ପ୍ରମୂଖ ଖବର
  • ୧୪ ଜିଲ୍ଲାରେ ୨୩ରୁ ୨୫ ପର୍ଯ୍ୟନ୍ତ କଲେଜ ଛୁଟି ଘୋଷଣା
  • ||
  • ଶ୍ରୀମନ୍ଦିରକୁ ଓମଫେଡ଼ ଘିଅ ଯୋଗାଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ,ଆଇନ ମନ୍ତ୍ରୀପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚାଲିଛି ଆଲୋଚନା
  • ||
  • ବୈତରଣୀ ମୁହାଣରେ ଅଘଟଣ: ବୁଡିଗଲା ମାଛଧରା ବୋଟ୍‌, ୬ ଜଣ ଉଦ୍ଧାର
  • ||
  • ବାତ୍ୟାର ମୁକାବିଲା ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ,ଟୁଇଟ୍ ସିଟି କମିଶନରେଟ ପୋଲିସ କହିଲେ ବାତ୍ୟା ସମୟରେ ଲୋକଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରାଯିବ
  • ||
  • କେନ୍ଦ୍ରାପଡ଼ା: ସନ୍ଧ୍ୟା ସୁଦ୍ଧା ବାଉଁଶ ଓ ଲାଇଟ୍ ଗେଟ୍ ଖୋଲ, ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
  • ||
  • ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌ ଟିମ୍‌କୁ ସଜାଗ: ମୁକାବିଲା ପାଇଁ ୬୦ ଓଡ୍ରାଫ୍‌ ଟିମ୍‌,ଭୁବନେଶ୍ୱର, କଟକରେ ରିଜର୍ଭ ରହିବ ୧୦ ଟିମ୍‌
  • ||
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ପୁଣି ୩୦ଟି ବିମାନକୁ ବୋମା ଧମକ,ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ବଢିଲା ଚିନ୍ତା

ନୂଆଦିଲ୍ଲୀ,୨୨/୧୦:ଲଗାତାର ବିମାନକୁ ମିଳୁଛି ବୋମା ଥିବା ନେଇ ମିଛ କଲ୍। ଯାହାକୁ ନେଇ ବିମାନ କମ୍ପାନୀ କୋଟି କୋଟି ଟଙ୍କା କ୍ଷତିରେ ପଡ଼ୁଛନ୍ତି । ଫଳରେ  ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ବଢିଛି ଚିନ୍ତା । ତେବେ ଏପରି ଅପରାଧକୁ ରୋକିବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ଆଲୋଚନା ଚାଲି ଥିବାବେଳେ ପୁଣି ୩୦ଟି ବିମାନକୁ ବୋମା ଧମକ ମିଳିଛି। ଆଜି ଇଣ୍ଡିଗୋ, ଭିସ୍ତାରା ଏବଂ ଏୟାର ଇଣ୍ଡିଆ ବିମାନକୁ ବୋମା ଥିବା ନେଇ ଧମକ ମିଳିଛି। ଏହାକୁ ମିଶାଇଲେ ସପ୍ତାହେ ମଧ୍ୟରେ ୧୩୦ରୁ ଅଧିକ ବିମାନକୁ ବୋମାକ ଧମକ ମିଳିଲାଣି।

ସୂଚନା ଅନୁସାରେ, ବୋମା ଧମକ ମିଳିଥିବା ବିମାନ ମଧ୍ୟରୁ ସର୍ବାଧିକ ବିଦେଶ ଯାତ୍ରା କରିବାକୁ ଥିବା ବିମାନ ରହିଛି। ଏସବୁ ଇଣ୍ଡିଗୋ ବିମାନ ଜେଧା, ଇଷ୍ଟନବୁଲ, ରିୟାଧ ଯିବାର ଥିଲା।  ସେହିପରି ଇଣ୍ଡିଗୋ ଏବଂ ଭିସ୍ତାରା ବିମାନକୁ ମଧ୍ୟ ଧମକ ମିଳିଛି। ତିନୋଟି କମ୍ପାନୀର ପ୍ରତ୍ୟକ ୧୦ ଲେଖାଁ ୩୦ଟି ବିମାନକୁ ବୋମା ଥିବା ନେଇ ଧମକ ମିଳିଛି। ଫଳରେ ବିମାନରେ ବ୍ୟାପକ ତଲାସୀ କରାଯିବା ସହ ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ସେପରି କିଛି ଅଘଟଣ ଘଟିନଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଅନେକ ବିମାନର ଜରୁରୀ ଅବତରଣ କରାଯାଉଛି। ଏହା ଫଳରେ ବିମାନ କମ୍ପାନୀକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ଏ ଦୃଷ୍ଟିରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଘନ ଘନ ବୈଠକ କରୁଛନ୍ତି।ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ସହ ଏପରି ଅପରାଧକୁ ଧର୍ତ୍ତବ୍ୟ ଅପରାଥ ତାଲିକାଲେ ଯୋଗ କରିବାକୁ ବିଚାର ବିମର୍ଶ ଚାଲିଥିବା ସେ କହିଥିଲେ। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.