ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ବେଆଇନ ଭାବେ ୯୦୦ ଗର୍ଭନଷ୍ଟ ଅଭିଯୋଗ: ବନ୍ଧା ହେଲେ ଡାକ୍ତର ଓ ଟେକ୍ନିସିଆନ, ଅଲଟ୍ରାସାଉଣ୍ଡ ସ୍କାନ ମେସିନ ଜବତ

ବେଙ୍ଗାଲୁରୁ,୨୮/୧୧: ବେଆଇନ ଭାବେ ଗର୍ଭନଷ୍ଟ କରାଇବା ଅଭିଯୋଗରେ ବେଙ୍ଗାଲୁରୁର ଜଣେ ଡାକ୍ତର ଓ ତାଙ୍କର ସହଯୋଗୀ ଟେକ୍ନିସିଆନଙ୍କୁ ଗିରଫ କରାଯାଇଛି । 

ଡାକ୍ତରଙ୍କ ନାମ ଚନ୍ଦନ ବହଲ ଏବଂ ଟେକ୍ନିସିଆନ ହେଲେ ନିଶାର । ଉଭୟେ ମହୀଶୂରର ଏକ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ । ଗତ ୩ ବର୍ଷରେ ସେମାନେ ୯୦୦ରୁ ଅଧିକ ମହିଳାଙ୍କର ଗର୍ଭନଷ୍ଟ କରିଥିବା ତଦନ୍ତରୁ ଜଣାପଡିଛି । ପ୍ରତି ଗର୍ଭନଷ୍ଟ କରିବାକୁ ସେମାନେ ୩୦ ହଜାର ଟଙ୍କା ନେଉଥିଲେ । ଯେଉଁ ହସ୍ପିଟାଲରେ ଏହି ବେଆଇନ କାରବାର ଚାଲିଥିଲା ତାର ମ୍ୟାନେଜର ଓ ରିସେପସନିଷ୍ଟଙ୍କୁ ଚଳିତମାସ ପ୍ରାରମ୍ଭରେ ପୁଲିସ ଗିରଫ କରିଥିଲା । 

ପୁଲିସ ଅନୁସାରେ, ମାଣ୍ଡ୍ୟାରେ ଏକ ଗୁଡ଼ ପ୍ରସ୍ତୁତ କାରଖାନା ରହିଛି । ତା ଭିତରେ ବେଆଇନ ଭାବେ ଅଲଟ୍ରାସାଉଣ୍ଡ ସ୍କାନ ୟୁନିଟ୍‌ ଥିଲା । ସେଠାରେ ମହିଳାଙ୍କର ଗର୍ଭ ପରୀକ୍ଷା କରାଯାଉଥିଲା । ଯେଉଁମାନେ ନଷ୍ଟ କରିବାକୁ ଚାହୁଁଥିଲେ ସେମାନଙ୍କୁ ମହୀଶୂରସ୍ଥିତ ଉକ୍ତ ହସ୍ପିଟାଲକୁ ପଠାଇ ଦିଆଯାଉଥିଲା । ପୁଲିସ ସେହି ଅଲଟ୍ରାସାଉଣ୍ଡ ସ୍କାନ ମେସିନ ଜବତ କରିଛି । ର‌୍ୟାକେଟରେ ଆହୁରି ଅନେକଙ୍କ ସମ୍ପୃକ୍ତି  ଥିବା ପୁଲିସ ସନ୍ଦେହ କରୁଛି ।

Also Read :-

ଶେଷ ପର୍ଯ୍ୟାୟରେ ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ: ଖୁବ୍ ଶୀଘ୍ର ଆସିପାରେ ଖୁସି ଖବର, ଆଉ ମାତ୍ର ୩ ମିଟର ଦୂରତା

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.