ପ୍ରମୂଖ ଖବର
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଆପ୍-ବିଜେପି ପୋଷ୍ଟର ୱାର, କେଜ୍ରିୱାଲ କହିଲେ ଝୁକେଗା ନେହିଁ

Published By : Ankita S | December 8, 2024 3:29 PM

ନୂଆଦିଲ୍ଲୀ,୦୮/୧୨: ପଲିଟିକ୍ସରେ ଏବେ ପୁଷ୍ପା କ୍ରେଜ ଦେଖିବାକୁ ମିଳିଛି । ଫିଲ୍ମର ସ୍ପେଶାଲ ଡାଏଲଗ 'ମେଁ ଝୁକେଗା ନେହିଁ'କୁ ପୋଷ୍ଟର ୱାର ଦେଖିବାକୁ ମିଳିଛି । ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଆପ୍ ଓ ବିଜେପି ମଧ୍ୟରେ ପୁଷ୍ପା ଡାଏଲଗକୁ ନେଇ ପୋଷ୍ଟର ୱାର ଦେଖିବାକୁ ମିଳିଛି ।

ଏକ ପୋଷ୍ଟରେ ଆମ୍ ଆଦମୀ ପାର୍ଟି କରିଥିବା ବିଭିନ୍ନ ଘୋଟାଲାକୁ ଦର୍ଶାଇ ବିଜେପି ଟାର୍ଗେଟ କରିଥିଲା । ଏହାର ପାଲଟା ଜବାବ ଦେଇଛି ଆପ୍ । ଦିଲ୍ଲୀ ଶାସକ ଦଳ ଆପ୍ ଫିଲ୍ମ 'ପୁଷ୍ପା' ଷ୍ଟାଇଲରେ ବିଜେପି ଉପରେ ପାଲଟା ଆଟାକ୍ କରିଛି । ପୋଷ୍ଟରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ ଲାଗିଛି । ହାତରେ ଝାଡୁ ଧରି  ଛିଡା ହୋଇଥିବା ଦେଖିବାକୁ ମିଳିଛି । ସେଥିରେ ଲେଖା ଅଛି କେଜ୍ରିୱାଲ ଝୁକେଗା ନେହିଁ ।

ପ୍ରକାଶ ଥାଉ କି, ଶନିବାର ବିଜେପି ଏକ ପୋଷ୍ଟର ଜରିଆରେ ଆପ୍ ସରକାର ଘୋଟଲା କରିଥିବା ଦର୍ଶାଇଥିଲା । ପୋଷ୍ଟରରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ ଲଗାଯାଇଥିଲା । ଏହାର କ୍ୟାପ୍ସନରେ କେଜ୍ରିୱାଲଙ୍କ ଘୋଟାଲର ବୁଢୀଆଣୀ ଜାଲ ସହ ମଦ ଦୁର୍ନୀତି, ରାସନ, ମୋହଲ୍ଲା କ୍ଲିନିକ, ସିକ୍ୟୁରିଟି, ଶୀଶମହଲ, ଆଦି ଘୋଟାଲାକୁ ଦର୍ଶାଇଥିଲା । ଯାହାର ଜବାବରେ ଆଜି ଆପ୍ ପୁଷ୍ପା ଫିଲ୍ମର ସ୍ପେଶାଲ ଡାଏଲଗ 'ଝୁକେଗା ନେହିଁ' ପୋଷ୍ଟର ଜାରି କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.