ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ମିଶନ ଆଦିତ୍ୟ ଏଲ-୧: ଜାଣନ୍ତୁ ସୂର୍ଯ୍ୟର ଆକାର କେତେ ବଡ଼, କ'ଣ ରହିଛି ତାପମାତ୍ରା

IMAGE COURTESY: ABP live

ନୂଆଦିଲ୍ଲୀ,୩୦/୦୮: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫଳ ଅବତରଣ କରିବା ପରେ ଏବେ ମିଶନ ଆଦିତ୍ୟ ଏଲ-୧କୁ ନେଇ ପ୍ରସ୍ତୁତି ଚାଲିଛି। ଇସ୍ରୋ ଘୋଷଣା କରିଛି  ଯେ, ସେପ୍ଟେମ୍ବର ୨ ତାରିଖରେ ସକାଳ ୧୧ ଟାରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧଓ୍ବନ ସ୍ପେଶ୍‌ ସେଣ୍ଟରରୁ ମିଶନ ଲଞ୍ଚ କରାଯିବ। ପୃଥିବୀ ଠାରୁ ସୂର୍ଯ୍ୟର ଦୂରତା ୧୫ କୋଟି କିଲୋମିଟର ଅଟେ, ଅର୍ଥାତ୍‌ ଚନ୍ଦ୍ରମା ତୁଳନାରେ ୪ଗୁଣ ଅଧିକ ଦୂର ଅଟେ। ପୂର୍ବରୁ ମଧ୍ୟ ଅନେକ ମିଶନ ଲଞ୍ଚ କରାଯାଇଛି। ସୂର୍ଯ୍ୟରେ ଉତ୍ତାପ ମାତ୍ରାଧିକ। ଏଥିରୁ ଏହା ସ୍ପଷ୍ଟ ହେଇଛି ଯେ, ମିଶନ ଚନ୍ଦ୍ର ଅପେକ୍ଷା ମିଶନ ସୂର୍ଯ୍ୟ ଅଧିକ କଷ୍ଟସାଧ୍ୟ ହେବାକୁ ଯାଉଛି, ଏହି କାରଣରୁ ଇସ୍ରୋକୁ ଅଧିକ ପ୍ରସ୍ତୁତି କରିବାକୁ ପଡିବ। ଏଭଳି ପରିସ୍ଥିତିରେ ସୂର୍ଯ୍ୟଙ୍କ ଆକାର ଏବଂ ତାପମାତ୍ରା ପରି ଜିନିଷଗୁଡ଼ିକ ବିଷୟରେ ଲୋକଙ୍କ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିଥାଏ। ତେବେ ଉଲ୍ଲେଖଯୋଗ୍ୟ ଯେ, ସୂର୍ଯ୍ୟର ଆକାର ଏତେ ବଡ଼ ଯେ, ଏଥିରେ ଲକ୍ଷ ଲକ୍ଷ ପୃଥିବୀ ରହି ଯାଇପାରେ। ସ୍ପେସ୍ ଡଟ୍ କମ୍ ରିପୋର୍ଟ ଅନୁଯାୟୀ ସୂର୍ଯ୍ୟଙ୍କ ବ୍ୟାସ ପୃଥିବୀ ତୁଳନାରେ ପ୍ରାୟ ୧୦୯ ଗୁଣ ଅଧିକ। ପ୍ରାୟ ୧୩ ଲକ୍ଷ ପୃଥିବୀ ସୂର୍ଯ୍ୟ ଭିତରେ ରହିଯାଇପାରେ। 

ସୁର୍ଯ୍ୟରେ ତାପମାତ୍ରା କେତେ ?

ସୂର୍ଯ୍ୟଙ୍କ ତାପମାତ୍ରା ବିଷୟରେ କହିବାକୁ ଗଲେ ଏହା ହେଉଛି ୧୦ ହଜାର ଫାରେନ୍‌ହାଇଟ (୫,୫୦୦ ଡିଗ୍ରୀ ସେଲସିୟସ୍)। ଏଠାରେ ଘଟୁଥିବା ଆଣବିକ ପ୍ରତିକ୍ରିୟା ହେତୁ ସୂର୍ଯ୍ୟଙ୍କ ମୂଳ ତାପମାତ୍ରା ୭ ନିୟୁତ ଫାରେନ୍ହାଇଟ୍ କିମ୍ବା ୧୫ ନିୟୁତ ସେଲସିୟସରେ ପହଞ୍ଚିଥାଏ। ନାସା ଅନୁଯାୟୀ, ୧୦୦ ବିଲିୟନ ଟନ୍ ଡାଇନାମାଇଟ୍ ବିସ୍ଫୋରଣ ଦ୍ୱାରା ଯେତିକି ଉତ୍ତାପ ଉତ୍ପନ୍ନ ହୁଏ, ସୂର୍ଯ୍ୟର ତାପମାତ୍ରା ଏହା ସହିତ ସମାନ।

ସୂର୍ଯ୍ୟର ଜନ୍ମ କେବେ?

ବୈଜ୍ଞାନିକ ମାନଙ୍କର କହିବା କଥା ହେଲା, ସୁର୍ଯ୍ୟଙ୍କ ଜନ୍ମ ପାଖାପାଖି  ୪.୬ ଅରବ ବର୍ଷ ପୂର୍ବେ ହୋଇଥିଲା। ବୈଜ୍ଞାନିକ ମାନଙ୍କ ମତରେ ସୁର୍ଯ୍ୟ ଓ ସୌର ମଣ୍ଡଳର ଅବଶିଷ୍ଟ ଅଂଶ ଗ୍ୟାସ ଓ ଧୁଳିର ଏକ ବିଶାଳ ଗୋଲାକାର କ୍ଷେତ୍ରରେ ପରିଣତ ହୋଇଛି, ଯାହାକୁ ସୋଲାର ନେବ୍ୟୁଲା ବୋଲି କୁହାଯାଏ। 

୫୦ ଲକ୍ଷ ବର୍ଷ ପର୍ଯ୍ୟନ୍ତ ହେବ ଗରମ:

ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟଙ୍କର ଏତେ ପରମାଣୁ ଇନ୍ଧନ ଅଛି ଯେ ଏହା ଆଗାମୀ ୫୦ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଏହି ଅବସ୍ତାରେ ରହିପାରିବ। ଏହା ପରେ ଏହା ଏକ ଲାଲ୍ ଗୋଲରେ ପରିଣତ ହେବ ଏବଂ ଶେଷରେ ଏହାର ବାହ୍ୟ ପୃଷ୍ଠଗୁଡ଼ିକ ଅଦୃଶ୍ୟ ହୋଇଯିବ ଏବଂ କେବଳ ଏହାର ଛୋଟ ଧଳା ଗୋଲାକାର ଆକୃତି ରହିବ। ଧୀରେ ଧୀରେ ଏହି ଗୋଲାକାର କ୍ଷେତ୍ର କ୍ଷୀଣ ହେବା ଆରମ୍ଭ କରିବ ଏବଂ ଏହାର ଅନ୍ତିମ ପର୍ଯ୍ୟାୟ ଆଡ଼କୁ ଗତି କରିବା ଆରମ୍ଭ କରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.