ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ଦଶମ ବାର୍ଷିକୀରେ ନୀତା ଅମ୍ବାନୀଙ୍କ ଦ୍ୱାରା ୧ ଲକ୍ଷ ମହିଳା ଓ ଶିଶୁଙ୍କ ପାଇଁ ମାଗଣା ପରୀକ୍ଷା ଏବଂ ଚିକିତ୍ସା ସୁବିଧା ଘୋଷଣା

Published By : Prameya | October 28, 2024 10:56 PM

ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଶ୍ରୀମତୀ ନୀତା ଏମ୍‌ ଅମ୍ବାନୀ ସାର୍‌ ଏଚ୍‌ ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ଦଶମ ବାର୍ଷିକୀ ପାଳନ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍‌ ପକ୍ଷରୁ ଏକ ନୂତନ ସ୍ୱାସ୍ଥ୍ୟସେବା ଯୋଜନା ଆରମ୍ଭ ଘୋଷଣା କରଛନ୍ତି । ଏହି ଯୋଜନାରେ ୫୦,୦୦୦ ପିଲାଙ୍କ ପାଇଁ ଜନ୍ମଗତ ହୃଦରୋଗର ମାଗଣା ସ୍କ୍ରିନିଂ ଓ ଚିକିତ୍ସା, ୫୦,୦୦୦ ମହିଳାଙ୍କ ପାଇଁ ସ୍ତନ ଏବଂ ଗର୍ଭାଶୟ କର୍କଟ ରୋଗର ମାଗଣା ସ୍କ୍ରିନିଂ ଓ ଚିକିତ୍ସା ଏବଂ ୧୦,୦୦୦ ବାଳିକାଙ୍କ ପାଇଁ ମାଗଣା ଗର୍ଭାଶୟ କର୍କଟ ଟୀକାକରଣ ଅନ୍ତର୍ଭୁକ୍ତ ।

ଶ୍ରୀମତୀ ନୀତା ଅମ୍ବାନୀ କହିଛନ୍ତି, “ଆମର ଉଦ୍ୟମ ହେଉଛି ଯେ ପ୍ରତ୍ୟେକ ଭାରତୀୟ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ସୁବିଧାଜନକ ଏବଂ ସୁଲଭ ମୂଲ୍ୟରେ ପାଇପାରିବେ । ଏଥିସହିତ ଆମେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଛୁ ଏବଂ ଅସଂଖ୍ୟ ପରିବାରକୁ ଆଶା ପ୍ରଦାନ କରିଛୁ । ଆମେ ଦଶମ ବାର୍ଷିକୀ ପାଳନ କରୁଥିବା ବେଳେ ଆର୍ôଥକ ଦୃଷ୍ଟିରୁ ଅନଗ୍ରସର ସମୁଦାୟର ଶିଶୁ ଏବଂ ମହିଳାମାନଙ୍କ ପାଇଁ ଏକ ନୂତନ ମାଗଣା ସ୍ୱାସ୍ଥ୍ୟସେବା ଯୋଜନା ଆରମ୍ଭ କରିଛୁ । ”

ଗତ ଦଶ ବର୍ଷ ମଧ୍ୟରେ ସାର୍‌ ଏଚ୍‌ ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ଦେଢ଼ ଲକ୍ଷରୁ ଅଧିକ ପିଲାଙ୍କ ସମେତ ୨୭.୫ ଲକ୍ଷ ଭାରତୀୟଙ୍କ ଜୀବନକୁ ଛୁଇଁଛି । ଏହି ଅବଧି ମଧ୍ୟରେ ଏହି ଡାକ୍ତରଖାନା ୫୦୦ ରୁ ଅଧିକ ଅଙ୍ଗ ପ୍ରତିରୋପଣ କରିଛି ଏବଂ ୨୪ ଘଣ୍ଟା ମଧ୍ୟରେ ୬ ଟି ଅଙ୍ଗ ପ୍ରତିରୋପଣ କରିବାର ରେକର୍ଡ ମଧ୍ୟ ସୃଷ୍ଟି କରିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.