ପ୍ରମୂଖ ଖବର
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଏସିଆ କପ୍ ସୁପର-୪ରେ ଭାରତ-ପାକିସ୍ତାନ ଲଢ଼େଇ, ରୋହିତ ବାହିନୀ ପାଇଁ ଚ୍ୟାଲେଞ୍ଜ ପାକ୍ ପେସର୍

କଲମ୍ବୋ,୧୦/୦୯: କ୍ରିକେଟ୍‌ ମଇଦାନରେ ରବିବାର ଏସିଆ କପ୍‌ ସୁପର-୪ରେ ଭାରତ-ପାକିସ୍ତାନ ମଧ୍ୟରେ ହେବ ଏକ ମହାମୁକାବିଲା। ଗ୍ରୁପ୍‌ ପର୍ଯ୍ୟାୟର ମ୍ୟାଚ୍‌ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଦ୍ୱିତୀୟ ମୁକାବିଲାକୁ ନେଇ ଉଭୟ ଦେଶର କ୍ରିକେଟ୍‌ ପ୍ରଶଂସକ ବେଶ ଉତ୍ସାହ ସହ ଅପେକ୍ଷା କରିଛନ୍ତି । ଏହି ମ୍ୟାଚ୍‌ରେ ବି ବର୍ଷା ବାଧକ ସାଜିବାର ସମ୍ଭାବନା ରହିଛି । ତେଣୁ ଅତିରିକ୍ତ ଦିବସର ବ୍ୟବସ୍ଥା ରହିଛି । ମ୍ୟାଚ୍‌ ଭାରତୀୟ ସମୟ ଅପରାହ୍ଣ ୩ଟାରୁ ଆରମ୍ଭ ହେବ । 

ସୁପର-୪ରେ ପାକିସ୍ତାନ ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇଛି । ରବିବାର ବିଜୟୀ ହେଲେ ଦଳ ଫାଇନାଲରେ ପ୍ରବେଶ କରିବ । ଭାରତ କିନ୍ତୁ ପ୍ରଥମ ମ୍ୟାଚ୍‌ ଖେଳିବ । ପାକିସ୍ତାନର ବୋଲିଂ ବାହିନୀକୁ ସାମ୍ନା କରିବା ନେଇ ଦଳ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି। ଲୋକେଶ ରାହୁଲ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ନିଶ୍ଚିତ ରହିଛି । ସେମିତି ଯଶପ୍ରୀତ ବୁମରା ପୁଣି ଦଳରେ ଯୋଗ ଦେଇ ସାରିଛନ୍ତି । ରବିବାର ଭାରତୀୟ ବ୍ୟାଟିଂ ଓ ପାକିସ୍ତାନର ବୋଲିଂ ବାହିନୀ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ସହିନ ଶାହ ଆଫ୍ରିଦି, ନସିମ ଶାହା ଓ ହାରିଶ ରୌଫ ପାକିସ୍ତାନ ବୋଲିଂ ବାହିନୀର ୩ ଘାତକ ପେସର । ଗତ ୨ ତାରିଖରେ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ଘଟାଇବାରେ ସେମାନେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି ଓ ଶ୍ରେୟାସ ଆୟାରଙ୍କୁ ସହଳ ଆଉଟ୍‌ କରି ସ୍ଥିତି ଦୋହଲାଇ ଦେଇଥିଲେ । କିନ୍ତୁ ମଧ୍ୟଭାଗରେ ଇଶାନ କିଷନ ଓ ହାର୍ଦ୍ଦିନ ପାଣ୍ଡ୍ୟା ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ । 

