ଓ୍ବାଶିଂଟନ୍, ୦୫/୦୯: ଆମେରିକାର ଏକ ରାଜପଥର ନାଁ ଜଣେ ଦିବଂଗତ ଭାରତୀୟ ବଂଶୋଦ୍ଭବ ପୋଲିସ ଅଧିକାରୀଙ୍କ ନାମାନୁସାରେ ନାମିତ ହୋଇଛି । ପୋଲିସ ଅଧିକାରୀଙ୍କ ନାଁ ହେଉଛି ରୋନିଲ ସିଂହ ।୨୦୧୮ରେ ଜଣେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୩୩ ବର୍ଷୀୟ ରୋନିଲ ପ୍ରାଣ ହରାଇଥିଲେ । ସହିଦଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେବା ଲକ୍ଷ୍ୟରେ କାର୍ଲିଫର୍ଣ୍ଣିଆ ପ୍ରଶାସନ ନ୍ୟୁମ୍ୟାନରେ ଥିବା ୩୩ ନମ୍ବର ରାଜପଥକୁ ରୋନିଲ ସିଂହଙ୍କ ନାମ ଦେଇଛି ।
ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀଙ୍କୁ କୋର୍ଟଙ୍କ ସମନ, ବିଜେପି ନେତା ଦାଏର କରିଥିଲେ ପିଟିସନ
ଏହି ରାଜପଥକୁ ଶନିବାର ଦିନ ରୋନିଲ ସିଂହଙ୍କୁ ସମର୍ପଣ କରାଯାଇଥିବା ଜଣାପଡ଼ିଛି । କର୍ପୋରାଲ ରୋନିଲ ସିଂହ ମେମୋରିଆଲ ହାଇଓ୍ବେ ଲେଖାଥିବା ଏକ ଫଳକ ମଧ୍ୟ ଲାଗିଛି । ଫିଜି ନିବାସୀ ଭାରତୀୟ ବଂଶୋଦ୍ଭବ ରୋନିଲ ସିଂହ ୨୦୧୧ରେ ପୋଲିସରେ ସାମିଲ ହୋଇଥିଲେ ।
୨୬ ଡିସେମ୍ବର ୨୦୧୮ରେ ଜଣେ ନିଶାଗ୍ରସ୍ତ କାର ଚାଳକ ତାଙ୍କୁ ଗୁଳି କରି ହତ୍ୟା କରିଦେଇଥିଲା । ରୋନିଲଙ୍କ ହତ୍ୟାର ୩ ଦିନ ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା । ୨୦୨୦ରେ ଦୋଷୀ ସାବ୍ୟସ୍ତ ହେବା ସହ ଆଜୀବନ କାରାଦଣ୍ଡ ଭୋଗୁଛି ଅଭିଯୁକ୍ତ ।
You can also read: ଇଣ୍ଡିଆ ବନାମ ଭାରତ: ଶ୍ରୀଲଙ୍କାରୁ ଥାଇଲାଣ୍ଡ ଯାଏଁ….ଏସବୁ ଦେଶର ବଦଳିସାରିଛି ନାଁ