ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ପ୍ରଥମେ ୧୯୯୭ରେ ତେଜିଥିଲା ମରାଠା ସଂରକ୍ଷଣ ଦାବି, ପୁଣି ଏବେ ଜଳୁଛି ମହାରାଷ୍ଟ୍ର

ମୁମ୍ବାଇ, ୦୧/୧୧: ମହାରାଷ୍ଟ୍ରରେ ପୁଣି ମରାଠା ସଂରକ୍ଷଣ ନେଇ ଦାବି ତୀବ୍ର ହେଉଛି । ଆନ୍ଦୋଳନ ହିଂସାରେ ପରିଣତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ପ୍ରତିବାଦ । ଆନ୍ଦୋଳନ ବେଳେ ରାଜନୈତିକ ଦଳର କାର୍ଯ୍ୟାଳୟ ଉପରେ ଆକ୍ରମଣ ହୋଇଥିବା ବେଳେ ପୋଲିସ ୧୪୦ରୁ ଅଧିକ ମାମଲା ରୁଜୁ କରିଛି । ହିଂସା ମାମଲାରେ ପୋଲିସ ୧୬୮ ଜଣଙ୍କୁ ଗିରଫ କରିଥିବା କହିଛନ୍ତି ଡିଜିପି ରଜନୀଶ ସେଠ୍ ।

୧୯୯୭ରେ ପ୍ରଥମ ଥର ପାଇଁ ମରାଠାଙ୍କୁ ସଂରକ୍ଷଣ ନେଇ ଦାବି ହୋଇଥିଲା । ଏହାପରେ ୨୦୦୮ ଜୁଲାଇରେ ମହାରାଷ୍ଟ୍ର ସରକାର ଅବସରପ୍ରାପ୍ତ ବିଚାରପତି ଆରଏମ୍ ବାପତଙ୍କ କମିଟି ଗଠନ କରିଥିବା ବେଳେ ସେ ଦେଇଥିବା ରିପୋର୍ଟରେ ସଂରକ୍ଷଣକୁ ସମର୍ଥନ କରି ନଥିଲେ ।

ତାର ୬ ବର୍ଷ ପରେ ୨୦୧୪ରେ ବିଜେପି ନେତା ତଥା ମନ୍ତ୍ରୀ ନାରାୟଣ ରାଣେଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ଉକ୍ତ କମିଟି ମରାଠାଙ୍କୁ ରାଜ୍ୟ ଜନସଂଖ୍ୟା ଅନୁସାରେ ୩୨ ପ୍ରତିଶତ ସଂରକ୍ଷଣ ଦେବା ନେଇ ସୁପାରିସ୍ କରିଥିଲେ । 

ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଗୋଟିଏ ପରିବାରର ୪୨ ମୃତ, ଆମେରିକାରେ ରହୁଥିବା ସଂପର୍କୀୟଙ୍କ ଚାଞ୍ଚଲ୍ୟକର ଦାବି

ଏହା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପୃଥିରାଜ ଚୌହାନ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ମରାଠାଙ୍କୁ ୧୬ ପ୍ରତିଶତ ଓ ମୁସଲିମଙ୍କୁ ୫ ପ୍ରତିଶତ ସଂରକ୍ଷଣ ଦେବାକୁ ଅନୁମୋଦନ ଦେଇଥିଲେ । ଏନେଇ ସେତେବେଳେ ସରକାର ଅଧ୍ୟାଦେଶ ବି ଆଣିଥିଲେ । ତେବେ ଏହି ଅଧ୍ୟାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଫଳରେ ୨୦୧୪ରେ ଏହା ଲାଗୁ ହୋଇ ପାରି ନଥିଲା ।

ଏହା ପରେ ସରକାର ଏକ କମିଶନ ଗଠନ କରି ପଛୁଆ ବର୍ଗଙ୍କ ତଥ୍ୟ ସଂଗ୍ରହ କରିଥିଲେ । ଜଷ୍ଟିସ୍ ଏମଜି ଗାୟକୱାର୍ଜଙ୍କ ନେତୃତ୍ୱାଧୀନ ୯ ଜଣିଆ ମହାରାଷ୍ଟ୍ର ରାଜ୍ୟ ପଛୁଆ ବର୍ଗ କମିଶନ ୨୦୧୮ରେ ରିପୋର୍ଟ ଦେଇଥିଲେ । ସେତେବେଳେ ଦେବେନ୍ଦ୍ର ଫଡ଼ନାବିସଙ୍କ ସରକାର ରିପୋର୍ଟକୁ ଗ୍ରହଣ କରି ୨୦୧୮ ନଭେମ୍ବର ୩୦ରେ ଏସଇବିସିଙ୍କୁ ସଂରକ୍ଷଣ ଦେବା ପାଇଁ ପ୍ରସ୍ତାବ ପାରିତ କରିଥିଲେ ।

ଉକ୍ତ ପ୍ରସ୍ତାବ ଅନୁସାରେ, ଶିକ୍ଷା ଓ ଚାକିରି କ୍ଷେତ୍ରରେ ମରାଠି ସମୁଦାୟର ଆର୍ଥିକ ପଛୁଆ ବର୍ଗଙ୍କୁ ୧୬ ପ୍ରତିଶତ ସଂରକ୍ଷଣ ମିଳିଥାନ୍ତା । ଏଥିରେ ମୁସଲିମଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ନଥିଲା । ଯାହାକୁ ୨୦୧୯ରେ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଫଳରେ ସରକାର ସଂରକ୍ଷଣକୁ ଶିକ୍ଷା କ୍ଷେତ୍ରରେ ୧୨ ପ୍ରତିଶତ ଓ ଚାକିରି କ୍ଷେତ୍ରରେ ୧୩ ପ୍ରତିଶତକୁ ହ୍ରାସ କରିଥିଲେ ।

ବୁଲେଟ-ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା : ୨ ମୃତ, ଜଣେ ଗୁରୁତର

ଏହା ପରେ ସୁପ୍ରିମକୋର୍ଟ କହିଥିଲେ ସଂରକ୍ଷଣ ୫୦ ପ୍ରତିଶତ ଡେଇଁବ ନାହିଁ । ଏହାପରେ ସଂସଦରେ ଏସିଇବିସି ଆଇନରେ ସଂସଧୋନ ଅଣାଯାଇଥିଲା । ଏହାପରେ ମହାରାଷ୍ଟ୍ର ଉଦ୍ଧବ ସରକାର କମିଟି ଗଠନ କରିଥିବା ବେଳେ ପ୍ରସ୍ତାବ ଫଳପ୍ରଦ ହୋଇ ନଥିଲା । ଏବେ ପୁଣି ଥରେ ମରାଠା ସଂରକ୍ଷଣକୁ ନେଇ ମହାରାଷ୍ଟ୍ର ଜଳୁଛି । ସଂରକ୍ଷଣ ସପକ୍ଷରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ଏକାଠି ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.