ନୂଆଦିଲ୍ଲୀ,୨୯/୧୨: ଦକ୍ଷିଣ କୋରିଆରେ ବଡଧରଣର ବିମାନ ଦୁର୍ଘଟଣା । ଲ୍ୟାଣ୍ଡିଂ ବେଳେ ରନୱେରେ ଜଳିଲା ବିମାନ । ୧୭୯ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ବେଳେ ଏହି ଦୁର୍ଘଟଣା ଘଟିଛି । ବିମାନରେ ମୋଟ ୧୭୫ ଯାତ୍ରୀ ଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଥାଇଲାଣ୍ଡରୁ ଦକ୍ଷିଣ କୋରିଆ ଫେରୁଥିଲା ଜେଜୁ ଏୟାର ବିମାନ ।
୧୭୫ ଯାତ୍ରୀଙ୍କୁ ନେଇ ଥାଇଲ୍ୟାଣ୍ଡରୁ ଦକ୍ଷିଣ କୋରିଆ ଫେରୁଥିଲା ଜେଜୁ ଏୟାର ବିମାନ । ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣର କିଛି ସେକେଣ୍ଡ ପରେ ରନୱେରେ ଖସି ପଡିଥିଲା ଜେଜୁ ଏୟାର ବିମାନ । ଲ୍ୟାଣ୍ଡିଂ ବେଳେ ହଠାତ୍ ବିମାନରେ ନିଆଁ ଲାଗିଯାଇଥିଲା । ହୁତୁ ହୁତୁ ହୋଇ ଜଳିଥିଲା ବିମାନ । ବଡ ବିମାନ ଦୁର୍ଘଟଣାରେ ୧୭୯ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ରିପୋର୍ଟ ଅନୁସାରେ ବିମାନରେ ୧୭୫ ଜଣ ଯାତ୍ରୀ ଥିଲେ । ଏହା ସହିତ ୬ଜଣ ଫ୍ଲାଇଟ ଆଟେଣ୍ଡାଟ ଥିଲେ । ବିମାନରେ ମୋଟ୍ ୧୮୧ ଜଣ ଲୋକ ଥିଲେ । ବିମାନ ବ୍ୟାଙ୍କକରୁ ଦକ୍ଷିଣ କୋରିଆ ଫେରୁଥିଲା ଯାହା ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
#UPDATE | At least 62 people were killed when an airliner veered off the runway and erupted into a fireball as it slammed into a wall at South Korea's Muan International Airport on Sunday, reports Reuters citing South Korea's national fire agency https://t.co/B1t1SbnkmB
— ANI (@ANI) December 29, 2024
ସପ୍ତାହ ଭିତରେ ଏହା ଦ୍ବିତୀୟ ବଡ ବିମାନ ଦୁର୍ଘଟଣା । ଗତ ୨୫ ତାରିଖରେ କାଜିକସ୍ତାନରେ ଏକ ବିମାନ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ୩୮ ଜଣଙ୍କର ମୃତ୍ୟୁ ହୋଇଥିଲା ।