ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଅବସରର ୩ ଦିନ ପୂର୍ବରୁ ଇଞ୍ଜିନିୟରଙ୍କ ବଦଳି, ରେଳବୋର୍ଡ ସଚିବଙ୍କୁ ଚିଠି ଲେଖି କହିଲେ ପାଗଳାମୀ

ନୂଆଦିଲ୍ଲୀ,୨୮/୧୧: ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ (ଏସ୍‌ଇସିଆର)ର ଛତିଶଗଡ ବିଳାସପୁର ଡିଭିଜନରେ କାର୍ଯ୍ୟ କରୁଥିବା  ଜଣେ ବରିଷ୍ଠ ଇଞ୍ଜିନିୟରଙ୍କୁ ଅବସର ନେବାର ମାତ୍ର ୩ ଦିନ ପୂର୍ବରୁ ବଦଳି  କରାଯାଇଛି । ତାହା ପୁଣି ଶତାଧିକ କି.ମି ଦୂରକୁ । ସମ୍ପୃକ୍ତ ଇଞ୍ଜିନିୟରଙ୍କ ନାମ କେ.ପି ଆର୍ଯ୍ୟ । 

ବଦଳି ଆଦେଶ ମିଳିବା ପରେ ସେ ଆଶ୍ଚର୍ଯ୍ୟ ହେବା ସହ ରେଳବାଇ ବୋର୍ଡର ସଚିବଙ୍କୁ ଏକ ଚିଠି ଲେଖିଛନ୍ତି । ସେଥିରେ ସେ ରେଳବାଇର ଏଭଳି ନିଷ୍ପତ୍ତିକୁ ପାଗଳାମୀ ବୋଲି ଉଲ୍ଲେଖ କରିଛନ୍ତି । ବଦଳି ଆଦେଶ ଅନୁସାରେ ଆର୍ଯ୍ୟଙ୍କୁ ନୂଆଦିଲ୍ଲୀସ୍ଥିତ ଉତ୍ତର ରେଳବାଇ (ଏନ୍‌ଆର)ର ମୁଖ୍ୟ କାର୍ଯ୍ୟାଳୟରେ ଉଚ୍ଚ ପ୍ରଶାସନିକ ଗ୍ରେଡ୍‌ (ଏଚ୍‌ଏଜି) ପଦବିରେ ନଭେମ୍ବର ୨୮ ତାରିଖରେ ଯୋଗଦେବାକୁ କୁହାଯାଇଛି। କିନ୍ତୁ ସେ ନଭେମ୍ବର ୩୦ ତାରିଖରେ ଅବସର ନେବାର ଅଛି । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆର୍ଯ୍ୟ କହିଛନ୍ତି ସରକାରୀ ଭାବେ ବଦଳି କରାଯିବାର ଆଦେଶ ଠିକ୍‌ । କିନ୍ତୁ ସପ୍ତାହକ ଭିତରେ ଜଣେ ଅବସର ନେବାକୁ ଯାଉଥିବା ବେଳେ ତାଙ୍କୁ ବଦଳି କରାଯିବା ନିଶ୍ଚିତ ଭାବେ ପାଗଳାମୀ ଛଡା ଆଉ କିଛି ନୁହେଁ । ସେ ତାଙ୍କ ଜୀବନ ତମାମ ରେଲୱେ ପାଇଁ ସେବା କଲେ । କିନ୍ତୁ ଅବସର ନେବାର ଠିକ୍‌ ୩ ଦିନ ପୂର୍ବରୁ ତାଙ୍କୁ ବଦଳି କରାଯିବା ଦ୍ୱାରା ତାଙ୍କର ଅବସରକାଳୀନ ପ୍ରାପ୍ୟ ପାଇବାରେ ଘୋର ସମସ୍ୟା ସୃଷ୍ଟି ହେବ । ଚାକିରି କାଳର ଶେଷ ସମୟରେ ଏଭଳି ବଦଳି ଆଦେଶ ଦିଆଯିବା ତାଙ୍କୁ ମାନସିକ ଭାବେ ଉତ୍ପୀଡନ ଦେବା ସହ ସମାନ ।

 ସେ କହିଛନ୍ତି ଏସ୍‌ଇସିଆରରେ ଏକ ଏଚ୍‌ଏଜି ପଦ ଖାଲିପଡିଛି । ରେଲୱେ ଚାହିଁଥିଲେ ତାଙ୍କୁ ସେହି ପଦରେ ନିଯୁକ୍ତି ଦେଇପାରିଥାନ୍ତା । କିନ୍ତୁ  ତାହା ନ କରି ତାଙ୍କୁ ଦିଲ୍ଲୀକୁ ବଦଳି କରାଯିବା କେତେଦୂର ଯୁକ୍ତିଯୁକ୍ତ  ତାହା ସେ ବୁଝିପାରୁନାହାନ୍ତି । ନୂଆ ପଦରେ ସେ ମାତ୍ର ୩ ଦିନ କାମ କରିବେ ଏବଂ ଅବସର ନେବେ । ବଦଳି ଭତ୍ତା ଭାବେ ରେଲୱେ ତାଙ୍କୁ ପାଖାପାଖି ୩ ଲକ୍ଷ ଟଙ୍କାର ଭତ୍ତା ମଧ୍ୟ ଦେବ । ଏହା ସାଧାରଣ  ଜନତାଙ୍କ ଅର୍ଥକୁ ବରବାଦ କରିବା ବ୍ୟତୀତ ଅନ୍ୟ କିଛିନୁହେଁ । 

ଆର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ପଦୋନ୍ନତିକୁ ଗତ ୬ମାସ ହେଲା ରେଲୱେର ବରିଷ୍ଠ ଅଧିକାରୀମାନେ ଅଟକାଇ ରଖିଛନ୍ତି । ୬ମାସ ପୂର୍ବରୁ ଯଦି ତାଙ୍କର ପଦୋନ୍ନତି ସହ ବଦଳି ହୋଇଥାନ୍ତା ତେବେ ସେ ତାର ସମ୍ପୂର୍ଣ୍ଣ ଲାଭ ପାଇପାରିଥାନ୍ତେ । କିନ୍ତୁ ରେଲୱେ ବୋର୍ଡର ଅଧିକାରୀଙ୍କ ଅପାରଗତା ଯୋଗୁ ସେ ତାର ଲାଭ ପାଇପାରିଲେ ନାହିଁ । ବର୍ତ୍ତମାନ ପଦୋନ୍ନତି ସହ ବଦଳି କରାଯିବା ଫଳରେ ସେ ଅନେକ ଚାଲେଞ୍ଜର ସମ୍ମୁଖୀନ ହେବେ । ତାଙ୍କୁ ଏଭଳି ମାନସିକ ଉତ୍ପୀଡନ ଦେଇଥିବା ଅଧିକାରୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଆର୍ଯ୍ୟ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.