ପ୍ରମୂଖ ଖବର
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

କଂଗ୍ରେସ ସହ ଆସନ ବୁଝାମଣା ଫେଲ୍‌ ! ହରିୟାଣା ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଜାରି କଲା ଆପ୍‌

Image Courtesy: businesstoday

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନ ଲାଗି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି ଆମ ଆଦମୀ ପାର୍ଟି (ଆପ୍‌) । ପ୍ରଥମ ପର୍ଯ୍ୟାୟରେ ଆପ୍‌ ୨୦ ଜଣ ପ୍ରାର୍ଥୀଙ୍କ ନାଁ ପ୍ରକାଶ କରିଛି । କଂଗ୍ରେସ ସହ ଆସନ ବୁଝାମଣା ଭିତରେ ଆପ୍‌ ନିଜର ପ୍ରାର୍ଥୀ ତାଲିକା ଜାରି କରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୯୦ ବିଧାନସଭା ଆସନ ବିଶିଷ୍ଟ ହରିୟାଣାରେ ଅତିକମରେ ୧୦ଟି ଆସନରେ ଆପ୍‌ ପ୍ରାର୍ଥୀ ଦେବାକୁ ଦାବି କରିଥିଲା । କିନ୍ତୁ କଂଗ୍ରେସ ଆପ୍‌କୁ କେବଳ ୭ଟି ଆସନରେ ନିର୍ବାଚନ ଲଢ଼ିବାକୁ ଅନୁମତି ଦେଇଥିଲା । ଏଥିପାଇଁ ଆପ୍‌ କଂଗ୍ରେସକୁ ଚକ୍‌ମା ଦେଇ ପ୍ରଥମ ପର୍ଯ୍ୟାୟରେ ୨୦ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଥିବା କୁହାଯାଉଛି ।  

ସେପଟେ ଆପ୍‌ର ୨୦ ଆସନ ମଧ୍ୟରୁ ୧୧ଟିରେ କଂଗ୍ରେସ ନିଜର ପ୍ରାର୍ଥୀ ଦେଇସାରିଛି । ଏଥିରୁ ଜଣାପଡ଼ୁଛି ଯେ, କଂଗ୍ରେସ ଏବଂ ଆପ ମଧ୍ୟରେ ମେଣ୍ଟ ହୋଇପାରି ନାହିଁ । ତେବେ ମେଣ୍ଟ ସଂପର୍କରେ ଆପ୍‌ କିମ୍ବା କଂଗ୍ରେସ ଦଳ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ ।

ଆପ୍‌ ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି ହୋଇଥିବା ବେଳେ ଖୁବଶୀଗ୍ର ଦ୍ବିତୀୟ ତାଲିକା ଆସିବ ବୋଲି ଦଳର ରାଜ୍ୟ ସଭାପତି ସୁଶୀଲ ଗୁପ୍ତା କହିଛନ୍ତି । ଏହା ସହ ଇଣ୍ଡି ମେଣ୍ଟର କୌଣସି ଦଳ ସହ ମେଣ୍ଟ ହେବାର ସମ୍ଭାବନା କମ ବୋଲି ସେ ଇସାରା କରିଛନ୍ତି ।  ଗତ ସପ୍ତାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଦଳ ଆସନ ବୁଝାମଣାକୁ ନେଇ ‘ଓ୍ବେଟ୍‌ ଆଣ୍ଡ ଓ୍ବାଚ୍‌’ ମୋଡ୍‌ରେ ରହିଥିଲା । ବିଜେପିକୁ ମାତ୍‌ ଦେଇ କ୍ଲିନ୍‌ ସ୍ବିପ କରିବା ଲାଗି କଂଗ୍ରେସ ଏବଂ ଆପ୍ ମେଣ୍ଟ କରିବା ସପକ୍ଷରେ ଥିଲେ । କିନ୍ତୁ ଆଜି ଆପ୍‌ କଂଗ୍ରେସର ଯୋଜନାକୁ ପଣ୍ଡ କରିଦେଇଥିବା କୁହାଯାଉଛି । 

  • Haryana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.