ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଆମେରିକାର ସର୍ଜନ ଜେନେରାଲଙ୍କ ବଡ଼ ଚେତାବନୀ, ଗୋଟିଏ ବୁନ୍ଦା ମଦ ବି ମଣିଷ ଶରୀରରେ ସୃଷ୍ଟି କରିପାରେ ଏଭଳି ମାରାତ୍ମକ ରୋଗ...

Published By : Prameya | January 4, 2025 2:04 PM

ନୂଆଦିଲ୍ଲୀ, ୪।୧: ମଦ୍ୟପାନରୁ ସ୍ୱାସ୍ଥ୍ୟ ଉପରେ ବଡ଼ ବିପଦ । ଏନେଇ ଆମେରିକାର ସର୍ଜନ ଜେନେରାଲ ବିବେକ ମୂର୍ତ୍ତି ଏକ ବଡ଼ ବିବୃତ୍ତି ଦେଇଛନ୍ତି । ମଦ ବୋତଲରେ ସିଗାରେଟ ଭଳି କ୍ୟାନ୍ସର ଚେତାବନୀ ଦିଆଯିବା ଦରକାର ବୋଲି ଦାବି କରିଛନ୍ତି ସର୍ଜନ । ଗୋଟିଏ ବୁନ୍ଦା ମଦ ବି ମଣିଷ ଶରୀରରେ ସୃଷ୍ଟି କରିପାରେ କ୍ୟାନସର ଭଳି ମାରାତ୍ମକ ରୋଗ । ସିଗାରେଟ୍ ପ୍ୟାକେଟ୍ ଭଳି ମଦ ଉପରେ ବି କ୍ୟାନସରର ଚେତାବନୀ ଦେବାକୁ ଆମେରିକା ସର୍ଜନଙ୍କ ଦାବି । ଗୋଟିଏ କି ଦୁଇଟି ନୁହେଁ, ମଦ୍ୟପାନରୁ ୭ ପ୍ରକାର କ୍ୟାନସର ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି । ମଦ୍ୟପାନରୁ ହେଉଥିବା କ୍ୟାନସରରୁ ମୁକୁଳିବାକୁ କୌଣସି ଉପାୟ ନାହିଁ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । 

ସର୍ଜନଙ୍କ କହିବାନୁସାରେ, ମଦ୍ୟପାନ ଗୋଟିଏ କି ଦୁଇଟି ନୁହେଁ, ମୋଟ୍ ୭ ପ୍ରକାର କ୍ୟାନସରକୁ ଆଶଙ୍କାକୁ ବୃଦ୍ଧି କରାଏ । ସେଗୁଡ଼ିକ ହେଉଛି- ବ୍ରେଷ୍ଟ କ୍ୟାନସର, ମାଉଥ୍ କ୍ୟାନସର, ଲିଭର୍ କ୍ୟାନସର, କୋଲୋନ ଏବଂ ରେକଟମ୍ କ୍ୟାନସର, ଥ୍ରୋଟ୍ କ୍ୟାନସର, ଏସୋଫାଗର୍ସ କ୍ୟାନସର । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ମଦ୍ୟପାନରେ ଥିବା ଇଥାନଲ ଶରୀରରେ ଆସେଟାଲଡିହାଇଡରେ ପରିଣତ ହୁଏ । ଏହା ଏକ ରାସାୟନିକ ପଦାର୍ଥ ଯାହା ଡିଏନ୍‌ଏକୁ କ୍ଷତି ପହଞ୍ଚାଇପାରେ ଏବଂ କର୍କଟ ରୋଗ ହେବାର ଆଶଙ୍କାକୁ ବୃଦ୍ଧି କରିଥାଏ । 

ଏହାବ୍ୟତୀତ ମଦ୍ୟପାନ ଶରୀରର କୋଷଗୁଡ଼ିକୁ ମରାମତି କରିବାର କ୍ଷମତାକୁ ମଧ୍ୟ ଦୁର୍ବଳ କରିଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ, ଜଣେ ବ୍ୟକ୍ତି ଯେତେ ପରିମାଣର ମଦ ପିଉଛନ୍ତି ସେହି ଅନୁସାରେ ତାହା ଶରୀର ଉପରେ ପ୍ରଭାବ ପକାଇଥାଏ । ଯେଉଁମାନେ ଦୈନିକ ମଦ୍ୟପାନ କରୁଛନ୍ତି, ସେମାନଙ୍କଠାରେ କ୍ୟାନସରର ରୋଗର ଆଶଙ୍କା ଅଧିକାଂଶ ବୃଦ୍ଧି ପାଏ । ଯେଉଁମାନେ ଭାବନ୍ତି ଯେ ‘ମଧ୍ୟମ ଧରଣର ପାନୀୟ’ ଶରୀରକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ, ସେମାନେ ଜାଣିବା ରଖିବା ଉଚିତ୍ ଯେ, ମଦର ଗୋଟିଏ ଗୋଟିଏ ବୁନ୍ଦା ବି ଶରୀରର ଡିଏନ୍‌ଏକୁ ପ୍ରଭାବିତ କରିଥାଏ । ଭାରତ ଭଳି ଦେଶରେ ମଧ୍ୟ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବଂ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଲୋକଙ୍କୁ ସଚେତନ କରାଇବା ଜରୁରୀ । ବଢ଼ୁଥିବା କର୍କଟ ରୋଗକୁ ଦୃଷ୍ଟିରେ ରଖି ମଦ ବୋତଲ ଉପରେ ଚେତାବନୀ ଦେବା ଏକ ପ୍ରଭାବଶାଳୀ ପଦକ୍ଷେପ ବୋଲି କୁହାଯାଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.