ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଅସୁସ୍ଥ

ନରସିଂହପୁର ୦୮/୧୦: ବିଷାକ୍ତ ଛତୁ ଖାଇ ହେଲେ ଅସୁସ୍ଥ । ଗୋଟିଏ ପରିବାରର ୭ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ନରସିଂହପୁର ବ୍ଲକ ଅନ୍ତର୍ଗତ ଏକଡ଼ାଳ ଗ୍ରାମରେ ରବୀନ୍ଦ୍ର ଦଳେଇଙ୍କ ପରିବାରର ୭ଜଣ ସଦସ୍ୟ ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇଛନ୍ତି। ରବୀନ୍ଦ୍ର ଦଳେଇ (୬୦ ବର୍ଷ)ଙ୍କ ସହିତ ପତ୍ନୀ ମଲ୍ଲୀ ଦଳେଇ (୫୫ ବର୍ଷ) ଦୁଇ ପୁଅ କୃଷ୍ଣଚନ୍ଦ୍ର ଦଳେଇ (୩୮ ବର୍ଷ) ,ରଞ୍ଜନ ଦଳେଇ (୨୬ ବର୍ଷ) ଦୁଇ ବୋହୁ ସୀମାରାଣୀ ଦଳେଇ (୧୯ ବର୍ଷ), ସରସ୍ବତୀ ଦଳେଇ (୩୦ ବର୍ଷ) ଏବଂ ନାତୁଣୀ ସୌମ୍ୟା ରାଣୀ ଦଳେଇ (୯ ବର୍ଷ) ବିଷାକ୍ତ ମୌଳା ଛତୁ ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ନରସିଂହପୁର ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.