ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଚନ୍ଦ୍ରବାବୁ ନାଇଡୁଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଇଲେ କୋର୍ଟ, ଟିଡିପି ମୁଖ୍ୟଙ୍କୁ ହୋଇପାରେ ୧୦ ବର୍ଷ ଜେଲ୍‌ !

Image Courtesy: Jagran

ବିଜୟଓ୍ବାଡା, ୧୦/୦୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ରାଜ୍ୟ ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ମାମଲାରେ ତାଙ୍କୁ ଶନିବାର ସିଆଇଡି ଗିରଫ କରିଛି । ୩୭୧ କୋଟି ଟଙ୍କା ହେରଫେର ମାମଲାରେ ଚନ୍ଦ୍ରବାବୁ ଏବେ ଜେଲରେ ଅଛନ୍ତି । ହେଲେ ସେ ଯଦି କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଯାଆନ୍ତି ତେବେ ତାଙ୍କୁ ଆହୁରି ୧୦ ବର୍ଷ ଜେଲରେ ରହିବାକୁ ପଡ଼ିପାରେ ବୋଲି କୁହାଯାଉଛି । 

ଇନଷ୍ଟାଗ୍ରାମ୍‌ରେ ଲୋକପ୍ରିୟ ହେବାକୁ ଚାହୁଁ ଥିଲେ ଶିକ୍ଷୟିତ୍ରୀ, ଫଲୋୟର୍ସ ବଢାଇବାକୁ କଲେ ଏମିତି ଖରାପ କାମ !

ସିଆଇଡିର ତଦନ୍ତ ଅନୁସାରେ, ୨୦୧୫ରେ ସ୍କିଲ ଡେଭଲପମେଣ୍ଟ ନିଗମ, ସିମେନ୍ସ ସହିତ ୩୩୦୦ କୋଟି ଟଙ୍କାର ଚୁକ୍ତି କରିଥିଲା । ଏହି ଅର୍ଥରେ ଲୋକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ଦେବାର ଥିଲା । ମୋଟ ଅର୍ଥର ୧୦ ପ୍ରତିଶତ ଅଂଶ ରାଜ୍ୟ ସରକାରଙ୍କର ଥିଲା । ଆଉ ୯୦ ପ୍ରତିଶତ ଅର୍ଥ ସିମେନ୍ସ ଦେଇଥାନ୍ତା । ହେଲେ ସିମେନ୍ସ କୌଣସି ଅର୍ଥ ଦେଇନଥିଲା । ଏପରିକି ଏହି ଅର୍ଥରେ ହେରଫେର ହୋଇଥିଲା ବୋଲି ସିଆଇଡି ପକ୍ଷରୁ ସୂଚନା ଦିଆଯାଇଛି । 

ତେବେ ଦୁର୍ନୀତି ଅର୍ଥକୁ ତେଲୁଗୁ ଦେଶମ ପାର୍ଟି, ନାଇଡୁ ଏବଂ ତତ୍କାଳୀନ ଦକ୍ଷତା ବିକାଶ ମନ୍ତ୍ରୀ ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଛି । ଅନ୍ୟପଟେ ଚନ୍ଦ୍ରବାବୁ ନାଇଡୁଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ଏହି ସମୟରେ ତେଲୁଗୁ ଦେଶମ ପାର୍ଟିର କାର୍ଯ୍ୟକର୍ତ୍ତା ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଇତିମଧ୍ୟରେ ବିଜୟଓ୍ବାଡାର ଏସିବି କୋର୍ଟ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିବା ଜଣାପଡ଼ିଛି । ନାଇଡୁଙ୍କୁ ପ୍ରଥମେ ବିଜୟଓ୍ବାଡାର ଏସଆଇଟି କାର୍ଯ୍ୟାଳୟ ଏବଂ ପରେ ସେମାବାର ସକାଳେ ରାଜମୁଣ୍ଡରୀ ସେଣ୍ଟ୍ରାଲ ଜେଳ୍‌ ନିଆଯିବ ।  

ସପେଟ ଗିରଫ ପରେ ଚନ୍ଦ୍ରବାବୁଙ୍କ ଟ୍ବିଟକୁ ନେଇ ଚର୍ଚ୍ଚା ହୋଇଥିଲା । ତାଙ୍କ ଟ୍ବିଟର ହ୍ୟାଣ୍ଡଲରେ ଲେଖାଯାଇଥିଲା ଯେ, ନିସ୍ବାର୍ଥପର ଭାବେ ମୁଁ ତେଲୁଗୁ ଲୋକଙ୍କୁ ସେବା କରିଆସିଛି । ବଞ୍ଚିଥିବା ଯାଏଁ ତେଲୁଗୁ ଲୋକଙ୍କ ପାଇଁ ରକ୍ଷା କବଚ ହୋଇ ରହିବି । ପୃଥିବୀର କୌଣସି ଶକ୍ତି ମୋତେ ତେଲୁଗୁ ଲୋକଙ୍କୁ ସେବା କରିବାରୁ ବଞ୍ଚିତ କରିପାରିବେ ନାହିଁ ।      

  • Chandrababu naidu
  • Copyright © 2022 - Summa Real Media Private Limited. All Rights Reserved.