ପ୍ରମୂଖ ଖବର
  • ରାଜଧାନୀରେ ସମାଜସେବୀଙ୍କୁ ଗୋଡ଼ାଇ ହାଣିଲେ, ଆତଙ୍କ ଖେଳାଇଲେ ଦୁର୍ବୃତ୍ତ: ସଙ୍କଟାପନ୍ନ ଅବସ୍ଥାରେ ଏମ୍‌ସରେ ଭର୍ତ୍ତି
  • ||
  • କାର ଧକ୍କାରେ ଆଇକନିକ୍‌ ଟ୍ରାଫିକ୍‌ ପୋଷ୍ଟ ଛିନ୍‌ଛତ୍ର, ମହିଳାଙ୍କ ସମେତ ୩ ଆହତ
  • ||
  • ସ୍ୱାମୀକୁ ଗଛରେ ବାନ୍ଧି ପତ୍ନୀଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ଲୁଟି ନେଲେ ସୁନା ଗହଣା
  • ||
  • ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଦେହାନ୍ତ, ୪୨ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ, ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ
  • ||

ଝାଡଖଣ୍ଡ ବିଧାନସଭା ନିର୍ବାଚନ, ପ୍ରତିଶ୍ରୁତିର ପେଡି ଖୋଲିଲା ବିଜେପି

ରାଞ୍ଚି ; ୩/୧୧ : ଝାଡଖଣ୍ଡ ବିଧାନସଭା ନିର୍ବାଚନ ନେଇ ଦିନ ନିକଟ ହେଉଛି । ଏହାରି ଭିତରେ ଭାରତୀୟ ଜନତା ପାର୍ଟି ଝାଡଖଣ୍ଡବାସୀଙ୍କ ପାଇଁ ପ୍ରତିଶ୍ରୁତି ପେଡି ଖୋଲିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଝାଡଖଣ୍ଡ ବିଧାନସଭା ନିର୍ବାଚନ ନେଇ ସଂକଳ୍ପପତ୍ର ଜାରି କରିଛନ୍ତି । ଇସ୍ତାହାରରେ ଚାଷୀ, ମହିଳା, ଯୁବବର୍ଗ, ଭିତ୍ତିଭୂମିକୁ ସାମିଲ କରିଛି ବିଜେପି ।

ଝାଡଖଣ୍ଡବାସୀଙ୍କୁ ବିଜେପି ପ୍ରତିଶ୍ରୁତି ଦେଇଛି (୧) ମାଆ ଭଉଣୀମାନଙ୍କ ପାଇଁ ଗୋଗୋ ଦିଦି ଯୋଜନାରେ ପ୍ରତି ମାସରେ ୨୧୦୦ ଟଙ୍କା, (୨) ଦିପାବଳୀ ଓ ରାକ୍ଷୀରେ ମାଗଣା ଏଲପିଜି ଗ୍ୟାସ, (୩) ୫୦୦ ଟଙ୍କା ମୂଲ୍ୟରେ ଗ୍ୟାସ (୪) ୫ ବର୍ଷରେ ୫ ଲକ୍ଷ ରୋଜଗାର ସୃଷ୍ଟି ଲକ୍ଷ୍ୟ (୫) ଝାଡଖଣ୍ଡରେ ୟୁସିସି ଆସିବ । 

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏହି ନିର୍ବାଚନ କେବଳ ସରକାର ବଦଳାଇବା ନୁହେଁ ଏହା ଝାଡଖଣ୍ଡବାସୀଙ୍କ ଭବିଷ୍ୟତ ସୁନିଶ୍ଚିତ କରିବା । ଏହି ରାଜ୍ୟର ଲୋକ ହିଁ ସ୍ଥିର କରିବେ ଦର୍ନୀତିଗ୍ରସ୍ତ ସରକାର ଦରକାର ନା ବିକାଶ ରାସ୍ତାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଚାଲୁଥିବା ବିଜେପି ସରକାର ଦରକାର । ଭାରତୀୟ ଜନତା ପାର୍ଟି ଏକମାତ୍ର ଦଳ ସଂକଳ୍ପପତ୍ରରେ ଯାହା କୁହେ ତାହା କରି ଦେଖାଏ । ଏହି ସଂକଳ୍ପପତ୍ର କେବଳ ବିଜେପିର ନହେଁ ବରଂ ସମସ୍ତ ଝାଡଖଣ୍ଡବାସୀଙ୍କ ଆଶା । ଝାଡଖଣ୍ଡରେ ବିଜେପି ହିଁ ସରକାର ଗଢିବ । ଲାଞ୍ଚ ନେଇଥିବା ସମସ୍ତଙ୍କୁ ଖୋଜି ବାହାର କରିବ । ''

ସେ ଆହୁରି କହିଛନ୍ତି ହେମନ୍ତ ସୋରେନଙ୍କ ସରକାରରେ ଝାଡଖଣ୍ଡର ଆଦିବାସୀ ସୁରକ୍ଷିତ ନ ଥିଲେ । ଦିନକୁ ଦିନ ଆଦିବାସୀଙ୍କ ସଂଖ୍ୟା କମୁଛି । ବିଜେପି ଝାଡଖଣ୍ଡର ସୁରକ୍ଷା, ବିକାଶ ପାଇଁ କାମ କରିବ । ଭାରତୀୟ ଜନତା ପାର୍ଟି ଝାଡଖଣ୍ଡର ମାଟି, ରୁଟି ଓ ବେଟିଙ୍କ ସୁରକ୍ଷା ପାଇଁ ସଙ୍କଳ୍ପ ବଦ୍ଧ । ନିର୍ବାଚନୀ ଇସ୍ତାହାର ଜାରି ସମୟରେ  ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା, ବିଜେପି ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ  ଚୌହାନ, ବିଜେପି ଝାଡଖଣ୍ଡ ସଭାପତି ବାବୁଲାଲ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ମାସ ୧୩ ତାରିଖ ଓ ୨୦ ତାରିଖରେ ଝାଡଖଣ୍ଡ ବିଧାନସଭା ନିର୍ବାଚନ ହେବ । ନଭେମ୍ବର ୨୩ ତାରିଖରେ ଭୋଟ ଗଣତି ହେବ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.