ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଆଜାରବାଇଜାନ ଓ ଦକ୍ଷିଣ କୋରିଆ ପରେ ଏବେ କାନାଡ଼ାରେ ଜଳିଲା ବିମାନ

Published By : Bijay Swain | December 29, 2024 5:06 PM

Image courtesy: globalnews

ନୂଆଦିଲ୍ଲୀ: ଶନିବାର ଏୟାର କାନାଡ଼ାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ହାଲିଫ୍ୟାକ୍ସ ବିମାନବନ୍ଦରରେ ଅବତରଣ କରିବା ସମୟରେ ଲ୍ୟାଣ୍ଡି ଗିୟରରେ ସମସ୍ୟା ଦେଖାଦେବାରୁ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ରନୱେରେ ବିମାନଟି ଘୁଷୁରିବା ସହ ଏଥିରେ ନିଆଁ ଲାଗିଯାଇଥିଲା। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ନେଇ ସୂଚନା ମିଳିଛି।  

ଲ୍ୟାଣ୍ଡିଂ ଗିଅର ଠିକ ଭାବେ କାମ ନକରିବାରୁ ବିମାନଟି ରନୱେରେ କ୍ରାସ ଲ୍ୟାଣ୍ଡିଂ କରିଥିଲା। ଏହି କ୍ରାସ ଲ୍ୟାଣ୍ଡିଂରେ ବିମାନଟି ରନୱେରେ ଦୀର୍ଘ ସମୟ ଧରି ଘୁଷୁରିବାରୁ ଏଥିରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ସଙ୍ଗେସଙ୍ଗେ ଜରୁରୀକାଳୀନ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଫଳରେ ବହୁ ଜୀବନ ବଞ୍ଚି ଯାଇଛି। 

ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ସ୍ଥାନୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଲ୍ୟାଣ୍ଡିଂ ସମୟରେ ବିମାନର ଚକା ଠିକ୍ ସମୟରେ  ନ ଖୋଲିବାରୁ ଏହି ଦୁର୍ଘଟଣା ଘଟିଥିଲା। ଅନ୍ୟପଟେ ସତର୍କତା ଦୃଷ୍ଟିରୁ ହାଲିଫ୍ୟାକ୍ସ ବିମାନ ବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। 

ସେପଟେ ସାଉଥକୋରିଆରେ ମଧ୍ୟ ଦୁଃଖଦ ଘଟଣା ଘଟିଛି। ମୁଆନ ବିମାନ ବନ୍ଦରରେ ବୋଇଂ ୭୩୭ ବିମାନ ଅବତରଣ ସମୟରେ ଏଥିରେ ନିଆଁ ଲାଗି ୧୭୯ ଜଣଙ୍କର ମୃତ୍ୟୁ ହୋଇଛି। ବିମାନରେ ୧୮୨ ଯାତ୍ରୀ ଥିବା ବେଳେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି।

ଖବର ଅନୁସାରେ, ରବିବାର ମୁଆନ ବିମାନ ବନ୍ଦରରେ ଜେଜୁ ଏୟାର ଫ୍ଲାଇଟର ଏକ ବିମାନ ଅବତରଣ କରୁଥିବା ସମୟରେ ଏହା ରନୱେରୁ ଖସି ଫେନସିଂରେ ଅଟକି ଯାଇଥିଲା। ଏହି ବିମାନରେ ମୋଟ ୧୮୧ ଜଣ ଲୋକ ଯାତ୍ରା କରୁଥିଲେ। ଦୁର୍ଘଟଣା ହେବା ପରେ ବିମାନରେ ଭୟାନକ ନିଆଁ ଲାଗିଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.