ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

Asian Games: ତୀରନ୍ଦାଜୀରେ ଭାରତକୁ ଆଉ ୪ ପଦକ, ବ୍ୟକ୍ତିଗତ ବର୍ଗରେ ଜ୍ୟୋତି ଓ ଓଜାସଙ୍କୁ ସ୍ୱର୍ଣ୍ଣ

ହାଙ୍ଗଝୌ୦୭/: ଏସିଆନ୍ ଗେମ୍ସର ୧୪ତମ ଦିନରେ ଭାରତକୁ ଆଉ ୪ଟି ପଦକ ମିଳିଛି । ତୀରନ୍ଦାଜୀରେ ୨ଟି ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ମିଳିଛି । ମହିଳା ତୀରନ୍ଦାଜୀ କମ୍ପାଉଣ୍ଡ ଇଭେଣ୍ଟରେ ଭାରତର ଜ୍ୟୋତି ସୁରେକ୍ଷା ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ସମାନ ଇଭେଣ୍ଟରେ ଅଦିତି ଗୋପିଚାନ୍ଦ ହାତେଇଛନ୍ତି କାଂସ୍ୟ ।  ସେହିଭଳି ପୁରୁଷ ତୀରନ୍ଦାଜୀ କମ୍ପାଉଣ୍ଡ ଇଭେଣ୍ଟରେ ଓଜାସ୍ ପ୍ରବୀଣ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ଅଭିଷେକ ପାଇଛନ୍ତି ରୌପ୍ୟ ।




ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଜ୍ୟୋତି ଦକ୍ଷିଣ କୋରିଆର ସୋ ଚାଏଙ୍କୁ ୧୪୯-୧୪୫ରେ ହରାଇ ସୁନା ଜିତିଛନ୍ତି । ସେହିଭଳି ଅଦିତି ବ୍ୟକ୍ତିଗତ ବର୍ଗରେ ଇଣ୍ଡୋନେସିଆ ଖେଳାଳିଙ୍କୁ ୧୪୬-୧୪୦ରେ ହରାଇଁ କାଂସ୍ୟ ପଦକ ହାସଲ କରିଛନ୍ତି । ଉଭୟ ଖେଳାଳି ଏସିଆନ୍ ଗେମ୍ସରେ ଐତିହାସିକ ପ୍ରଦର୍ଶନ କରିଛନ୍ତି । ବିଶ୍ୱକପରେ ସ୍ୱର୍ଣ୍ଣ ପାଇଥିବା ଜ୍ୟୋତି ବ୍ୟକ୍ତିଗତ ଭାବେ ତୃତୀୟ ସୁନା ଜିତିଛନ୍ତି ।




୧୯୭୫ରେ ଆଧୁନିକ ତୀରନ୍ଦାଜୀର ଆରମ୍ଭ ହେବା ପରେ ଭାରତ ପ୍ରଥମଥର ପାଇଁ ଏସିଆନ୍ ଗେମ୍ସରେ ସର୍ବାଧିକ ୯ଟି ପଦକ ହାସଲ କରିଛି । ଅକ୍ଟୋବର ୬ରେ ତୀରନ୍ଦାଜୀରେ ମହିଳା ରିକର୍ଭ ଟିମକୁ କାଂସ୍ୟ ମିଳିଥିବା ପୁରୁଷ ଟିମ୍ ରୌପ୍ୟ ପାଇଥିଲା । ଏଥିସହ ଗୋଟିଏ ପଦକ ମିଳିଲେ ଭାରତ ୧୦୦ଟି ମେଡାଲ୍ ପାଇବ ।




ଏବେ ସୁଦ୍ଧା ଭାରତକୁ ୨୪ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ, ୪୦ଟି କାଂସ୍ୟକୁ ମିଶାଇ ମୋଟ ୯୯ଟି ପଦକ ମିଳିଛି । ମେଡାଲ୍ ଟେବୁଲରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ତୀରନ୍ଦାଜୀରେ ଭାରତ ୫ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ ପାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.