ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ ଆଉ ପାଦେ ଆଗକୁ ବଢ଼ିଲା କେନ୍ଦ୍ର, କମିଟିର ଅଧ୍ୟକ୍ଷ ହେଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ, ୦୧/୦୯: ସଂସଦର ବିଶେଷ ଅଧିବେଶନ କେନ୍ଦ୍ର ସରକାର ଡାକିଥିବା ବେଳେ ଆଗୁଆ ନିର୍ବାଚନକୁ ନେଇ ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚା ଭିତରେ କେନ୍ଦ୍ର ସରକାର ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ ଆଉ ପାଦେ ଆଗକୁ ବଢ଼ିଛନ୍ତି । ଏ ସମ୍ପର୍କିତ କମିଟି ଗଠନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି ।

ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଚାଲିବ । ତେବେ ଅଧିବେଶନର ଏଜେଣ୍ଡା ଗୁପ୍ତ ରଖାଯାଇଛି । ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଅର୍ଥାତ୍ ସାରା ଦେଶରେ ଏକା ସମୟରେ ଲୋକସଭା ସହ ବିଧାନସଭା ନିର୍ବାଚନ ହେବ । ଏନେଇ କେନ୍ଦ୍ରର ମୋଦୀ ସରକାର ଅନେକ ଦିନରୁ ଚର୍ଚ୍ଚା କରୁଛନ୍ତି । 

କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋରଙ୍କ ଘରେ ଫୁଟିଲା ଗୁଳି, ରାତିରେ ପାର୍ଟି ପରେ ପୁଅର ସାଙ୍ଗକୁ ମାରିଦେଲେ

ଏବେ ଏହା ଉପରେ ବିଚାରବିମର୍ଷ ଲାଗି ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦାୟିତ୍ୱ ଦେଇଛନ୍ତି । ନଭେମ୍ବର-ଡିସେମ୍ବରରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଗାମୀ ବର୍ଷ ମେ-ଜୁନରେ ଲୋକସଭା ନିର୍ବାଚନ ହେବ ।

ଏକକ ନିର୍ବାଚନକୁ ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଏହାଦ୍ୱାରା ନିର୍ବାଚନ ଖର୍ଚ୍ଚ କମିବ । ଦେଶରେ ପ୍ରତିବର୍ଷ ନିର୍ବାଚନରେ ହେଉଥିବା ଖର୍ଚ୍ଚ ରାଶି ଏକକ ନିର୍ବାଚନ ଦ୍ୱାରା ହ୍ରାସ ପାଇବ । ସୂଚନାଯୋଗ୍ୟ, ୧୯୫୧-୫୨ ଲୋକସଭା ନିର୍ବାଚନରେ ୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯେତେବେଳେ କି ୨୦୧୯ ଲୋକସଭା ନିର୍ବାଚନରେ ଖର୍ଚ୍ଚ ୬୦ ହଜାର କୋଟି ଟପିଛି । 

ହାଇଦ୍ରାବାଦରୁ ନନ୍ଦନକାନନଙ୍କୁ ଆସିଲେ ୪ ଜୀବଜନ୍ତୁ, ଆହୁରି ଆସିବେ ୨୨ ପ୍ରଜାତିର ବିଦେଶୀ ଜୀବଜନ୍ତୁ

ଦୁନିଆର ସର୍ବବୃହତ ଗଣତନ୍ତ୍ର ଭାରତରେ ପ୍ରତିବର୍ଷ ଅନେକ ନିର୍ବାଚନ ହୋଇଥାଏ । ଏହି ନିର୍ବାଚନରେ ପୂରା ରାଜ୍ୟ ମାନସମ୍ବଳର ବ୍ୟବହାର କରାଯାଏ । କିନ୍ତୁ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଲାଗୁ ହେଲେ ନିର୍ବାଚନ ଲାଗି ବାରମ୍ବାର ପ୍ରସ୍ତୁତି ହେବ ନାହିଁ । ବିକାଶ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ । କାରଣ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଯୋଗୁଁ ଲାଗୁ ହେଉଥିବା ନିର୍ବାଚନ ଆଚରଣ ବିଧି ପାଇଁ ସରକାର ଅନେକ ନିଷ୍ପତ୍ତି ନେଇ ପାରନ୍ତି ନାହିଁ । 

  • BJP
  • One Nation One Election
  • Ramnath Kovind
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.