ପ୍ରମୂଖ ଖବର
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଆରବ ସାଗରରେ ମିଳିତ ଅଭ୍ୟାସ କରିବେ ଚୀନ ଓ ପାକିସ୍ତାନ ନୌସେନା, ଡ୍ରାଗନ୍ ଉପରେ ଅସ୍ତ୍ରଶସ୍ତ୍ର ପାଇଁ ବଢ଼ୁଛି ନିର୍ଭରତା

ନୂଆଦିଲ୍ଲୀ, ୧୮/୧୧: ଆର୍ଥିକ ସ୍ତରରେ ମଜଭୁତ୍ ନଥିବା ପାକିସ୍ତାନ, ଚୀନ୍ ଉପରେ ନିର୍ଭରଶୀଳ । ସେ ଅବା ଦେଶର ବିକାଶ ଅଥବା ସୈନ୍ୟ ଶକ୍ତି ବୃଦ୍ଧି ହେଉ । ସବୁ କ୍ଷେତ୍ରରେ ଚୀନ୍ ଉପରେ ନିର୍ଭର କରୁଛି ପାକିସ୍ତାନ । ଏବେ ଭାରତର ଏହି ୨ ପଡ଼ୋଶୀ ଦେଶର ନୌସେନା ପ୍ରଥମଥର ଲାଗି ଯୁଗ୍ମ ସୈନ୍ୟାଭ୍ୟାସ କରିବାକୁ ଯାଉଛନ୍ତି । 

୨ ଦେଶର ନୌସେନାର ମିଳିତ ଅଭ୍ୟାସକୁ ନେଇ ପାକିସ୍ତାନ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହେଉଛି । ଏହାରି ଭିତରେ ପାକିସ୍ତାନ ବନ୍ଧୁ ଚୀନକୁ ମାଗିଛି ହଙ୍ଗୌର ଶ୍ରେଣୀର ବୁଡ଼ାଜାହାଜ । ଏହି ବୁଡ଼ାଜାହାଜକୁ ଉଭୟ ପାକିସ୍ତାନ ଓ ଚୀନ ମିଳିତ ଭାବେ ନିର୍ମାଣ କରୁଛନ୍ତି ।

ଜ୍ୟୋତିଷଙ୍କ ଭବିଷ୍ୟବାଣୀ: ହିଟ୍‌ମ୍ୟାନ୍‌ଙ୍କ ରାଶିରେ ବିଶ୍ୱକପ୍‌ ଟ୍ରଫି, ଚ୍ୟାଲେଞ୍ଜ ଦେବ ଅଷ୍ଟ୍ରେଲିଆ

ପାକିସ୍ତାନ ସେନା ଆବଶ୍ୟକ ଅସ୍ତ୍ରଶସ୍ତ୍ର ପାଇଁ ସବୁଠୁ ଅଧିକ ଚୀନ ଉପରେ ନିର୍ଭରଶୀଳ । ୟୁନାଇଟେଡ୍ ଷ୍ଟେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ପିସ୍-୨୦୨୩ର ଏକ ରିପୋର୍ଟରେ ଦାବି କରାଯାଇଛି, ୮୦ ଦଶକରେ ଆଫଗାନ ଜିହାଦରୁ ମୁକ୍ତି ଲାଗି ଆମେରିକା ଠାରୁ ବିପୁଳ ଅସ୍ତ୍ରଶସ୍ତ୍ର କିଣୁଥିଲା ପାକିସ୍ତାନ । କିନ୍ତୁ ୨୦୦୫ରୁ ୨୦୧୫ ମଧ୍ୟରେ ପାକିସ୍ତାନ, ଚୀନ ଠାରୁ ଅଧିକ ଅସ୍ତ୍ରଶସ୍ତ୍ର କିଣିଛି ।

ଚୀନ ଦିଏ ୭୫ ପ୍ରତିଶତ ଅସ୍ତ୍ରଶସ୍ତ୍ର

ବିଗତ ୧୫ ବର୍ଷରେ ପାକିସ୍ତାନ, ଚୀନ ଠାରୁ ୮୪୬୯ ମିଲିଅନ୍ ଡଲାର୍ ମୂଲ୍ୟର ଅସ୍ତ୍ରଶସ୍ତ୍ର କିଣିଛି । ତା ପୂର୍ବ ୫୦ ବର୍ଷରେ ଚୀନ୍, ପାକିସ୍ତାନକୁ ୮୭୯୪ ମିଲିଅନ୍ ଡଲାର ଅସ୍ତ୍ରଶସ୍ତ୍ର ଦେଇଥିଲା । ଏହାଛଡ଼ା ପାକିସ୍ତାନ ସେନା ଆମେରିକା ଓ ଋଷ ଠାରୁ ସର୍ବାଧିକ ଅସ୍ତ୍ରଶସ୍ତ୍ର କିଣିଛି । ୨୦୧୫ରୁ ପାକିସ୍ତାନ ଆବଶ୍ୟକତାର ୭୫ ପ୍ରତିଶତ ଅସ୍ତ୍ରଶସ୍ତ୍ର ଚୀନ ପୂରଣ କରୁଛି । ୨୦୨୧ରେ ପାକିସ୍ତାନ, ଚୀନ ଠାରୁ ହାଇ ଟୁ ମିଡିୟମ୍ ଏୟାର ଡିଫେନ୍ସ ସିଷ୍ଟମ ଏୟାର ମିସାଇଲ୍ ଆଣିଥିଲା । ଏହାଛଡ଼ା ପାକିସ୍ତାନ ସେନା ଚୀନର ତୋପ ଓ ରକେଟ୍ ଲଞ୍ଚର ବ୍ୟବହାର କରିଥାଏ ।

ଏମ୍‌ସ ପାଖ ଆହାର କେନ୍ଦ୍ରରେ ରାତିରେ ମିଳିବ ଖାଦ୍ୟ, ରୋଗୀ ସହାୟକମାନେ ସୁଲଭ ମୂଲ୍ୟରେ ଖାଇପାରିବେ

ଅଭ୍ୟାସ କାହିଁକି ?

ପିପୁଲ୍ସ ଲିବରେସନ୍ ଆର୍ମି ଅନୁସାରେ, ପାକିସ୍ତାନ ସହ ନୌସେନା ଅଭ୍ୟାସ ବେଳେ ଆରବ ସାଗରରେ ଚୀନ ୬ଟି ଜାହାଜ ମୁତୟନ କରିବ । ଯେଉଁଥିରେ ଗାଇଡେଡ୍ ମିସାଇଲ୍ ଜିବୋ, ଗାଇଡେଡ୍ ମିସାଇଲ୍ ଫ୍ରିଗେଟ୍ ଓ ଲିନି ସାମିଲ୍ ହେବ । ଏହାଛଡ଼ା ୨ଟି ଶିପୱାର୍ଣ୍ଣ ହେଲିକପ୍ଟର ସାମିଲ୍ ହେବ । ଏଥିସହ ଚୀନ୍ ଟାଇପ୍-୦୯୩ ସ୍ନଗ୍ ଶ୍ରେଣୀର ଡିଜେଲ୍-ଇଲେକ୍ଟ୍ରିକ୍ ଯୁଦ୍ଧପୋତ ମୁତୟନ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.