ପୁଣି ସୁପର-୪ରେ ଭାରତୀୟ ବ୍ୟାଟର ପାକ୍‌ର ଘାତକ ପେସରଙ୍କୁ ସାମ୍ନା କରିବେ । ଯାହା ଏବେ ରୋହିତବାହିନୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।  ପାକ୍‌ ବୋଲରଙ୍କ ଚମତ୍କାର ସୁଇଂ ସାଙ୍ଗକୁ ଆକର୍ଷଣୀୟ ଲାଇନ ଲେଙ୍ଗଥ୍‌ ଭାରତୀୟ ବ୍ୟାଟରଙ୍କୁ ଅସୁବିଧାରେ ପକାଇଥିଲା । କିନ୍ତୁ ଯୁବ ଓପନର ଶୁଭମନ ଗିଲ ରବିବାର ମ୍ୟାଚ୍‌ ପାଇଁ ବେଶ ଭଲ ଭାବେ ପ୍ରସ୍ତୁତ ହୋଇଛନ୍ତି । ଦୀର୍ଘ ସମୟ ସେ ନେଟ୍ସରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା ।

ଅଧିନାୟକ ବାବର ଆଜାମ ନିଜ ବୋଲିଂବାହିନୀକୁ ନେଇ ବେଶ ଉତ୍ସାହିତ ରହିଛନ୍ତି ।  ବ୍ୟାଟିଂରେ ମଧ୍ୟ ନିଜେ ବାବର ଭଲ ଫର୍ମରେ ଅଛନ୍ତି । ସେମିତି ମହମ୍ମଦ ରିଜୱାନ, ଇଫତିକାର ଅହମ୍ମଦ ଓ ଇମାମ-ଉଲ-ହକ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି ।

ରବିବାର ରାହୁଲ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବାକୁ ଯାଉଛନ୍ତି । ଏନ୍‌ସିଏରୁ ଫିଟନେସ ସାର୍ଟିଫିକେଟ୍‌ ପାଇବା ପରେ ସେ ଭାରତୀୟ ଦଳ ସହ ଯୋଗ ଦେଇଥିଲେ । ତେବେ ରାହୁଲ ଦଳରେ ସାମିଲ ହେଲେ କାହାକୁ ବିଶ୍ରାମ ମିଳିବ । ଶ୍ରେୟାସ ଆୟର ନା ଇଶାନ କିଷନ, ଏହା ଏକ ବଡ଼ ପ୍ରଶ୍ନ । ସେମିତି ବୁମ୍‌ରା ପିତୃତ୍ୱ ଅବକାଶରେ ସ୍ୱଦେଶ ଫେରିଥିଲେ । ତେଣୁ ନେପାଳ ବିପକ୍ଷ ମ୍ୟାଚ୍‌ ଖେଳିନଥିଲେ । ପୁଣି ସେ ଦଳ ସହ ଯୋଗଦେଇ ଥିବାରୁ ମହମ୍ମଦ ସାମିଙ୍କୁ ବିଶ୍ରାମ ମିଳିବ ।

କାଣ୍ଡିରୁ ଟୁର୍ଣ୍ଣାମେଣ୍ଟ କଲମ୍ବୋ ସ୍ଥାନାନ୍ତର ହେଲା । କିନ୍ତୁ କଲମ୍ବୋରେ ବି ବର୍ଷା ଲାଗି ରହିଛି । ଅତିରିକ୍ତ ଦିବସର ସୁବିଧା ଥିବାରୁ ମ୍ୟାଚ୍‌ ଧୋଇ ଯିବାର ଆଶା ନାହିଁ । ପୂର୍ବ ମ୍ୟାଚ୍‌ ଗୁଡ଼ିକର ଫଳାଫଳ ଅନୁସାରେ ବ୍ୟାଟିଂ ଅପେକ୍ଷା କଲମ୍ବୋରେ ପିଚ ଉଭୟ ପେସର ଓ ସ୍ପିନରଙ୍କୁ ସୁହାଇବ ବୋଲି ଆକଳନ କରାଯାଉଛି ।

ସମ୍ଭାବ୍ୟ ଦଳ

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ଲୋକେଶ ରାହୁଲ/ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ । 

ପାକିସ୍ତାନ: ଫଖର ଜମାନ, ଇମାମ ଉଲ ହକ, ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ, ଅଘା ସଲମାନ, ଇଫତିଖର ଅହମ୍ମଦ, ସଦାବ ଖାନ, ଫଇମ ଅସ୍ରଫ, ସହିନ ଶାହ ଆଫ୍ରିଦି, ନସିମ ଶାହା ଓ ହାରିଶ ରୌଫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.