ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଗୋଟିଏ ପରିବାରର ୪୨ ମୃତ, ଆମେରିକାରେ ରହୁଥିବା ସଂପର୍କୀୟଙ୍କ ଚାଞ୍ଚଲ୍ୟକର ଦାବି

ଓ୍ବାଶିଂଟନ ଡିସି: ଇସ୍ରାଏଲ-ହମାସ ଯୁଦ୍ଧକୁ ୨୫ ଦିନ ବିତିସାରିଥିବା ବେଳେ ଯୁଦ୍ଧର ତୀବ୍ରତା ବୃଦ୍ଧି ପାଇବାରେ ଲାଗିଛି । ଗାଜା ଷ୍ଟ୍ରିପରେ ଇସ୍ରାଏଲ ସେନା ଘନଘନ ବୋମା ମାଡ କରୁଥିବା ନେଇ ସୂଚନା ମିଳିଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଗଲାଣି । ଇତିମଧ୍ୟରେ ଆମେରିକାରେ ରହୁଥିବା ଏକ  ପାଲେଷ୍ଟାଇନ୍‌ ପରିବାର ଦାବି କରିଛି ଯେ, ଇସ୍ରାଏଲ ପଟୁ ହେଉଥିବା ଆକ୍ରମଣରେ ଗାଜାରେ ଥିବା ସେମାନଙ୍କ ପରିବାରର ୩ ପିଢ଼ି ଶେଷ ହୋଇଯାଇଛି । ଗୋଟିଏ ଦିନରେ ହିଁ ତାଙ୍କ ସଂପର୍କୀୟଙ୍କ ପରିବାର ନିଶେଷ ହୋଇଯାଇଛି ବୋଲି ସିଏନଏନକୁ କହିଛନ୍ତି ତାରିକ୍‌ ହମୁଦା ଏବଂ ତାଙ୍କ ପତ୍ନୀ ମନାଲ । 

ଇସ୍ରାଏଲ–ହମାସ ଯୁଦ୍ଧରେ ତାଙ୍କର ୪୨ ଜଣ ସଂପର୍କୀୟଙ୍କ ମୃତ୍ୟୁ ହୋଇସାରିଛି ବୋଲି ହମୁଦା ଏବଂ ମନାଲ କହିଛନ୍ତି । ତେବେ ଅକ୍ଟୋବର ୧୯ରେ ଇସ୍ରାଏଲ କରିଥିବା ଏକ ଏୟାର ଷ୍ଟ୍ରାଇକରେ ହିଁ ଏମାନେ ମୃତ୍ୟୁବରଣ କରିଥିବା ନେଇ ସେମାନେ ଦାବି କରିଛନ୍ତି । ହମୁଦା ସିଏନଏନକୁ କହିଛନ୍ତି ଯେ ତାଙ୍କ ପତ୍ନୀ ମନାଲଙ୍କ ୪ ଭାଇ, ଜଣେ ଭଉଣୀ ଏବଂ ସେମାନଙ୍କ ପିଲାଙ୍କ ମୃତ୍ୟୁ ହୋଇଛି । ଅକ୍ଟୋବର ୧୯ରେ ସେମାନଙ୍କ ଘର ଉପରେ ଦୁଇ ଦୁଇଟି ବୋମା ମାଡ ହେବା ପରେ ମନାଲଙ୍କ ସଂପର୍କୀୟଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ତେବେ ମନାଲ ତାଙ୍କ ପରିବାରର ପ୍ରତିଟି ସଦସ୍ୟଙ୍କୁ ବହୁତ ଭଲ ପାଉଥିଲେ । 

ପ୍ରକୃତରେ ସ୍ବାମୀ ସ୍ତ୍ରୀ ଗାଜାର ଗୋଟିଏ ପ୍ରାନ୍ତର ବାସିନ୍ଦା ହୋଇଥିବା ବେଳେ ସେମାନେ ୨୦୦୪ରୁ ଆମେରିକାରେ ରହୁଛନ୍ତି ବୋଲି ହମୁଦା ସିଏନଏନକୁ କହିଛନ୍ତି । ଅନ୍ୟପଟେ ଗାଜାରେ ଥିବା ହମାସ ସଂଗଠନ ଏବଂ ଇସ୍ରାଏଲ ସେନା ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ଦିନରୁ ହିଁ ଗାଜାରେ ଅଶାନ୍ତି ତୀବ୍ର ରୂପ ଧାରଣ କରିଛି । ଜୀବିତଙ୍କ ପାଇଁ ଚିନ୍ତା ହେଉଥିବାରୁ ମୃତକଙ୍କ ଲାଗି ଶୋକ ବି କରିପାରିଲୁ ନାହିଁ ବୋଲି ହମୁଦା କହିଛନ୍ତି । 

ସେପଟେ ମନାଲଙ୍କ ଭାଇ ଇଆଦ ଅବୁ ଫ୍ଲୋରିଡାରେ ରହୁଥିବା ବେଳେ ସଂପର୍କୀୟଙ୍କ ମୃତ୍ୟୁ ତାଙ୍କୁ ମର୍ମାହତ କରିଛି।  ଜଣେ କି ଦୁଇ ଜଣେ ନୁହେଁ ପରିବାରର ୪୨ ସଦସ୍ୟଙ୍କୁ ହରାଇ ଇଆଦ ନିଜର କୋହ ସମ୍ଭାଳି ପାରୁନାହାନ୍ତି । ସବୁଠୁ ବଡ଼ କଥା ହେଉଛି ମୃତକଙ୍କ ମଧ୍ୟରେ ୩ ମାସରୁ ୭୭ ବର୍ଷର ସଦସ୍ୟ ଅଛନ୍ତି ବୋଲି ଇଆଦ କହିଛନ୍ତି । ତେବେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ କରିବା ପୂର୍ବରୁ ସେମାନଙ୍କୁ କୌଣସି ସୂଚନା ଦେଇନଥିଲା ବୋଲି ସେ ଅଭିଯୋଗ ମଧ୍ୟ କରିଛନ୍ତି । 

 

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.