ପ୍ରମୂଖ ଖବର
  • ଶ୍ରୀମନ୍ଦିରକୁ ଓମଫେଡ଼ ଘିଅ ଯୋଗାଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ,ଆଇନ ମନ୍ତ୍ରୀପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚାଲିଛି ଆଲୋଚନା
  • ||
  • ବୈତରଣୀ ମୁହାଣରେ ଅଘଟଣ: ବୁଡିଗଲା ମାଛଧରା ବୋଟ୍‌, ୬ ଜଣ ଉଦ୍ଧାର
  • ||
  • ବାତ୍ୟାର ମୁକାବିଲା ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ,ଟୁଇଟ୍ ସିଟି କମିଶନରେଟ ପୋଲିସ କହିଲେ ବାତ୍ୟା ସମୟରେ ଲୋକଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରାଯିବ
  • ||
  • କେନ୍ଦ୍ରାପଡ଼ା: ସନ୍ଧ୍ୟା ସୁଦ୍ଧା ବାଉଁଶ ଓ ଲାଇଟ୍ ଗେଟ୍ ଖୋଲ, ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
  • ||
  • ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌ ଟିମ୍‌କୁ ସଜାଗ: ମୁକାବିଲା ପାଇଁ ୬୦ ଓଡ୍ରାଫ୍‌ ଟିମ୍‌,ଭୁବନେଶ୍ୱର, କଟକରେ ରିଜର୍ଭ ରହିବ ୧୦ ଟିମ୍‌
  • ||
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବଦଳିଲା ବିମାନବନ୍ଦର ନିୟମ; ଏବେ ଯାତ୍ରା ସମୟରେ ସାଙ୍ଗରେ ଏହି ସବୁ ଜିନିଷ ନେଇପାରିବେନି ଯାତ୍ରୀ

ନୂଆଦିଲ୍ଲୀ,୨୨/୧୦: ସୁରକ୍ଷିିିତ ବିମାନ ଯାତ୍ରାକୁ ନଜରରେ ରଖି ବିମାନବନ୍ଦର କର୍ତ୍ତୃପକ୍ଷ ଏହାର ନିୟମରେ କିଛି ପରିବର୍ତ୍ତନ କରିଛନ୍ତି। ଏହି ବିଶେଷ ପରିବର୍ତ୍ତନ ଦୁବାଇ ଯିବାକୁ ଥିବା ଯାତ୍ରୀଙ୍କ ପାଇଁ କରାଯାଇଛି। ଲୋକମାନେ ସାଧାରଣତଃ କ୍ୟାବିନ ବ୍ୟାଗ୍‌ରେ ଔଷଧ ଭଳି ଜରୁରୀ ସାମଗ୍ରୀ ନେଇଥାଆନ୍ତି। କିନ୍ତୁ ଏବେ ଦୁବାଇ ଯିବାକୁ ଥିବା ବିମାନରେ ଏପରି କରିହେବ ନାହିଁ। ଆପଣ ସମସ୍ତପ୍ରକାରର ଔଷଧ ନେଇପାରିବେ ନାହିଁ। ନୂଆ ନିୟମ ମୂତାବକ ଆପଣଙ୍କୁ କେବଳ ସ୍ବିକୃତିପ୍ରାପ୍ତ ଔଷଧ ନେବାକୁ ହେବ।   

ଅନେକ ଥର ଲୋକମାନେ ଅଜାଣତରେ ଏପରି ଜିନିଷ ସେମାନଙ୍କ ସହିତ ନେଇ ଥାଆନ୍ତି, ଯାହାକୁ ବିମାନରେ ନେବା ଏକ ଆଇନଗତ ଅପରାଧ ବୋଲି ବିବେଚନା କରାଯାଇପାରେ। ଏବେ ଆପଣ ନିଜର ଇଛା ମୁତାବକ ଦୁବାଇ ବିମାନରେ ଯାତ୍ରା ବେଳେ ଚେକ୍ ଇନ୍ ଲଗେଜ୍ ସହିତ ଆପଣ କ୍ୟାବିନ ବ୍ୟାଗେଜରେ କୌଣସି ଜିନିଷ ପ୍ୟାକ୍ କରିପାରିବେ ନାହିଁ। ଯଦି ଆପଣ ୟୁଏଇ ଯଥା ଦୁବାଇ ଯିବାକୁ ଯୋଜନା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଉପଯୋଗୀ ଖବର ଅଟେ। ଦୁବାଇ ଯାତ୍ରା କରିବା ସମୟରେ ଆପଣଙ୍କୁ ଅନେକ ନିୟମ ଅନୁସରଣ କରିବାକୁ ପଡ଼ିବ। 

