ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆଉ ଦରକାର ପଡ଼ିବନି GPS, ଏବେ ବ୍ୟାକ୍ଟେରିଆ ଚିହ୍ନଟ କରିବ ଲୋକେସନ୍

Published By : Swapna Ray | November 22, 2024 3:46 PM

ନୂଆଦିଲ୍ଲୀ, ୨୨।୧୧: ସାଧାରଣତଃ କୌଣସି ସ୍ଥାନର ଲୋକେସନ୍ ଜାଣିବା ପାଇଁ ଜିପିଏସ୍‌ ବ୍ୟବହାର କରାଯାଏ । ଏ କାମ ସ୍ମାର୍ଟଫୋନ୍ ମାଧ୍ୟମରେ ହୋଇଥାଏ । ହେଲେ ଖୁବ୍‌ଶୀଘ୍ର ଏହାର ବ୍ୟବହାର ବଦଳିବାକୁ ଯାଉଛି । ବୈଜ୍ଞାନିକମାନେ ଏମିତି ଏକ ଟେକ୍ନୋଲୋଜି ବିକଶିତ କରିଛନ୍ତି, ଯାହାକି ମଣିଷ ଶରୀରରେ ଥିବା ବ୍ୟାକ୍ଟେରିଆ ବା ଜୀବାଣୁ ଦ୍ୱାରା ଲୋକେସନକୁ ଚିହ୍ନିବ । ଏହାର ଅର୍ଥ ହେଉଛି, ଏବେ ଲୋକେସନକୁ ଚିହ୍ନଟ କରିବା ପାଇଁ ଜିପିଏସ୍‌ର ଆବଶ୍ୟକତା ନାହିଁ । 

ସ୍ୱିଡେନର ଲୁଣ୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ଶରୀରରେ ଦେଖାଦେଉଥିବା ଜୀବାଣୁଗୁଡ଼ିକ ପରିବେଶ ହିସାବରେ ବଦଳିଥାନ୍ତି । ଅର୍ଥାତ୍, ଜଣେ ବ୍ୟକ୍ତି ପାର୍ବତ୍ୟାଞ୍ଚଳରେ ଥିବାବେଳେ ଜୀବାଣୁ ଅଲଗା ପ୍ରକାର ହୋଇଥିବା ବେଳେ ଘରେ ଥିବାବେଳେ ଏହା ଭିନ୍ନ ପ୍ରକାର ହୋଇଥାଏ । ବୈଜ୍ଞାନିକମାନେ ଏକ ଏଆଇ ଟୁଲ୍ ବିକଶିତ କରିଛନ୍ତି, ଯାହାର ନାଁ ମାଇକ୍ରୋବାୟୋଜିମ୍ ଜିୟୋଗ୍ରାଫିକାଲ୍ ପପୁଲେସନ୍ ଷ୍ଟ୍ରକ୍ଚର ଟେକ୍ନୋଲୋଜି । ଏହି ଟୁଲ୍ ବେଶ୍ ସହଜରେ ଜୀବାଣୁଗୁଡ଼ିକୁ ଚିହ୍ନଟ କରିପାରିବ । ଏହାସହ କେଉଁ ଜୀବାଣୁ କେଉଁଠାରେ ଦେଖାଯାନ୍ତି, ତାହା ମଧ୍ୟ ଜଣାପଡ଼ିବ । କେବଳ ସେତିକି ନୁହେଁ, ଜଣେ ଘରେ, ପାର୍କରେ କିମ୍ୱା ରେଳ ଷ୍ଟେସନ ଯେ କୌଣସି ସ୍ଥାନରେ ଅଛନ୍ତି, ତାହା ଏହି ଟୁଲ୍ ମାଧ୍ୟମରେ ଜଣାପଡ଼ିବ । ଅବଶ୍ୟ ଏବେ ଏହି ଟୁଲ୍ ବ୍ୟବହାର କରିବା ପାଇଁ ଏକ ବିଶେଷ ପ୍ରକାର ଗ୍ୟାଜେଟ୍‌ର ଆବଶ୍ୟକତା ପଡ଼ିବ । 

ଭବିଷ୍ୟତରେ ଏହି ଟୁଲ୍‌ର ଉପଯୋଗ ସ୍ମାର୍ଟଫୋନରେ କରାଯିବ । ଫଳରେ ଫୋନ୍ ବ୍ୟବହାର କରୁଥିବା ଲୋକଟି ସ୍କ୍ରିନ୍‌ରେ ସ୍ପର୍ଶ କରିବା ଦ୍ୱାରା ଆଙ୍ଗୁଳିରେ ଥିବା ଜୀବାଣୁ ଦ୍ୱାରା ସେ କେଉଁଠାରେ ଅଛନ୍ତି ବୋଲି ଜଣାପଡ଼ିଯିବ । ତେବେ ଏହି ଟେକ୍ନୋଲୋଜି ଦ୍ୱାରା ରୋଗ ବ୍ୟାପିବାରୁ ମଧ୍ୟ ରକ୍ଷା ପାଇହେବ । ବୈଜ୍ଞାନିକମାନେ ଅନେକ ସ୍ଥାନରୁ ଆସିଥିବା ଜୀବାଣୁ ଉପରେ ପରୀକ୍ଷା କରି ଏହା ୯୨ ପ୍ରତିଶତ ମାମଲାରେ ସଠିକ୍ ସ୍ଥାନ ନିରୂପଣ କରିଥିବା ଜାଣିବାକୁ ପାଇଛନ୍ତି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.