ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଭାରତରେ ତିଆରି ହେବ ଇସ୍ରାଏଲର ମାରାତ୍ମକ ଡ୍ରୋନ୍, ନିର୍ମାଣ କରିବ ଆଡାନୀ ଡିଫେନ୍ସ

ନୂଆଦିଲ୍ଲୀ, ୦୮/୧୧: ଇସ୍ରାଏଲର ମାରାତ୍ମକ ଆକ୍ରମଣକାରୀ ଓ ଗୁଇନ୍ଦା ଡ୍ରୋନର ବ୍ୟବହାର ଏବେ ଭାରତ କରିବ । ଭାରତରେ ତିଆରି ହେବ ହର୍ମେସ ୯୦୦ ମେଲ୍ ୟୁଏଭି । ଏହାର ନିର୍ମାଣ କରିବ ଆଡାନୀ ଡିଫେନ୍ସ । ଆଶା କରାଯାଉଛି, ଆଗାମୀ ୪ରୁ ୫ ବର୍ଷ ମଧ୍ୟରେ ଏହି ଡ୍ରୋନ୍ ଭାରତକୁ ମିଳିଯିବ ।

ଭାରତରେ ଏହି ଶକ୍ତିଶାଳୀ ଡ୍ରୋନ୍ ନିର୍ମାଣ ଦ୍ୱାରା ରୋଜଗାର ବଢ଼ିବ । ପ୍ରଥମେ ଭାରତୀୟ ସେନାକୁ ଏହି ଶକ୍ତିଶାଳୀ ଡ୍ରୋନ୍ ମିଳିବ । ଏବେ ଯାଏଁ ହର୍ମେସ୍ ଡ୍ରୋନ୍ସକୁ ଇସ୍ରାଏଲର ଏଲବିଟ୍ କମ୍ପାନୀ ତିଆରି କରୁଥିଲା । ବିଶେଷକରି ଏହି ଡ୍ରୋନର ଉପଯୋଗ ସୁରକ୍ଷା ଓ ଗୁଇନ୍ଦା ତଥ୍ୟ ପାଇଁ ବ୍ୟବହାର କରାଯାଏ । ଆବଶ୍ୟକ ସ୍ଥଳେ ଏହି ଡ୍ରୋନରୁ ଆକ୍ରମଣ ବି କରାଯାଇ ପାରିବ ।

ଏହି ଡ୍ରୋନ୍ ଲଗାତାର ୩୦ରୁ ୩୬ ଘଣ୍ଟା ପର୍ଯ୍ୟନ୍ତ ଉଡ଼ାଣ ଭରି ପାରିବ । ଏହା ମିଡିୟମ୍ ଆଲ୍ଟିଟ୍ୟୁଡ୍ ଲଙ୍ଗ୍ ଏଣ୍ଡୁରାନ୍ସ- ୟୁଏଭି । ଏହା ସର୍ବାଧିକ ୩୦ ହଜାର ଫୁଟ୍ ଉଚ୍ଚତାରେ ଉଡ଼ି ପାରିବ । ଏହାର ଡେଣାର ଲମ୍ବ ୪୯ ଫୁଟ୍ । ଡ୍ରୋନ୍ ୪୫୦ କିଲୋଗ୍ରାମର ପେଲୋଡ଼ ନେଇ ଉଡ଼ାଣ ଭରି ପାରିବ ।

ଏଥିରେ ସ୍ପାଇକ୍ ମିସାଇଲ୍ ସଂଯୋଗ ହୋଇ ପାରିବ । ଦୁନିଆରେ ଏହି ମିସାଇଲର ୯ଟି ଭାରିଆଣ୍ଟ ରହିଛି । ଆବଶ୍ୟକ ଅନୁସାରେ, ଡ୍ରୋନ୍ ଏହାର ବ୍ୟବହାର କରିପାରେ । ଏହି ମିସାଇଲ୍ ଶତ୍ରୁ ପକ୍ଷର ଟ୍ୟାଙ୍କକୁ ବି ଧ୍ୱଂସ କରି ପାରିବ । ସବୁଠୁ ବଡ଼ କଥା ହେଉଛି ମିସାଇଲ୍ ଠାରୁ ଟାର୍ଗେଟ୍ ଖସି ପାରିବ ନା ଲୁଚି ପାରିବ ।




ଏବେ ଦୁନିଆର ୩୮ଟି ଦେଶ ଏହି ମିସାଇଲର ବ୍ୟବହାର କରୁଛନ୍ତି । ସ୍ପାଇକ ମିସାଇଲର ଲମ୍ବ ୩ ଫୁଟ୍ ୧୧ ଇଞ୍ଚ୍ ଅଟେ । ଭାରିଆଣ୍ଟ ଅନୁସାରେ ଲମ୍ବ ସାମାନ୍ୟ ବଢ଼ିପାରେ ଅଥବା କମିପାରେ । ଭାରିଆଣ୍ଟ ଅନୁସାରେ ରେଞ୍ଜ ମଧ୍ୟ ଅଲଗା ହେବ । ୫୦ ମିଟରରୁ ଏହାର ରେଞ୍ଜ ୧୦ ହଜାର ମିଟର । 

୨୦୧୪ରେ ପ୍ରଥମଥର ପାଇଁ ଇସ୍ରାଏଲ୍ ଏହି ଡ୍ରୋନର ବ୍ୟବହାର କରିଥିଲା । ୨୦୧୫ ଶେଷ ଆଡ଼କୁ ଇସ୍ରାଏଲ୍ ସେନାରେ ସାମିଲ୍ କରାଯାଇଥିଲା । ଏହି ଗୁଇନ୍ଦା ଡ୍ରୋନ୍ ଶତ୍ରୁ ପକ୍ଷର ସିଗନାଲକୁ ଟ୍ରେସ୍ କରି ଡିକୋଡ୍ କରି ପାରିବ । କୁହାଯାଉଛି, ଆଗାମୀ ଦିନରେ ଆଡାନୀ ଡିଫେନ୍ସ ହର୍ମେସ୍ ୯୦୦ ସହ ୪୫୦ ବି ନିର୍ମାଣ କରିପାରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.