ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଇସ୍ରାଏଲରୁ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଲା ଆମେରିକାର ସହଯୋଗୀ ଜୋର୍ଡାନ୍

ନୂଆଦିଲ୍ଲୀ, ୦୧/୧୧: ଗାଜାରେ ଇସ୍ରାଏଲ୍ ଆକ୍ରମଣ ଜାରି ରହିଥିବା ବେଳେ ଆମେରିକାର ସହଯୋଗୀ ଜୋର୍ଡାନ ବଡ଼ ପଦକ୍ଷେପ ନେଇଛି । ଯୁଦ୍ଧ ଭିତରେ ଜୋର୍ଡାନ, ଇସ୍ରାଏଲରୁ ତାର ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଛି । ଏଥିସହ ଦେଶ ବାହାରେ ରାଷ୍ଟ୍ରଦୂତଙ୍କୁ ରହିବା ଲାଗି କହିଛି ଜୋର୍ଡାନ । 

ଜୋର୍ଡାନର ଉପ ପ୍ରଧାନମନ୍ତ୍ରୀ ଅୟମାନ ଅଲ୍-ସଫାଦି କହିଛନ୍ତି, ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବା ଗାଜାରେ ଆକ୍ରମଣ ସହ ଜଡ଼ିତ । ୧୯୯ରେ ଜୋର୍ଡାନ-ଇସ୍ରାଏଲ୍ ସହ ଏକ ଶାନ୍ତି ବୁଝାମଣା କରିଥିଲା । ଇଜିପ୍ଟ ପରେ ଦ୍ୱିତୀୟ ଅରବ ଦେଶ ଭାବେ ଜୋର୍ଡାନ୍ ଏଭଳି ବୁଝାମଣା କରିଥିଲା ଇସ୍ରାଏଲ୍ ସହ ।

ପ୍ରଥମେ ୧୯୯୭ରେ ତେଜିଥିଲା ମରାଠା ସଂରକ୍ଷଣ ଦାବି, ପୁଣି ଏବେ ଜଳୁଛି ମହାରାଷ୍ଟ୍ର

ଗାଜାରେ ଇସ୍ରାଏଲ୍ ଆକ୍ରମଣ ଜାରି ରହିଥିବା ବେଳେ ଦ୍ୱିତୀୟ ଦିନ ବି ଆଇଡିଏଫ୍ ପକ୍ଷରୁ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ କରାଯାଇଥିବା ଦାବି ହୋଇଛି । ହମାସ କହିଛି, ଇସ୍ରାଏଲର ଯୁଦ୍ଧ ବିମାନ ଲଗାତାର ଦ୍ୱିତୀୟ ଦିନରେ ଗାଜା ପଟ୍ଟିରେ ଥିବା ଶରଣାର୍ଥୀ ଶିବିର ଉପରେ ଆକ୍ରମଣ କରିଛି । ଏଥିରେ ଅନେକ ଲୋକ ମୃତାହତ ହୋଇଥିବା ଦାବି କରିଛି ହମାସ୍ । ମଙ୍ଗଳବାର ଜବାଲିଆର ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ୍ ଆକ୍ରମଣ କରିଥିବା ବେଳେ ୫୦ ଜଣଙ୍କ ଜୀବନ ଯାଇଥିଲା ।

ହମାସ୍-ଇସ୍ରାଏଲ୍ ଯୁଦ୍ଧରେ ଏବେ ସୁଦ୍ଧା ଉଭୟ ପକ୍ଷର ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଅକ୍ଟୋବର ୭ରେ ହମାସ୍, ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲା । ଏହା ପରେ ଇସ୍ରାଏଲ୍ ଆକ୍ରମଣରେ ୮ ହଜାର ୭୯୬ ଫିଲିସ୍ତିନଙ୍କ ମୃତ୍ୟୁ ହୋଇଥିବା ବେଳେ ହମାସ୍ ଆକ୍ରମଣରେ ୧୪୦୦ରୁ ଅଧିକ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଛି । 

ନ୍ୟୁଜିଲାଣ୍ଡକୁ ୧୯୦ ରନ୍‌ରେ ହରାଇଲା ଦକ୍ଷିଣ ଆଫ୍ରିକା, ରୋଚକ ସ୍ଥିତିରେ ସେମି ଫାଇନାଲ ରେସ୍‌

ଅନ୍ୟପଟେ ଗାଜାରେ ଥିବା ହମାସ ସଂଗଠନ ଏବଂ ଇସ୍ରାଏଲ ସେନା ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ଦିନରୁ ହିଁ ଗାଜାରେ ଅଶାନ୍ତି ତୀବ୍ର ରୂପ ଧାରଣ କରିଛି । ଆମେରିକାରେ ରହୁଥିବା ଏକ ପାଲେଷ୍ଟାଇନ୍ ପରିବାର ଦାବି କରିଛି ଯେ, ଇସ୍ରାଏଲ ପଟୁ ହେଉଥିବା ଆକ୍ରମଣରେ ଗାଜାରେ ଥିବା ସେମାନଙ୍କ ପରିବାରର ୩ ପିଢ଼ି ଶେଷ ହୋଇଯାଇଛି । ଜଣେ କି ଦୁଇ ଜଣେ ନୁହେଁ ପରିବାରର ୪୨ ସଦସ୍ୟଙ୍କୁ ହରାଇ ଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.