ପ୍ରମୂଖ ଖବର
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ପାକିସ୍ତାନରେ ବିଜୁଳି ସଂକଟ, ୟୁନିଟ୍ ପିଛା ୫୬ ଟଙ୍କା

Pic Courtesy: Aajtak

ଇସଲାମାବାଦ, ୩୦/୦୮: ଇତିହାସରେ ସବୁଠୁ ବଡ଼ ଆର୍ଥିକ ସଂକଟରେ ସନ୍ତୁଳି ହେଉଛି ପାକିସ୍ତାନ । ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ଡାଲିରୁ ଅଟା ଦର ବୃଦ୍ଧି ଓ ଖାଦ୍ୟ ଅଭାବରୁ ଲୋକଙ୍କ ଜୀବନ ଯିବା ସମସ୍ତେ ଜାଣିଛନ୍ତି । ଏବେ ପାକିସ୍ତାନରେ ବିଜୁଳିକୁ ନେଇ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । 

ଚଳିତବର୍ଷ ପାକିସ୍ତାନରେ ବିଦ୍ୟୁତ୍ ଦର ବୃଦ୍ଧି ପାଇଛି । ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ, ସେଠାରେ ବିଦ୍ୟୁତ୍ ୟୁନିଟ୍ ପିଛା ଦର ୫୦ ଟଙ୍କା ଟପିଛି । ପୂର୍ବରୁ ପାକିସ୍ତାନ ଜନତା ଦରବୃଦ୍ଧିକୁ ନେଇ ଚିନ୍ତିତ ଥିବା ବେଳେ ଏବେ ବିଦ୍ୟୁତ୍ ବିଲକୁ ନେଇ ରାଜରାସ୍ତାରେ ପ୍ରତିବାଦ କରିଛନ୍ତି ।

ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଘୁଞ୍ଚିଲା ନବମ ଶ୍ରେଣୀ ପଞ୍ଜୀକରଣ

ଡନର ରିପୋର୍ଟ ଅନୁସାରେ, ବିଦ୍ୟୁତ୍ ବିଲ୍ ବୃଦ୍ଧି ପରେ ପାକିସ୍ତାନୀ ଲୋକଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି । ଅନର୍ଜାତୀୟ ମୁଦ୍ରା ପାଣ୍ଠି (IMF) ୩ ଅରବ ଡଲାରର ବେଲଆଉଟ୍ ପ୍ୟାକେଜ୍ ଦେବା ସହ କଠୋର ସର୍ତ୍ତ ରଖିଛି । ଯାହାର ବୋଝ ଏବେ ଟିକସ ଭାବେ ପାକିସ୍ତାନ ଜନତା ଉପରେ ଲଦି ଦେଇଛି ସରକାର । 

ଫଳରେ ପାକିସ୍ତାନରେ ପେଟ୍ରୋଲ, ଡିଜେଲ୍ ସହ ବିଦ୍ୟୁତ୍ ମହଙ୍ଗା ହୋଇଛି । ପ୍ରତିବାଦରେ ଲୋକ ଦେଶବ୍ୟାପୀ ରାସ୍ତାକୁ ଓହ୍ଲାଇ ଆସିବା ସହ ବିଦ୍ୟୁତ୍ ବିଲ୍ ଜାଳିଛନ୍ତି । ବିଦ୍ୟୁତ୍ କାର୍ଯ୍ୟାଳୟରେ ପୋଡ଼ାଜଳା ସହ ଭଙ୍ଗାରୁଜା ବି କରିଛନ୍ତି । 

ଏହି ଦେଶକୁ ମିଳିଲା ସ୍ବତନ୍ତ୍ର ସୁବିଧା; ପ୍ରତିବନ୍ଧକ ପରେ ବି ମିଳିବ ଭାରତରୁ ଚାଉଳ

୬ ମାସରେ ୟୁନିଟ୍ ପିଛା ୨୦ ଟଙ୍କା ବୃଦ୍ଧି

ପାକିସ୍ତାନରେ ୨୦୨୩ ମାର୍ଚ୍ଚରୁ ନେଇ ୨୦୨୩ ଅଗଷ୍ଟ ୬ ମାସ ମଧ୍ୟରେ ୟୁନିଟ୍ ପିଛା ବିଦ୍ୟୁତ୍ ଦର ପ୍ରାୟ ୨୦ ଟଙ୍କା ବୃଦ୍ଧି ପାଇଛି । ମାର୍ଚ୍ଚ ମାସରେ ସରକାର ୟୁନିଟ୍ ପିଛା ବିଦ୍ୟୁତ୍ ଦର ୫ ଟଙ୍କା ୫୦ ପଇସା ବଢ଼ିଥିଲା । ଜୁଲାଇରେ ୭ ଟଙ୍କା ୫୦ ପଇସା ଏବଂ ଅଗଷ୍ଟରେ ୫ ଟଙ୍କା ବଢ଼ିଥିଲା । ମାର୍ଚ୍ଚରେ ପାକିସ୍ତାନରେ ବିଦ୍ୟୁତ୍ ୟୁନିଟ୍ ପିଛା ଦର ୩୬ ଟଙ୍କା ଥିବାବେଳେ ଏବେ ୫୬ ଟଙ୍କା ହୋଇଛି ।

ଜଳର ସନ୍ଧାନରୁ ଅଳ୍ପ ଦୂରରେ ଚନ୍ଦ୍ରଯାନ-୩; ଅମ୍ଳଯାନ ବ୍ୟତିତ ଆଉ କ'ଣ ପାଇଛି ରୋଭର୍

  • Pakistan
  • Power Crisis
  • Power Bill
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.