ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ସ୍ଲିପ୍‌ ମୋଡ୍‌ରେ ରୋଭର ପ୍ରଜ୍ଞାନ୍‌, ୧୪ ଦିନ ପରେ ପୁଣି ସକ୍ରିୟ ହେବା ନେଇ ଆଶା ରଖିଛି ଇସ୍ରୋ

ନୂଆଦିଲ୍ଲୀ, ୦୨/୦୯: ରୋଭର ପ୍ରଜ୍ଞାନ୍‌ ଏବେ ବିଶ୍ରାମ ନେଇଛି । ମିଶନ ପୂରା କରି ସ୍ଲିପ୍‌ ମୋଡକୁ ଗଲା ରୋଭର । ଏହା ସହ ଆଗାମୀ୧୪ ଦିନ ପରେ ରୋଭର ପ୍ରଜ୍ଞାନ ପୁଣି ଥରେ ସକ୍ରିୟ ହେବା ସହ କାର୍ଯ୍ୟ କରିପାରିବ ବୋଲି ଇସ୍ରୋ ଆଶା ରଖିଛି । ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ରୋଭର ପ୍ରଜ୍ଞାନକୁ ସୁରକ୍ଷିତ ଢଙ୍ଗରେ ସ୍ଲିପ୍ ମୋଡରେ ରଖାଯାଇଛି । ଏହା ସହିତ ଏପିଏକ୍ସଏସ ଓ ଏଲଆଇବିଏସ ପେଲୋଡକୁ ମଧ୍ୟ ବନ୍ଦ କରାଯାଇଛି । 

ଆଲ୍ଲାହବାଦ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ; 'ଲିଭ୍‌ ଇନ୍‌ ରିଲେସନ୍‌' ଆମ ପାଇଁ ଠିକ୍‌ ନୂହେଁ

ଏହା ସହ ପେଲୋଡରେ ରହିଥିବା ସମସ୍ତ ତଥ୍ୟକୁ ଲ୍ୟାଣ୍ଡର ବିକ୍ରମ ଜରିଆରେ ପୃଥିବୀକୁ ପଠାଯିବା ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରଜ୍ଞାନର ବ୍ୟାଟେରୀରେ ଫୁଲ୍ ଚାର୍ଜ ରହିଛି। ରୋଭରର ସୋଲାର ପ୍ୟାନେଲକୁ ଏମିତି ସେଟ୍ କରାଯାଇଛି ଯେ ସେପ୍ଟେମ୍ବର ୨୨ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟ କିରଣ ପଡ଼ିଲେ ତାହା ରୋଭର ଗ୍ରହଣ କରି ପାରିବ ।  ପରବର୍ତ୍ତୀ କାର୍ଯ୍ୟ ଲାଗି  ରୋଭର ଆକ୍ଟିଭ ହେବ ବୋଲି ଇସ୍ରୋ ଆଶା ରଖିଛି  । ଏହା ପରେ ଅବଶିଷ୍ଟ କାମ ପୂରା କରିବ ପ୍ରଜ୍ଞାନ । 

ତେବେ ଯଦି ରୋଭର ପୁନଃ ସକ୍ରିୟ ନ ହୁଏ ତେବେ କଣ ହେବ ? ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ , କୌଣସି କାରଣବଶତଃ ପରବର୍ତ୍ତୀ ସୂର୍ଯ୍ୟଦୋୟ ପରେ ରୋଭର ଆକ୍ଟିଭ ନ ହେଲେ ତାହା ସେହି ଅବସ୍ଥାରେ ଭାରତର ରାଜଦୂତ ପରି ସେଠାରେ ଉପସ୍ଥିତ ରହିବ । ସୂଚନାଯୋଗ୍ୟ, ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମକୁ ସଫଳତାର ସହ ଅବତରଣ କରାଇ ଇତିହାସ ରଚିଥିଲା ଇସ୍ରୋ । ଏହା ପରେ ଲ୍ୟାଣ୍ଡରରୁ ରୋଭର ପ୍ରଜ୍ଞାନ ବାହାରି ଚନ୍ଦ୍ରର ଦକ୍ଷିଣମେରୁରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଠାଇଛି । ଏହା ସହ  ସେଠାକାର ଭୌତିକ ସଂରଚନା ସଂପର୍କରେ ସୂଚନା ପ୍ରଦାନ କରିଛି ରୋଭର ପ୍ରଜ୍ଞାନ ।

You can also read: ବେଙ୍ଗଲ-ବାଂଲାଦେଶ ସୀମାରେ ସୁନା ସ୍ମଗଲିଂ, ୪ଟି ଗୋଲ୍ଡ ବିସ୍କୁଟ୍‌ ସହ ମହିଳାଙ୍କୁ ଧରିଲା ବିଏସଏଫ୍‌


  • ISRO
  • Pragyan Rover
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.