ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଓଡ଼ିଶା କଂଗ୍ରେସର ପ୍ରଭାରୀ ହେଲେ ଅଜୟ କୁମାର ଲଲ୍ଲୁ

Published By : Bijay Swain | February 14, 2025 10:57 PM

ଭୁବନେଶ୍ୱର: ଓଡିଶାରେ ବଦଳିଲା କଂଗ୍ରେସର ସମୀକରଣ। ଭେଟରାନ ବିଧାୟକ ଅଜୟ କୁମାର ଲଲ୍ଲୁ ହେଲେ ଓଡ଼ିଶା କଂଗ୍ରେସର  ପ୍ରଭାରୀ। ଏନେଇ ଏଆଇସିସି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ଅଜୟ ଲଲ୍ଲୁ ଉତ୍ତରପ୍ରଦେଶର କଂଗ୍ରେସ ବିଧାୟକ ଓ ୟୁପିର ପିସିସି ସଭାପତି ଥିଲେ। 

ଅନ୍ୟପଟେ ସପ୍ତଗିରି ଉଲ୍ଲାକାଙ୍କୁ ୪ ରାଜ୍ୟର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ତାଙ୍କୁ ମଣିପୁର, ତ୍ରିପୁରା, ସିକ୍କିମ ଓ ନାଗାଲାଣ୍ଡର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସେ ଏହି ସବୁ ରାଜ୍ୟରେ କଂଗ୍ରେସର ମଙ୍ଗ ସମ୍ଭାଳିବେ। 

ସେହିପରି ଦୀର୍ଘ ଦିନ ଯାଏ ମୁରବୀ ଶୂନ୍ୟ ଥିବା ଓଡ଼ିଶା ପ୍ରଦେଶ କଂଗ୍ରେସକୁ ମିଳିଛି ଏହାର ନୂଆ ମୁଖିଆ । ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତ କରାଯାଇଛି। ଏଆଇସିସି ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। କଂଗ୍ରେସର ଏକ୍ସ ଆକାଉଣ୍ଟରେ ଏନେଇ ପୋଷ୍ଟ କରାଯାଇଛି। ଏଥିରେ ଲେଖାଯାଇଛି, 'କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ଭକ୍ତ ଚରଣ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.