ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଓୟୋ ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣା : ଅଭିଯୁକ୍ତ ଗିରଫ

ଭୁବନେଶ୍ବର,୨୬।୧୧ : ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗବିହାରର ଓୟୋ  ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାରେ  ଫେରାର ଅଭିଯୁକ୍ତକୁ ଭରତପୁର ଥାନା ପୋଲିସ ଗିରଫ କରିଛି । ଫେରାର ଅଭିଯୁକ୍ତ ଜଣକ ହେଲେ  ମଳିଙ୍ଗା ଓରଫ ସୁଭାସିସ ପ୍ରଧାନ । ମାସେ  ହେବ ଫେରାର ହୋଇ ମଳିଙ୍ଗା ରହି ଥିଲା । ତାଙ୍କ ନିକଟରୁ ଗୋଟିଏ ଖଣ୍ଡା ଜବତ୍ କରାଯାଇଛି । ମଳିଙ୍ଗା ଗ୍ୟାଙ୍ଗରେ ଅନ୍ୟ ୯ ଜଣ ଅଭିଯୁକ୍ତକୁ ଧରିବାକୁ ପୋଲିସ୍ ଚେଷ୍ଟା ଚଳାଇଛି ।

ଗତ ଅକ୍ଟୋବର ୨୫ ତାରିଖ ଦୁର୍ଗାପୁଜା ସନ୍ଧ୍ୟାରେ ଅଭିଯୁକ୍ତ ଜଣକ ନୟାପାଲ୍ଲୀ ଦୁର୍ଗାପୁଜା ମଣ୍ଡପ ନିକଟରେ ହୋଟେଲ ମାଲିକ  ସାଜନ ସାମନୱେଙ୍କ ସହ ବଚସା ହୋଇଥିଲା । ପରବର୍ତ୍ତୀ ସମୟରେ ମାଲିଙ୍ଗା ଗ୍ୟାଙ୍ଗ ଏବଂ ହୋଟେଲ ମାଲିକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।  ମାଲିଙ୍ଗା ଏବଂ ତାଙ୍କ ସହଯୋଗୀମାନେ ଖଣ୍ଡା ଏବଂ ଷ୍ଟମ୍ପ୍ ସାହାଯ୍ୟ ରେ  ହୋଟେଲରେ ପ୍ରବେଶ କରି  ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତା’ପରେ ହଠାତ୍ ମାଲିଙ୍ଗା ଏବଂ ତାଙ୍କ ସହଯୋଗୀ ହୋଟେଲ ମାଲିକ  ସାଜନ ସାମନୱେଙ୍କୁ ଖଣ୍ଡା ଏବଂ ଷ୍ଟମ୍ପ ଦ୍ୱାରା ଆକ୍ରମଣ କରି ତାଙ୍କ ମୁଣ୍ଡରେ ଏବଂ ଅନ୍ୟ ଶରୀରର ଅଂଶରେ ଗଭୀର ଆଘାତ କରିଥିଲେ ।  ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ। ସେମାନେ ମୋବାଇଲ୍ ଫୋନ୍, ହୋଟେଲର ଆସବାବପତ୍ର ଏବଂ   କେଟିଏମ୍ ବାଇକ୍ ମଧ୍ୟ ଚୋରି କରିଥିଲେ।  ଏହା ପର ଠାରୁ ମାଲିଙ୍ଗା କନ୍ଧମାଳରେ ଲୁଚି ରହିଥିଲା। ପୋଲିସ୍ ତାଙ୍କୁ ସେଠାରୁ  ଗିରଫ କରି ଜେଲ ପଠାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.