ବ୍ରହ୍ମପୁର, ୦୮/୧୧: ତାରାତାରିଣୀ ମନ୍ଦିରରେ ମାଆଙ୍କର ହେଲା ମହାସ୍ନାନ। ଋଷିକୂଲ୍ୟା ନଦୀରୁ କଳସରେ ଜଳ ଆଣି ମାଆଙ୍କୁ ସୁଦ୍ଧି କରାଇଲେ ପୂଜାରୀ । ଚୋରି ପରେ ଅସୁଦ୍ଧ ହୋଇଥିଲା ମନ୍ଦିର । ମହାସ୍ନାନ ପରେ ମନ୍ଦିର ହେଲା ସ୍ୱଚ୍ଛ । ମାହାସ୍ନାନ କରାଇ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହିତ କ୍ଷମା ପ୍ରାର୍ଥନା କରିଛନ୍ତି ପୂଜାରୀ । ଆଗକୁ ଯେମିତି ଏଭଳି ଅଘଟଣ ନଘଟେ, ସେଥିପାଇଁ ମାଙ୍କୁ ନିବେଦନ କରିଲେ ପୂଜକ ।
ନଭେମ୍ୱର ୫ ତାରିଖରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମାଆ ତାରାତାରିଣୀ ମନ୍ଦିରରୁ ଚୋରି ହୋଇଥିଲା । ମନ୍ଦିରର କବାଟ କାଟି ୨ଟି ରୁପା ମୁକୁଟ, ୨ଟି ରୁପା ମୁଖା, ୩ଟି ସୁନା ଛାଉଣି ମୁକୁଟ ସହ ହୁଣ୍ଡିରୁ ଦାନ ଅର୍ଥ ମଧ୍ୟ ଲୁଟି ନେଇଥିଲେ କିଛି ଦୁର୍ବୃତ୍ତ । ଏହି ଘଟଣା ପରେ ମନ୍ଦିରକୁ ସ୍ୱଚ୍ଛ କରାଯାଇଛି । ଶୁକ୍ରବାର ମାଆଙ୍କ ମହାସ୍ନାନ ସମ୍ପର୍ଣ୍ଣ ହୋଇଛି ।