ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ରିଲ୍ସ ନିଶା ହେଲା କାଳ : ଝରଣାରେ ନାଚୁଥିବା ବେଳେ ଦୁଇ ଯୁବତୀ ପାଣିରେ ଭାସିଗଲେ , ଯୁବତୀଙ୍କୁ ଉଦ୍ଧାର କଲେ ଡ୍ରାଇଭର

ମାଲକାନଗିରି,୬/୨ : ରିଲ୍ସ ନିଶା ହୋଇଛି କାଳ । ରିଲ୍ସ କରୁ କରୁ ଅସାବଧାନତା ବଶତଃ ପାଣି ଭିତରକୁ ଖସି ପଡିଲେ ଦୁଇ ଯୁବତୀ। ପାଣିର ପ୍ରଖର ସୁଅ ଏମାନଙ୍କୁ ଭସାଇ ନେଇଥିଲା। ଯୁବତୀମାନେ ବଂଚିବା ପାଇଁ ଚିତ୍କାର କରୁଥିଲେ। ପାଖରେ ପରିବାର ଲୋକ ଥିଲେ ବି କେହି କିଛି କରି ପାରୁନଥିଲେ ।ତେବେ  ଏମାନଙ୍କ ଚିତ୍କାର ଶୁଣି ଶେଷରେ ଏମାନଙ୍କ ସହ ଯାଇଥିବା ୨ଜଣ ଡ୍ରାଇଭର ନିଜ ଜୀବନକୁ ବାଜି ଲଗାଇ ପାଣି ଭିତରକୁ ଡେଇଁ ପଡିଥିଲେ। ଆଉ ମରଣ ମୁହଁରୁ ଏମାନଙ୍କୁ ଟାଣି ଆଣିଥିଲେ। ଏଭଳି ଘଟଣା ଘଟିଛ ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲି ନିଟକରେ ଥିବା ଗୁମ୍ମାଝରଣ ଜଳପ୍ରପାତର।

ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଞ୍ଚଳର ଏହି ୨ ଯୁବତୀ ପରିବାର ସହ ଗତକାଲି ପିକନିକ ପାଇଁ ସେଠାକୁ ଯାଇଥିଲେ। ତେବେ ସେଠାରେ ଏମାନେ ବୁଲାବୁଲି କରିବା ସହ ଖୁସିର ମୁହୁର୍ତ୍ତ ସାଇତି ରଖିବା ପାଇଁ ରିଲ୍ସ କରୁଥିଲେ। ଆଉ ଅସାବଧାନତା କାରଣରୁ ସେମାନଙ୍କ ଗୋଡ ସେଠାରେ ଥିବା ପଥରରେ ଖସି ଯାଇଥିଲା। ଫଳରେ ସେମାନେ ପାଣି ଭିତରକୁ ପଡିଯାଇଥିଲେ। 

ପାଣିର ପ୍ରଖର ସ୍ରୋତ କାରଣରୁ ସେମାନେ ଆଉ ବାହାରକୁ ଆସି ନପାରି ଚିତ୍କାର କରୁଥିଲେ। ପରିବାର ଲୋକ ବି ଭୟଭୀତ ଓ ଅସହାୟ ହୋଇ ପଡିଥିଲେ। ଆଉ ଏହା ଦେଖି ସେମାନଙ୍କ ସହ ଯାଇଥିବା ଗୋବିନ୍ଦପାଲ୍ଲିର ଦୁଇ ଜଣ ଡ୍ରାଇଭର ଜିତୁ ଗୌଡ ଓ ଦୀପକ ଗୌଡ ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରକୁ ଡେଇଁ ପଡିଥିଲେ। ଆଉ ଏହି ୨ ଯୁବତୀଙ୍କୁ ପାଣି ଭିତରୁ ଟାଣି ଆଣି ସେମାନଙ୍କ ଜୀବନ ବଂଚାଇଥିଲେ। ଯୁବତୀ ଦୁଇଜଣ ଙ୍କୁ ମରଣ ମୁହଁରୁ ଉଦ୍ଧାର କରି ଜୀବନ ବଞ୍ଚାଇ ଥିବାରୁ ଡ୍ରାଇଭରଙ୍କୁ ପରିବାର ଲୋକେ ଓ ଗ୍ରାମ ବାସୀ ଧନ୍ୟବାଦ ଜଣାଇ ପ୍ରଶଂସା କରିଛନ୍ତି।

ଗୁମ୍ମାଝରଣ ଜଳପ୍ରପାତର ସୌନ୍ଦର୍ଯ୍ୟତା  କାରଣରୁ ଏଠାକୁ  ଅନେକ ପର୍ଯ୍ୟଟକ ଆସୁଛନ୍ତି ହେଲେ ଏଠାକୁ ଭଲରାସ୍ତା କିମ୍ବା ସୁରକ୍ଷା ବାଡ ବ୍ୟବସ୍ଥା ନଥିବାରୁ ଏମିତି ଅଘଟଣ ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଆହୁରି ପଢନ୍ତୁ : ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ବୁଡ଼ ପାଇଁ ନୀତି ନିର୍ଦ୍ଧାରଣ ବୈଠକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.