ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ବାଲ୍ୟ ବିବାହକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ,ଜାରି କଲେ ଗାଇଡଲାଇନ୍‌

ନୂଆଦିଲ୍ଲୀ,୧୮/୧୦:  ବାଲ୍ୟ ବିବାହକୁ ନେଇ  ଅସନ୍ତୋଷ ବ୍ୟକ୍ତ କରିବା ସହ  ଗାଇଡଲାଇନ୍‌ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଆଜି ସୁପ୍ରିମକୋର୍ଟ ବାଲ୍ୟ ବିବାହକୁ ନେଇ ଦୃଢ଼ ମନ୍ତବ୍ୟ ଦେଇ କହିଛନ୍ତି ଯେ, ବ୍ୟକ୍ତିଗତ ବିବାହ ଆଇନ ଜରିଆରେ ଶିଶୁ ବିବାହ ନିଷେଧ ଆଇନକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଏଥିସହ ପିଲାମାନଙ୍କ ସହ ଜଡ଼ିତ ବିବାହ ହେଉଛି ନିଜ ପସନ୍ଦର ଜୀବନ ସାଥୀ ବାଛିବା ପାଇଁ ସ୍ୱତନ୍ତ୍ର ଇଚ୍ଛାଶକ୍ତିର ଉଲ୍ଲଂଘନ। ଏହାଦ୍ୱାରା ସେମାନଙ୍କ ପସନ୍ଦର ଜୀବନ ସାଥୀ ବାଛିବା ବିକଳ୍ପ ଶେଷ ହୋଇଯାଏ।

ତେବେ ଏନଜିଓ ଦ୍ୱାରା ଦାଖଲ କରାଯାଇଥିବା ପିଟିସନରେ ଅଭିଯୋଗ ହୋଇଥିଲା ଯେ, ରାଜ୍ୟ ସ୍ତରରେ ଶିଶୁ ବିବାହ ନିଷେଧ ଆଇନ ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ, ଯେଉଁଥିପାଇଁ ବାଲ୍ୟ ବିବାହ ମାମଲା ବଢ଼ିବାରେ ଲାଗିଛି। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ଭାରତରେ ବାଲ୍ୟ ବିବାହ ନିବାରଣ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏନେଇ ବାଲ୍ୟ ବିବାହ ଉପରେ ଗାଇଡଲାଇନ୍‌ ଜାରି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ବାପା-ମା'ଙ୍କ ଦ୍ୱାରା ନିଜର ନାବାଳକ ପୁଅ-ଝିଅଙ୍କର ବିବାହ କରାଇବା ପାଇଁ ନିର୍ବନ୍ଧ କରି ଦିଆଯାଏ। ଏଭଳି କରିବା ସେମାନଙ୍କ ଜୀବନ ସାଥୀ ବାଛିବା ପାଇଁ ଥିବା ସ୍ୱାଧୀନ ଇଚ୍ଛାଶକ୍ତିର ଉଲ୍ଲଂଘନ ଅଟେ।' ଶୁଣାଣି ସମୟରେ କୋର୍ଟ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସହ କଥାବାର୍ତ୍ତା କରିବାକୁ କହିଛନ୍ତି ଏବଂ ବାଲ୍ୟ ବିବାହ ଉପରେ ନିଷେଧାଦେଶ ଲାଗୁ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହା ମଧ୍ୟ ଜଣାଇବାକୁ କହିଛନ୍ତି।

ବାଲ୍ୟ ବିବାହକୁ ରୋକିବା ଏବଂ ସମାଜରୁ ଏହାକୁ ମୂଳପୋଛ ସୁନିଶ୍ଚିତ କରିବା ପାଇଁ ବାଲ୍ୟ ବିବାହ ଆଇନ ୨୦୦୬ ପ୍ରଣୟନ କରାଯାଇଥିଲା। କର୍ତ୍ତୃପକ୍ଷ ଶିଶୁ ବିବାହ ରୋକିବା ଏବଂ ନାବାଳିକାଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବା ଉଚିତ। ଏହା ଏକ ସାମାଜିକ ବ୍ୟାଧି। ଏହିପରି ଘୃଣ୍ୟ କାମରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ।  କୋର୍ଟ ଆହୁରି କହିଛନ୍ତି, ଦଣ୍ଡ ଏବଂ ଦୋଷୀ ସାବ୍ୟସ୍ତ ହେବା ପରିବର୍ତ୍ତେ ନିଷେଧ ତଥା ପ୍ରତିରୋଧ ଉପରେ ଗୁରୁତ୍ୱ ଦିଆଯିବା ଉଚିତ୍। ଆମେ ଆଇନ ଏବଂ ସମାଜବିଜ୍ଞାନର ସମ୍ପୂର୍ଣ୍ଣ ପରିସରକୁ ଦେଖିଛୁ। ବାଲ୍ୟ ବିବାହ ନିଷେଧ ଆଇନର ସଠିକ୍ କାର୍ଯ୍ୟକାରିତା ପାଇଁ ଆମେ ବିଭିନ୍ନ ନିର୍ଦ୍ଦେଶ ଦେଇଛୁ। ବାଲ୍ୟ ବିବାହ ରୋକିବା ପାଇଁ ସବୁଠାରୁ ଭଲ ଉପାୟ ହେଲା ପଛୁଆ ବର୍ଗ, ଶିକ୍ଷାର ଅଭାବ ଓ ଗରିବ ଶ୍ରେଣୀର ଝିଅମାନଙ୍କର କାଉନସଲିଂ କରିବା ନେଇ ସିଜେଆଇ କହିଛନ୍ତି।








  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.