ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଜେଲରେ ଚନ୍ଦ୍ରବାବୁ ନାଇଡୁ, ତେଲେଙ୍ଗାନାରେ ନିର୍ବାଚନ ଲଢ଼ିବନି ତେଲୁଗୁ ଦେଶମ ପାର୍ଟି

Image Courtesy: ndtv

ହାଇଦ୍ରାବାଦ: ତେଲେଙ୍ଗାନାରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବାଧୀନ ଦଳ ତେଲୁଗୁ ଦେଶମ ପାର୍ଟି (ଟିଡିପି) ବିଧାନସଭା ନିର୍ବାଚନ ଲଢ଼ିବ ନାହିଁ । ରାଜମୁଣ୍ଡରୀ ଜେଲରେ ଚନ୍ଦ୍ରବାବୁ ଏବଂ ଟିଡିପି ମୁଖ୍ୟ ଜ୍ଞାନେଶ୍ବରଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଦଳ ପକ୍ଷରୁ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ କୌଶଳ ବିକାଶ ନିଗମରେ ଟଙ୍କା ହେରଫେର ମାମଲାରେ ଗିରଫ କରାଯାଇଥିଲା ଏବଂ ସେ ଏବେ ରାଜମୁଣ୍ଡରୀ ସେଣ୍ଟ୍ରାଲ ଜେଲରେ ଅଛନ୍ତି । ଜେଲରେ ଥିବାରୁ ତେଲେଙ୍ଗାନାରେ ନେତୃତ୍ବ ଲାଗି ପ୍ରଚାର କରିବା ଅସମ୍ଭବ ହେବ ବୋଲି ଚନ୍ଦ୍ରବାବୁ କହିଥିବା ଚର୍ଚ୍ଚା ହେଉଛି । ତେଣୁ ଦଳ ମୁଖ୍ୟ କ୍ୟାଡରମାନଙ୍କୁ ଏ ସଂପର୍କରେ ବୁଝାଇବା ଦରକାର ବୋଲି କହିଛନ୍ତି ଚନ୍ଦ୍ରବାବୁ । 

ସେପଟେ ତେଲେଙ୍ଗାନାରେ ଜନ ସେନା ଦଳ ସହ ନିର୍ବାଚନ ଲଢ଼ିବାକୁ ବିଜେପି ଆଗ୍ରହ ପ୍ରକାଶ କରିଥିବା ବେଳେ ଆନ୍ଧ୍ରପ୍ରଦେଶରେ ଦୂରତା ରଖିବାକୁ ପସନ୍ଦ କରୁଛି।  ୨୦୨୪ରେ ଟିଡିପି ସହ ଲଢ଼ିବାକୁ ଜନ ସେନା ଦଳ ଘୋଷଣା କରିଥିଲା । ହେଲେ ଜନ ସେନା ପାର୍ଟି ବିଜେପି ସହ ସାମିଲ ହେବା ନେଇ ଚର୍ଚ୍ଚା ଟିଡିପିକୁ ବିଷମ ସ୍ଥିତିରେ ପକାଇ ଦେଇଛି । ତେଲେଙ୍ଗାନାରେ ଟିଡିପିକୁ ଲୋକେ ପସନ୍ଦ କରୁଥିଲେ । ତେଣୁ ୨୦୧୪ ନିର୍ବାଚନରେ ଟିଡିପିକୁ ୧୫ ସିଟ୍‌ ଏବଂ ୨୦୧୮ ବିଧାନସଭା ନିର୍ବାଚନରେ ଦଳ ୨ଟି ଆସନରେ ବିଜୟୀ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏହି ଦୁଇ ବିଧାୟକ ଦଳ ବଦଳ କରି ଶାସକ ଦଳରେ ସାମିଲ ହୋଇଥିଲେ। 

ଅନ୍ୟପକ୍ଷରେ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ପକ୍ଷରୁ ଚନ୍ଦ୍ରବାବୁଙ୍କ ଗିରଫଦାରୀକୁ ନିନ୍ଦା କରାନଯିବାକୁ ନେଇ ତେଲେଙ୍ଗାନାରେ ଟିଡିପି ନେତାଗଣ ଅସନ୍ତୁଷ୍ଟ ଅଛନ୍ତି । ଏପରିକି ତେଲେଙ୍ଗାନା ସରକାର ସେମାନଙ୍କୁ ହାଇଟେକ ସିଟିରେ ବିଦ୍ରୋହ ପାଇଁ ଅନୁମତି ଦେଇନଥିଲେ । ଏହା ପରେ କିଛି ସମୁଦାୟ ବିଆରଏସକୁ ଭୋଟ ନଦେଇ କଂଗ୍ରେସକୁ ଦେବେ ବୋଲି ଘୋଷଣା କରିଥିଲେ । ଫଳରେ ଶାସକ ଦଳ ଚନ୍ଦ୍ରବାବୁଙ୍କ ଗିରଫଦାରୀଙ୍କୁ ନିନ୍ଦା କରିବା ପାଇଁ ବାଧ୍ୟ ହୋଇଥିଲା। 

ଗୋଟିଏ ପଟେ ଟିଡିପି ଚଳିତ ବିଧାନସଭା ଲଢ଼ିବ ନାହିଁ ଅନ୍ୟପଟେ ଶାସକ ବିଆରଏସ୍‌ ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ରହିଛି । ଅନ୍ୟପଟେ ବିଜେପି ଲାଗି ପଓ୍ବନ କଲ୍ୟାଣଙ୍କ ସମର୍ଥନ ଜରୁରୀ ।  ଯଦିଓ ଜନ ସେନା ଦଳର ସେତେଟା କ୍ରେଜ୍‌ ନାହିଁ କିନ୍ତୁ ତେଲେଙ୍ଗାନାରେ ପଓ୍ବନ କଲ୍ୟାଣଙ୍କ ଫ୍ୟାନଙ୍କ ସଂଖ୍ୟା କିଛି କମ୍ ନାହିଁ । 

ଯେହେତୁ ଜନ ସେନା ଟିଡିପି ସହ ମିଶି ଲଢ଼ିବାକୁ ଘୋଷଣା କରିଥିଲା ତେଣୁ ଟିଡିପି ସମର୍ଥିତ ଭୋଟ ବିଜେପି ଖାତାକୁ ଆସିପାରେ । ଭୋଟ ନଆସିଲେ ବି କଂଗ୍ରେସ ଏବଂ ବିଆରଏସ୍‌ର ଭୋଟ କଟିବା ଥୟ ବୋଲି ବିଜେପି ଚିନ୍ତା କରୁଛି । ଏହା ସହ ନିର୍ବାଚନ ଜିତିବା ଲାଗି ବିଜେପି ସମସ୍ତ ଜୋର ଖଟାଇ ଦେଇଛି । ଏପରିକି ଯଦି ବିଜୟୀ ହୁଏ ତେବେ ଓବିସି ସମୁଦାୟର କୌଣସି ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବ ବୋଲି ତେଲେଙ୍ଗାନାର ଲୋକଙ୍କୁ ଆଶ୍ବସନା ଦେଇଛି ବିଜେପି ।     

  • telengana
  • Chandrababu naidu
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.