ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଚନ୍ଦ୍ରପୃଷ୍ଠରେ ନାସା ପାଇଲା ଲୁନା-୨୫ର କ୍ରାସ୍ ଲ୍ୟାଣ୍ଡିଂ ସାଇଟ୍, ଯାନ ମାଡ଼ ପରେ ୧୦ ମିଟରର ଗାତ ସୃଷ୍ଟି

ମସ୍କୋ, ୦୨/୦୯: ଆମେରିକୀୟ ମହାକାଶ ସଂସ୍ଥା ନାସା ଚନ୍ଦ୍ରପୃଷ୍ଠରେ ଋଷର ଲୁନା-୨୫ କ୍ରାସ୍ ଲ୍ୟାଣ୍ଡିଂ ସାଇଟ୍ ଖୋଜି ପାଇଛି । ନାସାର ଦାବି ଅନୁସାରେ, ଉକ୍ତ ସ୍ଥାନରେ ହିଁ ଲୁନା-୨୫ ମାଡ଼ ହୋଇଥିବା ବେଳେ ୧୦ ମିଟର ଓସାରର ଗାତ ସୃଷ୍ଟି ହୋଇଛି । ଏହାକୁ ନେଇ ନାସା ୨ଟି ଫଟୋ ଜାରି କରିଛି ।

ଲୁନାର ରିକୋନାଇସାନ୍ସ ଅର୍ବିଟର (LRO) ମହାକାଶ ଯାନ ଅଗଷ୍ଟ ୨୪ରେ ଚନ୍ଦ୍ରପୃଷ୍ଠରେ ଏକ ନୂଆ ଗାତ ଦେଖିଥିଲା । ଏହି ଗାତଟି ଲୁନା-୨୫ କ୍ରାସ୍ ହୋଇଥିବା ସ୍ଥାନ ନିକଟରେ ସୃଷ୍ଟି ହୋଇଛି । ଯାହାକୁ ନେଇ ଏଲ୍ଆରଓ ନିଷ୍କର୍ସରେ ପହଞ୍ଚିଛି, ଏହି ଗାତ ପ୍ରାକୃତିକ ପ୍ରଭାବ ବଦଳରେ ଲୁନା-୨୫ ପାଇଁ ହୋଇଥିବା ସମ୍ଭାବନା ରହିଛି ।

ବଢ଼ିଲା ନନ୍ଦନକାନନ ସଫାରୀ ଟିକେଟ ମୂଲ୍ୟ, ଏବେ ୪ଟି ସଫାରୀ ବୁଲିବା ପାଇଁ ପର୍ଯ୍ୟଟକ ଗଣିବେ ଅଧିକ ଟଙ୍କା

ଋଷ ମହାକାଶ ସଂସ୍ଥା ରସକମସ୍ ଅଗଷ୍ଟ ୧୯ ସନ୍ଧ୍ୟା ୫ଟା ୨୭ରେ ମହାକାଶ ଯାନ ସହ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା । ପ୍ରି-ଲ୍ୟାଣ୍ଡିଂ ଅର୍ବିଟ୍ ବଦଳାଇବା ବେଳେ ଲୁନା-୨୫ରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ସେତେବେଳେ ଲୁନା-୨୫କୁ ୧୮ କିଲୋମିଟର X ୧୦୦ କିଲୋମିଟର କକ୍ଷପଥକୁ ଯିବା ଲାଗି କମାଣ୍ଡ ଦିଆ ଯାଇଥିଲା ।

ଆଉ ସେହି ସମୟରେ ଲୁନା-୨୫ରେ ଜରୁରୀକାଳୀନ ସ୍ଥିତି ଦେଖା ଦେଇଥିଲା । ସ୍ପେଶକ୍ରାଫ୍ଟ ଆକଚୁଆଲ୍ ପାରାମିଟରରେ ଥ୍ରଷ୍ଟର ଫାୟର ହୋଇପାରି ନଥିଲା । ପ୍ରଥମ ବିଶ୍ଲେଷଣରୁ ଜଣାପଡ଼ିଥିଲା, କାଲକୁଲେଟେଡ୍ ଭ୍ୟାଲୁ ଅଧିକ ଥିଲା । ଫଳରେ ଥ୍ରଷ୍ଟର ଅଧିକ ସମୟ ପାଇଁ ଫାୟାର ହେବା ସହ ବେଗ କମିବାରୁ ମହାକାଶ ଯାନ ଏକ ଅଫ୍-ଡିଜାଇନ୍ ଅର୍ବିଟକୁ ଚାଲି ଯାଇ ଚନ୍ଦ୍ରରେ କ୍ରାସ୍ ହୋଇ ଯାଇଥିଲା ।

ଆଜି ଇସ୍ରୋର ସୂର୍ଯ୍ୟ ଅଭିଯାନ: ଆଦିତ୍ୟ ଏଲ୍‌-୧ ପାଇଁ ଅବଗଣନା ଆରମ୍ଭ, ପୂର୍ବାହ୍ଣ ୧୧.୫୦ରେ ଶ୍ରୀହରିକୋଟାରୁ ଲଞ୍ଚ

ଅଗଷ୍ଟ ୧୧ରେ ଋଷ ଲୁନା-୨୫କୁ ସୋୟୁଜ ୨.୧ବି ରକେଟରେ ଉତକ୍ଷେପଣ କରିଥିଲା । ସେହିଦିନ ଲୁନା-୨୫କୁ ପୃଥିବୀର କକ୍ଷପଥରୁ ଚନ୍ଦ୍ର କକ୍ଷପଥକୁ ପଠା ଯାଇଥିଲା । ଅଗଷ୍ଟ ୧୬ରେ ମହାକାଶ ଯାନ ଚନ୍ଦ୍ର କକ୍ଷପଥରେ ୧୦୦ କିଲୋମିଟର ଅର୍ବିଟରେ ରହିଥିଲା । 

  • Moon
  • LUNA 25
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.