ରଣପୁର, ୧୩।୯ : ଯେତେ ପ୍ରତିବାଦ କଲେ ମଧ୍ୟ ସରକାରଙ୍କ କାନରେ ବାଜୁନି ଶିକ୍ଷକ ମାନଙ୍କ ମୌଳିକ ଦାବୀ। କେବେ ରାଜଧାନୀର ରାଜ ରାସ୍ତାରେ ତ କେବେ କେବେ ଖରା ବର୍ଷାରେ ବସି ରହୁଛନ୍ତି ଶିକ୍ଷକ । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ରାଜ୍ୟ ବ୍ୟାପି ୩ଦଫା ଦାବୀ ନେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ସମୁଖରେ ଧାରଣା ଚାଲିଛି। ନୟାଗଡ ରଣପୁର ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଫିସ ସମୁଖରେ ଶିକ୍ଷକ ସମୂହ ଛୁଟିରେ ଆସି ଧାରଣା ଦେଇଥିବା ଦେଖିବାକୁ ମିଳିଛି।
ଆହୁରି ପଢନ୍ତୁ : ଦେବଗିରି ପାହାଡ଼ରେ ଭୂସ୍ଖଳନ, ପଥର ଖସି ରାସ୍ତା ଅବରୋଧ, ୩ ଗ୍ରାମକୁ ଯୋଗାଯୋଗ ବିଛିନ୍ନ