗତକାଲି ରାତି ପ୍ରାୟ ୮ଟା ସମୟରେ ଅଜ୍ଞାତ ନକ୍ସଲମାନେ ଅଙ୍ଗନୱାଡି ସହାୟକ ଲକ୍ଷ୍ମୀ ପଦ୍ମଙ୍କୁ ଗଳା କାଟି ହତ୍ୟା କରିଥିଲେ। ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହ ତାଙ୍କ ପ୍ରାଙ୍ଗଣରେ ଫିଙ୍ଗି ଦିଆଯାଇଥିଲା। ଘଟଣାସ୍ଥଳରୁ ନକ୍ସଲ ସମର୍ଥିତ କ୍ଷେତ୍ର କମିଟିର ଏକ ହସ୍ତଲିଖନ ପୁସ୍ତକ ମଧ୍ୟ ଉଦ୍ଧାର କରାଯାଇଛି। ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି ଯେ, ମୃତ ମହିଳାଙ୍କୁ ପୋଲିସ ସୂଚନାଦାତା ସନ୍ଦେହରେ ହତ୍ୟା କରାଯାଇଥିଲା। ପୋଲିସ ଷ୍ଟେସନ ବାସାଗୁଡା ମୃତଦେହକୁ ଜବତ କରିଛି ଏବଂ ତଦନ୍ତ ଚାଲିଛି।

ସୂଚନାଯୋଗ୍ୟ ଯେ, ତିନି ଦିନ ପୂର୍ବେ ଜିଲ୍ଲାର ଦୁଇ ଜଣ ପୂର୍ବତନ ସରପଞ୍ଚଙ୍କୁ ନକ୍ସଲମାନେ ହତ୍ୟା କରିଥିଲେ। କ୍ରମାଗତ ଘଟଣା ଯୋଗୁଁ ଏହି ଅଞ୍ଚଳରେ ଆତଙ୍କ ଓ ଭୟ ସୃଷ୍ଟି ହୋଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.