ଏହି ସାମଗ୍ରୀ ନେଇପାରିବେ ନାହିଁ: 

କୋକେନ୍‌, ହେରୋଇନ, ପପି ସିଡ୍‌ସ ଏବଂ ମୁଣ୍ଡ ବିନ୍ଧା ଔଷଧ ନେଇପାରିବେନି।

ପାନ ପତ୍ର ଏବଂ ଇଚ୍ଛା ମୁତାବକ ଔଷଧ ଆପଣ ନେଇପାରିବେନି।

ହାତୀ ଦାନ୍ତ, ଗଣ୍ଡା ସିଙ୍ଗ, ଜୁଆ ଖେଳ ଉପକରଣ, ତିନି ପରସ୍ତ ବିଶିଷ୍ଟ ମାଛଧରା ଜାଲ ଏବଂ ବୟକଟ୍‌ ହୋଇଥିବା ଦେଶର କୌଣସି ସାମଗ୍ରୀ ଆପଣ ବିମାନ ଯାତ୍ରାରେ ନେଲେ ଏହାକୁ ଅପରାଧ ଶ୍ରେଣୀଭୁକ୍ତ ଭାବେ ଗ୍ରହଣ କରାଯାଏ।

କୌଣସି ଚିତ୍ରିତ ବସ୍ତୁ, ଅଏଲ୍‌ ପେଣ୍ଟେଡ୍‌ ଚିତ୍ର, ଫଟୋଗ୍ରାଫ୍, ବହି ଏବଂ ପଥରରେ ପ୍ରସ୍ତୁତ କୌଣସି ମୂର୍ତ୍ତିକୁ ଆପଣ ବିମାନ ଯାତ୍ରାବେଳେ ନେଇପାରିବେନି।

ନକଲି ଟଙ୍କା, ଘରେ ରନ୍ଧାଯାଇ‌ଥିବା ଖାଦ୍ୟ ଏପରିକି ଆମିଷ ଖାଦ୍ୟ ବିମାନ ଯାତ୍ରାରେ ନେବା ନିଶେଦ୍ଧ 

ନିଷିଦ୍ଧ କରାଯାଇଥିବା ଦ୍ରବ୍ୟ ଅର୍ଥାତ୍‌ ସାମଗ୍ରୀ ମଧ୍ୟରୁ ଯଦି କୌଣସି ଜିନିଷ ଯାତ୍ରୀଙ୍କ ଠାରୁ ମିଳେ, ତେବେ ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

ଟଙ୍କା ଦେଇ ନେଇପାରିବେ ଏହି ସବୁ ଜିନିଷ: 

ଆପଣ ଯଦି ଦୁବାଇ ଯିବାକୁ ଚାହୁଁଛନ୍ତି ତେବେ ଟିକେଟ ବୁକ୍‌ କରିବା ସମୟରେ ଆପଣ ଆଡ୍‌ଭାନ୍ସ ପେମେଣ୍ଟ କରି ଆପଣଙ୍କ ସାମଗ୍ରୀ ନେବାପାଇଁ ବନ୍ଦୋବସ୍ତ କରିପାରିବେ। ତେବେ ଛୋଟ ଗଛ, ସାର, ଔଷଧ, ଔଷଧୀୟ ଉପକରଣ, ବହି, ମେକପ୍‌ ସାମଗ୍ରୀ, ଓ୍ବୟାରଲେସ୍‌ ଡିଜିଟାଲ ଡିଭାଇସ, ମୃଦୁ ପାନୀୟ କିମ୍ବା ସୁରା ପାନୀୟ, ବ୍ୟକ୍ତିଗତ ବ୍ୟବହାର୍ଯ୍ୟ ସାମଗ୍ରୀ ଟଙ୍କା ଦେଇ ନେଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.