ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ମହୁଆ ମୋଇତ୍ରଙ୍କୁ ସମର୍ଥନ ଜଣାଇଲେ ଟିଏମସି ସୁପ୍ରିମୋ, ବିଜେପିକୁ କଲେ ଟାର୍ଗେଟ

କୋଲକାତା: ସଂସଦରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଛନ୍ଦି ହୋଇପଡ଼ିଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କ ସମର୍ଥନରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମହୁଆଙ୍କୁ ବାହାର କରିବା ଲାଗି ବିଜେପି ଷଡ଼ଯନ୍ତ୍ର କରୁଛି ବୋଲି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି । ଲୋକସଭାରୁ ବାହାର କରିବା ପାଇଁ ମହୁଆଙ୍କ ଲାଗି ବିଜେପି ଷଡ଼ଯନ୍ତ୍ର କରୁଛି । ଏହା ଦ୍ବାରା ମହୁଆଙ୍କ ଲୋକପ୍ରିୟତା ଆହୁରି ବଢ଼ିଯାଇଛି । ଏବେ ସେ ସଂସଦରେ ଯାହା କହୁଥିଲେ ତାହା ବାହାରେ କହିବେ ବୋଲି ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି ।

 ମହୁଆ ମୋଇତ୍ର ଅଡ଼ୁଆରେ ପଡ଼ିଥିବା ବେଳେ ତାଙ୍କ ପାଇଁ ସଂକଟମୋଚକ ସାଜିଛନ୍ତି ବଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ଦଳର ସୁପ୍ରିମୋ ମମତା ବାନାର୍ଜୀ । ଏହା ପୂର୍ବରୁ ମହୁଆଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଥିଲେ ମମତା । ସାଂସଦ ମହୁଆ ମୋଇତ୍ରଙ୍କୁ କୃଷ୍ଣନଗର ଅଧ୍ୟକ୍ଷ ନିଯୁକ୍ତ କରିଥିଲେ ମମତା ବାନାର୍ଜୀ । ଏହା ପରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଏକ୍ସରେ ଧନ୍ୟବାଦ ଜଣାଇଥିଲେ ମହୁଆ ମୋଇତ୍ର । 

 ତେବେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ପାଖରୁ ଟଙ୍କା ନେଇ ସଂସଦରେ ମହୁଆ ପ୍ରଶ୍ନ କରୁଛନ୍ତି ବୋଲି ଲୋକସଭା ବାଚସ୍ପତିଙ୍କୁ ଚିଠି ମାଧ୍ୟମରେ ଅଭିଯୋଗ କରିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ଏହା ସହ ମହଙ୍ଗା ଉପହାର ଗ୍ରହଣ କରିଥିବା ନେଇ ଟିଏମସି ସାଂସଦ ମହୁଆଙ୍କ ଉପରେ ସେ ଅଭିଯୋଗ ଆଣିଥିଲେ । ଏହା ପରେ ମହୁଆ ମୋଇତ୍ର ସଂସଦର ଏଥିକ୍ସି କମିଟିରେ ହାଜର ହୋଇଥିଲେ । ଏହି ବୈଠକରେ ଖୁବ ପାଟିତୁଣ୍ଡ ହେବା ପରେ ମହୁଆଙ୍କ ସମେତ ବହୁ ବିରୋଧୀ ଦଳର ସାଂସଦ ମଧ୍ୟ ବାହାରକୁ ଚାଲିଆସିଥିଲେ । 

ବିଏସପି ସାଂସଦ ଡାନିସ ଅଲି ଏଥିକ୍ସ କମିଟି ଅଧ୍ୟକ୍ଷ ଅନୈତିକ ପ୍ରଶ୍ନ ପଚାରୁଥିବା ନେଇ ଅଭିଯୋଗ କରିଥିଲେ । ଏହା ପରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ମଧ୍ୟ ମହୁଆ ମୋଇତ୍ରଙ୍କୁ ସମର୍ଥନ କରିଥିଲେ । ମହୁଆ ମୋଇତ୍ର ନିଜକୁ ରକ୍ଷା କରିବା ଲାଗି ସମ୍ପୂର୍ଣ୍ଣ ସକ୍ଷମ ବୋଲି କହିବା ସହ ବିଜେପିକୁ ଟାର୍ଗେଟ କରିଥିଲେ ଅଭିଷେକ ବାନାର୍ଜୀ । ସେପଟେ ମହୁଆ ମୋଇତ୍ରଙ୍କ ମାମଲା ପରେ ସଂସଦରେ ନୂଆ ନିୟମ ଜାରି ହୋଇଛି । ଏବେ କେହି ସାଂସଦ ନିଜର ପୋର୍ଟାଲ ଲଗଇନ୍‌ ପାସଓ୍ବାର୍ଡ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସେୟାର କରିପାରିବେ ନାହିଁ ।

 

  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.