ପ୍ରମୂଖ ଖବର
  • କେନ୍ଦୁଝରରେ ହାତୀପଲଙ୍କ ଉପଦ୍ରବ, ବିଲରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ଦିଗପହଣ୍ଡିରେ ଘର ଉପରକୁ ବୋମା ମାଡ଼, ଅଞ୍ଚଳବାସୀ ଭୟଭିତ
  • ||
  • ଆଜି ଶ୍ରୀମନ୍ଦିରରେ ଦୀପାବଳି ପାଳନ ହେବ ନୀତି, କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ ଭକ୍ତ
  • ||
  • ଦାରିଙ୍ଗବାଡି : ଆମ୍ବ ଟାକୁଆ ଜାଉ ଖାଇ ୨ମୃତ, ୬ ଗୁରୁତର
  • ||
  • ନୀଳଗିରି: ଖୋଲିଲା କୁଳଡିହା ଅଭୟାରଣ୍ୟ, ନେଚର୍ସକ୍ୟାମ୍ପରେ ପ୍ରକୃତିର ମଜା ନେଇପାରିବେ ପର୍ଯ୍ୟଟକ
  • ||
  • ଭୂକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସେଲ୍‌ରେ ତୀବ୍ରତା ୩.୩ ରେକର୍ଡ
  • ||
  • ପଟ୍ଟାମୁଣ୍ଡାଇ : କଇଁଛ ବଂଶ ବିସ୍ତାର ପାଇଁ ବନ ବିଭାଗର ପଦକ୍ଷେପ, ସାତ ମାସ ପାଇଁ ସମୁଦ୍ରରେ ମାଛ ଧରା ବନ୍ଦ
  • ||
  • ଭୁବନେଶ୍ବର : ଦୀପାବଳିରେ ଅଗ୍ନିକାଣ୍ଡ; ଭୂତଳ ବଜାରର ଶାଢୀ ଦୋକାନରେ ଲାଗିଲା ନିଆଁ, ୬ ଘଣ୍ଟା ପରେ ହେଲା ଆୟତ୍ତ
  • ||
  • ନିଜ ଗାଁ ବନ୍ଦଣା ପର୍ବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ; ଗାଁ ଧିଂ ମାନିରେ ସାମିଲ ହେଲେ, ମାଦଲ ବଜାଇଲେ
  • ||

ପ୍ରମେୟରେ ଖବର ପ୍ରକାଶ ପରେ ପହଞ୍ଚିଲା ପ୍ରଶାସନ, ପିଇବା ପାଣି ପାଇଁ ଜୀବନକୁ ବାଜି ଲଗେଇଥିଲେ ଷଢେଇକଳା ଗ୍ରାମବାସୀ

ବାଙ୍ଗିରିପୋଷି,୨୭/୧୦: ପିଇବା ପାଣି ପାଇଁ ଜୀବନକୁ ବାଜି ଲଗେଇ ଥିଲେ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବଡ଼ଗାଁ ଗ୍ରାମପଞ୍ଚାୟତର ଷଢେ଼ଇକଳା ଗ୍ରାମର ଗ୍ରାମବାସୀ । ଅଣ୍ଟାଏ ପାଣିରେ ପଶି ପାଣି ଆଣିବା ଦୃଶ୍ୟ ଦେଖଣାହାରୀଙ୍କୁ ବିଚଳିତ କରିଥିଲା। ଗ୍ରାମବାସୀଙ୍କ ଏପରି ଦୁର୍ଦ୍ଦଶା ପ୍ରମେୟରେ ଖବର ପ୍ରକାଶ ପାଇବା ପରେ ସେଠାରେ ପହଞ୍ଚିଛି ବାଙ୍ଗିରିପୋଷି ବ୍ଲକ ପ୍ରଶାସନ। ସେଠାରେ ପହଞ୍ଚି ପିଇବା ପାଣିର ବ୍ୟବସ୍ଥା କରିଛି ପ୍ରଶାସନ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ରେ ଏଭଳି ଘଟଣା ଘଟିଛି । 

ପ୍ରକାଶ ଯୋଗ୍ୟ, ‘ଦାନା’ ବାତ୍ୟା ପ୍ରଭାବରେ ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ ବର୍ଷା ପ୍ରଭାବରେ ପାହାଡିଆ ପାଣି ଓହ୍ଲାଇ ବ୍ଳକର ବିଭିନ୍ନ ସ୍ଥାନରେ ଥିବା ଛୋଟ ଛୋଟ ନାଳ, ଝରଣା ଗୁଡିକରେ ବନ୍ୟା ସ୍ଥିତି ଉପୁଜିଥିଲା। ତେବେ ଏସବୁ ମଧ୍ୟରେ ସବୁଠାରୁ ଅଧିକ ଦୁର୍ଦ୍ଦଶା ଭୋଗିଥିଲେ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବଡ଼ଗାଁ ଗ୍ରାମପଞ୍ଚାୟତର ଷଢେଇକଳା ଗ୍ରାମର ଗ୍ରାମବାସୀ। ୧୦ ରୁ ୧୨ ପରିବାର ଥିବା ତଳ ସାହିର ଗ୍ରାମବାସୀ ମାନେ ପିଇବା ପାଣି ପାଇଁ ଗ୍ରାମରୁ ଅଧ କିଲୋମିଟର ଦୂରରେ ଥିବା ନାଳ ଉପରେ ଥିବା କୂଅ ଉପରେ ନିର୍ଭର କରୁଥିଲେ। ପରେ ସେହି କୂଅ ଉପରେ ସେମାନେ ଏକ ନଳକୂଅ ବସେଇ ପାଣି ବ୍ୟବହାର କରୁଥିଲେ। ତେବେ ଲଗାଣ ବର୍ଷାରେ ଉକ୍ତ ନାଳରେ ବନ୍ୟା ପାଣି ପ୍ରଭାବିତ ହୋଇ କୂଅ ବୁଡିଯାଇ ଆଣ୍ଟାଏ ପାଣି ହୋଇଥଲା। ତେବେ ଜୀବନକୁ ବିପପୂର୍ଣ୍ଣ କରି ଗ୍ରାମବାସୀ ପାଣି ଆଣିବାକୁ ଯିବା ଦୃଶ୍ୟ ବୁଦ୍ଧିଜୀବୀ ମହଲରେ ବିଚଳିତ କରିଥିଲା।

ଏନେଇ ପ୍ରମେୟରେ ଖବର ପ୍ରକାଶ ପାଇବା ପରେ ସେଠାରେ ବାଙ୍ଗିରିପୋଷି ବ୍ଲକ ପ୍ରଶାସନ ପହଞ୍ଚିଥିଲା । ବିଡିଓ ମାନସ ରଞ୍ଜନ ଦଣ୍ଡପାଟ ତୁରନ୍ତ ପଦକ୍ଷେପ ନେଇ ପ୍ରାଥମିକ ଭାବେ ଏକ ଟ୍ୟାଙ୍କର ଯୋଗେ ପିଇବା ପାଣି ପଠାଇବା ବ୍ୟବସ୍ଥା କରିଛନ୍ତି । ଆଗକୁ ଉକ୍ତ ଗ୍ରାମବାସୀଙ୍କ ପାଣି ସମସ୍ୟା ଦୂର ପାଇଁ ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.