ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ୟାହିୟା ସିନୱାରଙ୍କ ମୃତ୍ୟୁକୁ ନିଶ୍ଚିତ କଲା ହାମାସ, ଖଲିଦ ହାୟାଙ୍କୁ ନୂତନ ମୁଖ୍ୟ ଭାବେ କଲା ଘୋଷଣା...

ନୂଆଦିଲ୍ଲୀ: ଗତକାଲି (ଗୁରୁବାର) ହାମାସ ମୁଖ୍ୟ ୟାହିୟା ସିନୱାରଙ୍କୁ ହତ୍ୟା କରିଥିଲା ଇସ୍ରାଏଲ । ତେବେ ଏହାର ଗୋଟିଏ ଦିନ ପରେ ହାମାସ୍ ଏହାର ନୂତନ ନେତା ଚୟନ କରିଛି । ଖଲିଦ ହାୟାଙ୍କୁ ହାମାସ ଏହାର ନୂତନ ମୁଖ୍ୟ ଭାବେ ନିଯୁକ୍ତି ଦେଇଛି । ବର୍ତ୍ତମାନର ସଂଘର୍ଷରେ ହାମାସର ବହୁ ଶୀର୍ଷ ନେତୃତ୍ୱଙ୍କୁ ହତ୍ୟା କରିସାରିଲାଣି ଇସ୍ରାଏଲ। ଏଭଳି ପରିସ୍ଥିତିରେ ସିନୱାରଙ୍କ ଉତ୍ତରାଧିକାରୀଙ୍କ ବିଷୟରେ କିଛି ନାମ ଉପରେ ଆଲୋଚନା ହୋଇଥିଲା । ଏଥିରେ ଖାଲିଦ ମୋଶାଲଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ତେବେ ହାମାସ୍ ଖଲିଲ ଅଲ-ହାୟାଙ୍କୁ ଏହାର ନେତା ଭାବରେ ବାଛିଛି। ହାୟା ବର୍ତ୍ତମାନ କତାରରେ ରହୁଛନ୍ତି । ୨୦୦୭ରେ ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ସମୟରେ ତାଙ୍କର ପୁରା ପରିବାରଙ୍କର ମୃତ୍ୟୁ ଘଟିଥିଲା ।

ଚଳିତ ବର୍ଷ ଏପ୍ରିଲରେ ଅସ୍ତ୍ରବିରତି ଉଲ୍ଲଂଘନ ଆଲୋଚନା ମଧ୍ୟରେ ଅଲ-ହାୟା ପାଞ୍ଚ ବର୍ଷ କିମ୍ବା ଅଧିକ ସମୟ ପାଇଁ ଇସ୍ରାଏଲ ସହ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ରାଜି ହେବା ଉପରେ ଇଚ୍ଛା ପ୍ରକାଶ କରିଥିଲେ । ଆସୋସିଏଟେଡ୍ ପ୍ରେସ ଅନୁଯାୟୀ ସେ କହିଛନ୍ତି ଯେ ଯଦି ଏକ ସ୍ବାଧୀନ ପାଲେଷ୍ଟାଇନ ରାଷ୍ଟ୍ର ପ୍ରତିଷ୍ଠା ହୁଏ ତେବେ ହାମାସ ନିଜର ଅସ୍ତ୍ର ଛାଡି ଏକ ରାଜନୈତିକ ଦଳରେ ପରିଣତ ହେବ । ରଏଟର୍ସ ଅନୁଯାୟୀ, ଅଲ-ହାୟା ଉଭୟ ହନିୟେ ଏବଂ ସିନୱାରଙ୍କ ବିଶ୍ବସନୀୟ ଥିଲେ । ହାମାସର ବୁଝାମଣାକାରୀ ଦଳର ନେତୃତ୍ୱ ନେଇଛନ୍ତି ଏବଂ ଇରାନ ସହ ତାଙ୍କର ଦୃଢ ସମ୍ପର୍କ ରହିଛି।

ହମାସ୍ ଏହାର ବରିଷ୍ଠ ନେତା ୟାହିୟା ସିନୱାରଙ୍କ ମୃତ୍ୟୁକୁ ନିଶ୍ଚିତ କରି କହିଛନ୍ତି ଯେ ଏହା ଆମକୁ ଅଧିକ ଶକ୍ତିଶାଳୀ କରିବ । ହାମାସର ନୂତନ ମୁଖ୍ୟ ଖଲିଲ ଅଲ-ହାୟା ତାଙ୍କ ଦଳର ନେତା ୟାହିୟା ସିନୱାରଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.