ପ୍ରମୂଖ ଖବର
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

୮ ଫେବୃଆରୀରୁ ପୁରୀ-ସୋନପୁର ଓ ପୁରୀ ସାପ୍ତାହିକ ଏକ୍ସପ୍ରେସ କରିବ ନିୟମିତ ଚଳାଚଳ

ଭୁବନେଶ୍ବର,୭।୨ :ପୁରୀ-ସୋନପୁର ଓ ପୁରୀ ସାପ୍ତାହିକ ଏକ୍ସପ୍ରେସର ନିୟମିତ ଚଳାଚଳ ନିଷ୍ପତ୍ତି ନିଆଯାଇ ପୁରୀରୁ ୮ ଫେବୃଆରୀ ଠାରୁ ଏବଂ ସୋନପୁର ଠାରୁ ୯  ଫେବୃଆରୀରୁ ଚଳାଚଳ କରିବ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଟ୍ରେନର ଶୁଭାରମ୍ଭ  ଫେବୃୟାରୀ ୩ରେ  କରାଯାଇଥିଲା |

 ୧୮୪୨୧ ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ ପ୍ରତ୍ୟେକ ଗୁରୁବାର ପୁରୀରୁ ସନ୍ଧ୍ୟା ୭ଟା ୩୫ମି.ରେ ଛାଡି ତା' ପରଦିନ ଭୋର ୫ଟା୩୦ମି.ରେ ସୋନପୁରରେ ପହଞ୍ଚିବ ।  ୧୮୪୨୨  ସୋନପୁର-ପୁରୀ ଏକ୍ସପ୍ରେସ ପ୍ରତ୍ୟେକ ଶୁକ୍ରବାର ସୋନପୁରରୁ ସନ୍ଧ୍ୟା ୭ଟା ୩୦ ମିରେ ଛାଡି ଶନିବାର ସକାଳ ୬ଟା ୫୫ମିରେ ପୁରୀରେ ପହଞ୍ଚିବ |

 ଏହି ଟ୍ରେନ ପୁରୀ ଏବଂ ସୋନପୁର ମଧ୍ୟରେ  ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢ଼େଙ୍କାନାଳ, ତାଳଚେର, ଅନୁଗୁଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗୀର, ବିଛୁପାଲି, ଝାରତରଭା, ଏବଂ ନରସିଂହଗଡରେ ରହଣି କରିବ ।

 ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ସାତଟି ଏସି-୩ ଟାୟାର, ଗୋଟିଏ ଏସି-୩ ଟାୟାର ଇକୋନୋମି, ଛଅଟି ସ୍ଲିପର ଶ୍ରେଣୀ, ତିନିଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ଗାର୍ଡ, ଲଗେଜ୍ ତଥା ଦିବ୍ୟାଙ୍ଗଜନ କୋଚ୍ ଏବଂ ଗୋଟିଏ ଗାର୍ଡ, ଲଗେଜ୍ ତଥା ମୋଟର କୋଚ୍ ଉପଲବ୍ଧ ରହିବ |

ଆହୁରି ପଢନ୍ତୁ : ଗୁରାପଲ୍ଲୀ ଟୋଲ ଗେଟରେ ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ, ଚାଳକ ଗୁରୁତର

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.