ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

G20 ଶିଖର ସମ୍ମିଳନୀର ଘୋଷଣାପତ୍ରକୁ ନେଇ ପ୍ରଶ୍ନ ଉଠାଇଲା ୟୁକ୍ରେନ୍, କହିଲା ‘ଗର୍ବ କରିବାର କିଛି ନାହିଁ’

ନୂଆଦିଲ୍ଲୀ, ୧୦/୦୯: ଦିଲ୍ଲୀରେ ଆୟୋଜିତ ଜି୨୦ ଶିଖର ସମ୍ମିଳନୀ ଉପରେ ରହିଛି ସାରା ବିଶ୍ୱର ନଜର । ସମ୍ମିଳନୀରେ ଦୁନିଆର ୨୦ ଦେଶର ରାଷ୍ଟ୍ରମୁଖ୍ୟ ସାମିଲ୍ ହୋଇଛନ୍ତି । ସମ୍ମିଳନୀରେ ଜାରି କରାଯାଇଛି ଯୁଗ୍ମ ଘୋଷଣାପତ୍ର । ଯାହାକୁ ନେଇ ଶନିବାର ପ୍ରତିକ୍ରିୟା ପ୍ରକାଶ କରିଛି ୟୁକ୍ରେନ୍ । କହିଛି, ଘୋଷଣାପତ୍ରକୁ ନେଇ ଗର୍ବ କରିବା ଭଳି କିଛି ନାହିଁ ।




ଜି୨୦ ଘୋଷଣାପତ୍ରକୁ ନେଇ ୟୁକ୍ରେନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ସମାଲୋଚନା କରି କହିଛନ୍ତି, ଏଥିରେ ଋଷର ନାଁ ଲେଖା ଯାଇନାହିଁ । ସୋସିଆଲ୍ ମିଡିଆରେ ଘୋଷଣାପତ୍ରର ସ୍କ୍ରିନ୍ ସଟ୍ ସେୟାର କରି ଲେଖିଛନ୍ତି । ଘୋଷଣାପତ୍ରର ଅନେକ ସ୍ଥାନକୁ ଲାଲ୍ ରଙ୍ଗରେ ହଟାଇବା ସହ ଶବ୍ଦକୁ ଠିକ୍ କରାଯାଇଛି ।

G 20 ବୈଠକରେ ୧୧୨ଟି ବିଷୟରେ ହେଲା ଆଲୋଚନା, ବିଶ୍ବର ସାମ୍ପ୍ରତିକ ସମସ୍ୟା ସହ ଜଡିତ ୭୩ ମାମଲା ଉପରେ ସହମତି

ୟୁକ୍ରେନ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଓଲେଗ ନିକୋଲେଙ୍କୋ ୟୁକ୍ରେନ୍ ଯୁଦ୍ଧକୁ ନେଇ ଲେଖା ଯାଇଥିବା ବ୍ୟାକୁ ଠିକ୍ କରିବାକୁ ଚେଷ୍ଟା କରିଛନ୍ତି । ଋଷ ଆକ୍ରମଣର ଶିକାର ୟୁକ୍ରେନ୍ ହୋଇଛି । ଘୋଷଣାପତ୍ରକୁ ନେଇ ୟୁକ୍ରେନ୍ ନିରାଶ ହୋଇଥିବା ବେଳେ ଦେଶର ସ୍ଥିତିକୁ ସୁଧାରିବା ଲାଗି ସହଯୋଗୀଙ୍କୁ ଧନ୍ୟବାଦ ଦେଇଛି । 

ଋଷ-ୟୁକ୍ରେନ୍ ଯୁଦ୍ଧ ଓ ଚ୍ୟାଲେଞ୍ଜକୁ ନେଇ ଜି୨୦ ନେତା ଶନିବାର ଯୁଗ୍ମ ଘୋଷଣାପତ୍ର ଜାରି କରିଥିଲେ । ଘୋଷଣାପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ମୋତେ ଏକ ଭଲ ଖବର ମିଳିଛି । ଆମ ଟିମର ଉଦ୍ୟମ ପାଇଁ ଦିଲ୍ଲୀ ଜି୨୦ ଲିଡର୍ସ ସମ୍ମିଳନୀ ଘୋଷଣା ଉପରେ ସମସ୍ତେ ସହମତି ପ୍ରକାଶ କରିଛନ୍ତି । 

ଆସନ୍ତା ୧୩ରେ ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୧୨ରୁ ଛେଚିବ ବର୍ଷା: ବର୍ଷା ସତ୍ତ୍ୱେ ନିଅଣ୍ଟିଆ ଭରଣା ହେଲାନି

  • Ukraine
  • G20 Summit
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.