ପ୍ରମୂଖ ଖବର

ଚନ୍ଦ୍ରରେ ଆସିଲା ‘ଭୂମିକମ୍ପ’ ! ଲ୍ୟାଣ୍ଡର ବିକ୍ରମ୍ ରେକର୍ଡ କଲା ହଲଚଲ୍

ବେଙ୍ଗଲୁରୁ, ୦୧/୦୯: ଚନ୍ଦ୍ରପୃଷ୍ଠରେ ‘ଭୂମିକମ୍ପ’ ଆସୁଛି ! ଚନ୍ଦ୍ରଯାନ-୩ ମିଶନରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ନିୟମିତ ନୂଆ ନୂଆ ଅନୁସନ୍ଧାନ କରୁଛି । ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ପ୍ରାକୃତିକ କମ୍ପନ ଭଳି ଗତିବିଧି ରେକର୍ଡ କରିଛି ।

ଗୁରୁବାର ଇସ୍ରୋ ସୋସିଆଲ୍ ମିଡିଆରେ ଦେଇଥିବା ସୂଚନା ଅନୁସାରେ, ଲ୍ୟାଣ୍ଡର ବିକ୍ରମରେ ଏଭଳି ଉପକରଣ ଲାଗିଛି ଯାହା ଚନ୍ଦ୍ରପୃଷ୍ଠରେ ହେଉଥିବା ଗତିବିଧି ରେକର୍ଡ କରିବାରେ ସକ୍ଷମ । ଆଉ ଏହି ଉପକରଣରୁ ଚନ୍ଦ୍ରପୃଷ୍ଠରେ ଭୂମିକମ୍ପ ହେଉଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଏହି ଉପକରଣ ରୋଭର ପ୍ରଜ୍ଞାନ ଓ ଅନ୍ୟ ପେଲୋଡ୍ସର ଗତିବିଧି ରେକର୍ଡ କରିବାରେ ସକ୍ଷମ ।

'ପ୍ରଜ୍ଞାନ' ରୋଭରକୁ ନେଇ ଇସ୍ରୋର ମଜାଦାର ଟ୍ୱିଟ୍‌ , ଚନ୍ଦ୍ରରୁ ବିକ୍ରମ ଲ୍ୟାଣ୍ଡର ପଠାଇଲା ସ୍ୱତନ୍ତ୍ର ଭିଡ଼ିଓ

ଚନ୍ଦ୍ରରେ ଭୂମିକମ୍ପ ଅନୁଭୂତକୁ ଜାଣିବା ଲାଗି ପଠା ଯାଇଥିବା ମାଇକ୍ରୋ ଇଲେକ୍ଟ୍ରୋ ମେକାନିକାଲ୍ ସିଷ୍ଟମ (MEMS) ବେସ୍ଡ ଉପକରଣ ଇନଷ୍ଟ୍ରୁମେଣ୍ଟ ଫର୍ ଦ ଲୁନର ସିସ୍ମିକ୍ ଆକ୍ଟିଭିଟି (ILSA) ପେଲୋଡ୍ ଚନ୍ଦ୍ରପୃଷ୍ଠରେ ରୋଭର ଓ ଅନ୍ୟ ପେଲୋଡରେ କମ୍ପନକୁ ରେକର୍ଡ କରିଛି ।




ଉପକରଣରେ ଅଗଷ୍ଟ ୨୬ରେ ଏହି ଘଟଣା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବୋଲି ଜଣାପଡ଼ୁଛି । କେବେ ଇସ୍ରୋ କହିଛି, ଘଟଣାର ସ୍ରୋତ ଯାଞ୍ଚ କରାଯାଉଛି । ଆଇଏଲ୍ଏସ୍ଏର ଉଦ୍ଦେଶ୍ୟ ପ୍ରାକୃତିକ ଭୂମିକମ୍ପ, ତାର ପ୍ରଭାବ ଓ କୃତ୍ରିମ ଘଟଣା ପାଇଁ ଭୂମିରେ ହେଉଥିବା କମ୍ପନକୁ ମାପିବା ।

ଓଟିଇଟି ପରୀକ୍ଷା ଫଳାଫଳ : ପାସ୍ ପରୀକ୍ଷାର୍ଥୀଙ୍କ ଅପେକ୍ଷା ଫେଲ୍ ସଂଖ୍ୟା ଅଧିକ

ଏହା ପୂର୍ବରୁ ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ଲାଜମା ପାର୍ଟିକଲ୍ସ ଥିବା ଇସ୍ରୋ ସୂଚନା ଦେଇଥିଲା । ତେବେ ଚନ୍ଦ୍ରପୃଷ୍ଠରେ କମ୍ ପ୍ଲାଜମା ଥିବା ଜଣାପଡ଼ିଛି । ଚନ୍ଦ୍ରଯାନ-୩, ୨୩ ଅଗଷ୍ଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା।

  • Moon
  • Chandrayaan-3
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.