ପ୍ରମୂଖ ଖବର
  • ୧୪ ଜିଲ୍ଲାରେ ୨୩ରୁ ୨୫ ପର୍ଯ୍ୟନ୍ତ କଲେଜ ଛୁଟି ଘୋଷଣା
  • ||
  • ଶ୍ରୀମନ୍ଦିରକୁ ଓମଫେଡ଼ ଘିଅ ଯୋଗାଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ,ଆଇନ ମନ୍ତ୍ରୀପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚାଲିଛି ଆଲୋଚନା
  • ||
  • ବୈତରଣୀ ମୁହାଣରେ ଅଘଟଣ: ବୁଡିଗଲା ମାଛଧରା ବୋଟ୍‌, ୬ ଜଣ ଉଦ୍ଧାର
  • ||
  • ବାତ୍ୟାର ମୁକାବିଲା ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ,ଟୁଇଟ୍ ସିଟି କମିଶନରେଟ ପୋଲିସ କହିଲେ ବାତ୍ୟା ସମୟରେ ଲୋକଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରାଯିବ
  • ||
  • କେନ୍ଦ୍ରାପଡ଼ା: ସନ୍ଧ୍ୟା ସୁଦ୍ଧା ବାଉଁଶ ଓ ଲାଇଟ୍ ଗେଟ୍ ଖୋଲ, ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
  • ||
  • ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌ ଟିମ୍‌କୁ ସଜାଗ: ମୁକାବିଲା ପାଇଁ ୬୦ ଓଡ୍ରାଫ୍‌ ଟିମ୍‌,ଭୁବନେଶ୍ୱର, କଟକରେ ରିଜର୍ଭ ରହିବ ୧୦ ଟିମ୍‌
  • ||
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବଦ୍ରିନାଥ ଓ କେଦାରନାଥ ଧାମ ଦର୍ଶନ କଲେ ମୁକେଶ ଅମ୍ବାନୀ, ମନ୍ଦିରର ବିକାଶ ପାଇଁ ଦାନ କଲେ ଏତିକି ଟଙ୍କା...

ନୂଆଦିଲ୍ଲୀ,୨୨/୧୦:ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନୀ । ସେ ଗତ ରବିବାର ଉତ୍ତରାଖଣ୍ଡର ଦୁଇ ପ୍ରମୁଖ ତୀର୍ଥସ୍ଥଳ ବଦ୍ରିନାଥ ଓ କେଦାରନାଥ ଧାମ ଦର୍ଶନ କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ତେବେ ତାଙ୍କର ଏହି ଧାର୍ମିକ ଯାତ୍ରା କାଳରେ ଦାନ ଧର୍ମ ପ୍ରତି ଶ୍ରଦ୍ଧା ପ୍ରକଟ କରି ୫ କୋଟି ଟଙ୍କାର ଧନରାଶି ଦାନ ସ୍ୱରୂପ ଦେଇଛନ୍ତି। 

ସୂଚନା ମୁତାବକ,ମୁକେଶ ଅମ୍ବାନୀ ତାଙ୍କର ଏହି ଧାର୍ମିକ ଯାତ୍ରା ବଦ୍ରିନାଥ ଧାମରୁ ଆରମ୍ଭ କରିଥିଲେ। ଏଥି ପାଇଁ ସେ ସକାଳେ ବଦ୍ରିନାଥ ପହଞ୍ଚିଥିଲେ। ସେଠାରେ  ମୁକେଶ ଅମ୍ବାନୀ ବଦ୍ରିନାଥଙ୍କୁ ବିଦ୍ଧିବତ ପୂଜାର୍ଚ୍ଚନା କରିବା ସହ ବଦ୍ରି ବିଶାଲଙ୍କୁ ଦେଶର ସମୃଦ୍ଧି, ଶାନ୍ତି ଲାଗି କାମନା କରିଛନ୍ତି। ବଦ୍ରିନାଥ ଧାମରେ ପୂଜାର୍ଚ୍ଚନା  ଓ ଦର୍ଶନ ପରେ ମୁକେଶ ଅମ୍ବାନୀ  କେଦାରନାଥ ଧାମ ପହଞ୍ଚିଥିଲେ। କେଦାରନାଥ ଧାମ ମହାଦେବ ଶିବଙ୍କ ଏକ ପ୍ରମୁଖ ତୀର୍ଥସ୍ଥଳ।   ପ୍ରତ୍ୟେକ ବର୍ଷ ଏଠାକୁ ଲକ୍ଷାଧିକ ଭକ୍ତ ଆସିଥାନ୍ତି।

ମୁକେଶ ଅମ୍ବାନୀ ଏଠାରେ କେଦାରନାଥଙ୍କ ପୂଜାର୍ଚ୍ଚନା କରିବା ସହ ପବିତ୍ର ଧାମର ଧାର୍ମିକ ମହତ୍ୱକୁ ନମନ କରିଥିଲେ। କେଦାରନାଥ ଧାମରେ ବଦ୍ରି-କେଦାର ମନ୍ଦିର କମିଟି (ବିକେଟିସି) ମୁକେଶଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଅମ୍ବାନୀ ତାଙ୍କ ପରିବାର ପକ୍ଷରୁ ବିକେଟିସି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟଙ୍କୁ ବଦ୍ରିନାଥ ଓ କେଦାରନାଥ ଧାମ ନିମନ୍ତେ ୫ କୋଟି ଟଙ୍କାର ଦାନ ରାଶି ଏକ ଚେକ୍ ମାଧ୍ୟମରେ ଦେଇଛନ୍ତି। ଏହି ରାଶି ମନ୍ଦିରର ବିକାଶ ଓ ସୁବିଧାରେ ସୁଧାର ନିମନ୍ତେ ବ୍ୟୟ କରାଯିବ। ବିକେଟିସି ଅଧ୍ୟକ୍ଷ ଅମ୍ବାନୀଙ୍କ ଏହି ଯୋଗଦାନ ଲାଗି କୃତଜ୍ଞତା ପ୍ରକାଶ କରିବା ସହ ଉଭୟ ତୀର୍ଥସ୍ଥଳର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ବୋଲି କହିଛନ୍ତି।     






  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.